ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ସକିଲ ଅହମ୍ମଦ ଓ ତାର ୫ସହଯୋଗୀ ଗିରଫ

Published By : Prameya-News7 Bureau | June 06, 2019 IST

କଟକ ୬|୬: ପୋଲିସ କବଜାରେ ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ସକିଲ ଅହମ୍ମଦ । ସକିଲ ନାମରେ କଟକ ସହରର ବିଭିନ୍ନ ଥାନାରେ ରହିଛି ବହୁ ସଙ୍ଗୀନ ମାମଲା । ନିକଟରେ ୨୦ ଦିନ ହେବ ଜେଲରୁ ମୁକୁଳି ପୁଣି ଦବଦବା ଆରମ୍ଭ କରିଥିଲା ସକିଲ । ଗତ ୨୩ ତାରିଖ କଟକ ନେତାଜୀ ନଗରର ଜଣେ ଯୁବକଙ୍କୁ ଅପହରଣ କରି ଦାଦାବଟି ପାଇଁ ହତ୍ୟା ଉଦ୍ୟମ କରି ଫେରାର ହୋଇଯାଇଥିଲା ସକିଲ ଆଣ୍ଡ କୋ । ସେହି ଘଟଣାରେ ସଦର ଥାନା ପୋଲିସ ଭୋରରୁ ଏକ ଅଜ୍ଞାତ ସ୍ଥାନରୁ ସକିଲ ଓ ତାର ୫ ସହଯୋଗୀଙ୍କୁ ଉଠାଇ ନେଇ ଜେରା କରୁଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କଟକ ସହରରେ ଦବଦବା କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ସକିଲ ଆଣ୍ଡ କୋକୁ ଉଠାଇ ନେଇଛି କଟକ ସଦର ଥାନା ପୋଲିସ । ସକିଲ ଓ ତାର ସହଯୋଗୀ ମାନେ ଏକ ଅଜ୍ଞାତ ସ୍ଥାନରେ ରହି ଅପରାଧିକ ଯୋଜନା କରୁଥିବା ବେଳେ ଆଗରୁ ଛପି ରହିଥିବା ସଦର ଥାନା ଟିମ୍ ଉଠାଇ ନେଇଥିଲା । ଗତ ୨୩ ତାରିଖ ସକିଲ ଓ ତାର ସହଯୋଗୀ ମାନେ ନେତାଜୀ ନଗରର ଜଣେ ଯୁବକଙ୍କୁ ଅପହରଣ କରି ଦାଦାବଟି ପାଇଁ କରିଥିଲେ ହତ୍ୟା ଉଦ୍ୟମ । ସେହି ଘଟଣା ପରେ ସକିଲ ଫେରାର ହୋଇଯାଇଥିବା ବେଳେ ଏବେ ପୋଲିସ ହାତରେ ଲାଗିଛି ସକିଲ ଓ ତାର ୫ ସହଯୋଗୀ ।

ସକିଲ ନାମରେ ସହରରେ ରହିଛି ବହୁ ସଙ୍ଗୀନ ମାମଲା । ମାଲଗୋଦାମର ଜଣାଶୁଣା ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡ, ସହରରେ ଦାଦାବଟି ପାଇଁ ସିରିଜ ବୋମାମାଡ, ବ୍ୟବସାୟୀଙ୍କୁ ଅପହରଣ ସହ ଗୁଳି ଚଳାଇ ଲୁଟ୍ କରିବା ଭଳି ମାମଲା ରହିଛି ସକିଲ ନାଁରେ । ସିରିଜ ବୋମାମାଡ ଘଟଣାରେ ଗତ ଜୁନ୍ ୨୦୧୭ରେ ହାଇଦ୍ରାବାଦରୁ ସକିଲକୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାର୍ଡ । ସେହି ଦିନଠାରୁ ସକିଲ ଜେଲରେ ଥିବାବେଳେ ୨୦ ଦିନ ହେବ ଜେଲରୁ ମୁକୁଳି ପୁଣି ଅପରାଧର ଚେର ଲମ୍ବାଇବା ଆରମ୍ଭ କରିଥିଲା । ତେବେ ପୋଲିସ ସକିଲ ଓ ତା ୫ ସହଯୋଗୀଙ୍କଠାରୁ ଏକ ଟାଟ ଏସିଇ ଗାଡି ଜବତ କରିଥିବା ସୂଚନା ମିଳିଚି ।

ସକିଲ ଓ ତା ସହଯୋଗୀଙ୍କୁ ସଦର ଥାନା ପୋଲିସ ଏକ ଅଜ୍ଞାତ ସ୍ଥାନରେ ରଖି ମାରାଥନ ଜେରା କରିବା ସହ ସକିଲର ତଥ୍ୟ ଆଧାରରେ ପୋଲିସ ଟିମ୍ ବିଭିନ୍ନ ସ୍ଥାନରେ ଛାପା ମାରୁଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.