ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାସି ଶଙ୍କର ଗିରଫ, ୨୦ ବର୍ଷ ଧରି ମାଓ ସଂଗଠନ ସହ ଥିଲା ଜଡିତ

Published By : Prameya-News7 Bureau | September 14, 2021 IST

କୋରାପୁଟ ୧୪।୯: ଦୁର୍ଦ୍ଦାନ୍ତ ମାଓବାଦୀ ଦୁବାସି ଶଙ୍କର ଗିରଫ । ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟି (AOBSZC)ର ଆଗଧାଡ଼ିର ନେତା ଥିଲେ ଶଙ୍କର । ୨୦ ବର୍ଷ ଧରି ସେ ମାଓ ସଂଗଠନରେ କାମ କରୁଥିଲେ । ଶଙ୍କର ମୁଣ୍ଡ ଉପରେ ଥିଲା ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଶଙ୍କରର ଅନେକ ହତ୍ୟା ଓ ବିସ୍ଫୋରଣ ମାମଲାରେ ସଂପୃକ୍ତି ରହିଛି । ୨୦୦୯ ଦାମନଯୋଡ଼ି ଆକ୍ରମଣରେ ମଧ୍ୟ ଶଙ୍କରର ସଂପୃକ୍ତି ଥିଲା । ୨୦୧୦ ଗୋବିନ୍ଦପାଲି ବିସ୍ଫୋରଣ ମାମଲାରେ ବି ସେ ଜଡ଼ିତ ଥିଲେ । ଶଙ୍କରକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ । ତାଙ୍କ ନିକଟରୁ ଇନସାସ୍‌ ରାଇଫଲ, ୧୦ଟି ଗୁଳି, ମୋବାଇଲ ଓ ଟଙ୍କା ଜବତ ହୋଇଛି । ଶଙ୍କରକୁ ରିମାଣ୍ଡରେ ଆଣି ଅଧିକ ଜେରା କରିବ କୋରାପୁଟ ପୋଲିସ ।

ଜୋନାଲ କମିଟିର ମହିଳା ସଦସ୍ୟ କିରଣ ସୋନାଲ ମାନବି ଆତ୍ମସମର୍ପଣ କରିଛି । ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ କିରଣ ଆଗ୍ରହୀ । କିରଣକୁ ମିଶାଇ ଏଯାଏଁ ରାଜ୍ୟର ୨୬ ମାଓବାଦୀଙ୍କ ଆତ୍ମସମର୍ପଣ କରିସାରିଲେଣି ବୋଲି ପ୍ରେସ୍‌ମିଟ୍‌ରେ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.