ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ମହାନ୍ତି; ସୋସିଅାଲ ମିଡିଅାରେ ନିଜକୁ ଅପରାଧ ଜଗତର ବାଦଶାହା ବୋଲି କହୁଥିଲା

Published By : Prameya-News7 Bureau | October 07, 2018 IST

ଭୁବନେଶ୍ୱର ୭/୧୦ : କମିଶନରେଟ ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ମହାନ୍ତି ଓରଫ ଚିଣ୍ଟୁ । ଗତ କାଲି ବିଳମ୍ବିତ ରାତି ଜଟଣୀ ଥାନା କୁସୁମାଟି ଅଞ୍ଚଳରୁ କମିଶନରେଟ ପୋଲିସର ସ୍ପେସାଲ ସ୍କ୍ବାଡ ଓ କ୍ୟୁଏଟି ରାକେଶକୁ କରିଛି ଗିରଫ । ତା ସହ ପୋଲିସ ରାକେଶ ଦୁଇ ଅପରାଧୀକ ସହଯୋଗୀ ନାବାଳକଙ୍କୁ ମଧ୍ୟ କରିଛି ଗିରଫ । ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ଦୌଡି ପଳାଉଥିବା ସୟରେ ପୋଲିସ ତାକୁ କାବୁ କରିଛି । [gallery ids="47994"] ଭଲ କରି ଦେଖନ୍ତୁ ସୋସିଅାଲ ମିଡିଅାରେ ପୋଷ୍ଟ ହୋଇଥିବା ଏଇ ଫଟୋକୁ । ଇଏ କୌଣସି ଚଳଚ୍ଚିତ୍ରର ସଂଳାପ ନୁହେଁ । ଇଏ ହେଉଛି କମିଶରେଟ ପୋଲିସର ସ୍କାନରରେ ଥିବା ମୋଷ୍ଟ ଓ୍ବାଣ୍ଟେଡ ଦୁର୍ଧାନ୍ତ ଅପରାଧୀ ରାକେଶ ମହାନ୍ତି ଓରଫ ଚିଣ୍ଟୁ । ଯିଏ ସୋସିଅାଲ ମିଡିଅାରେ ନିଜକୁ ଅପରାଧ ଜଗତର ବାଦଶାହା ବୋଲି କହି ବୁଲୁଥିଲା । ଅାଉ ‘ ମଣିଷ ହାଣିବା ତାର ପେସା ’ ବୋଲି କହି ପୋଲିସ ଖୋଲା ଖୋଲି ଭାବେ ଚ୍ୟାଲେଞ୍ଜ ଦେଉଥିଲା । କେବଳ ଯେ ଚ୍ୟାଲେଞ୍ଜ ତା ନୁହେଁ । ଲୋକଙ୍କୁ ମଧ୍ୟ ହାଣି ଦେଉଥିଲା । ଏ ନେଇ ନେଇ ରାଜଧାୀର ବିଭିନ୍ନ ଥାନାରେ ମାମଲା ମଧ୍ୟ ରହିଛି । ତେବେ ଏଭଳି ଏକ ଦୁର୍ଧାନ୍ତ ଅପରାଧୀକୁ କମିଶରେଟ ପୋଲସ ଗିରଫ କରିଛି । ଗତ କାଲି ବିଳମ୍ବିତ ରାତି ଜଟଣୀ ଥାନା କୁସୁମାଟି ଅଞ୍ଚଳରୁ କମିଶନରେଟ ପୋଲିସର ସ୍ପେସାଲ ସ୍କ୍ବାଡ ଓ କ୍ୟୁଏଟି ରାକେଶକୁ କରିଛି ଗିରଫ । ତା ସହ ଦୁଇ ଅପରାଧୀକ ସହଯୋଗୀ ନାବାଳକଙ୍କୁ ମଧ୍ୟ କରିଛି ଗିରଫ । ରାକେଶ ଓରଫ ଚିଣ୍ଟୁ ନାରେ ରାଜଧାନୀର ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ବଡଗଡ ଥାନାରେ ୪ ଜଣଙ୍କୁ ହାଣି ଫେରାର ଥିଲା । ସହୀଦନଗର ଥାନା ଅଞ୍ଚଳରେ ଏକ ଫାଇରିଂ କେଶ୍ କରି ସେ ଫେରାର ଥିଲା । ଦାବା ବଟି ଓ ରାହାଜନି ବି କରୁଥିଲା । କମିଶରେଟର ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ରାକେଶ । ଏହାକୁ ନେଇ ରାକେଶ ପଞ୍ଝାରେ ପକାଇବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା କମିଶରେଟ ପୋଲିସ । [gallery ids="47995"] ଗତ କାଲି ରାକେଶ ତା ଭଉଣୀ ବାହାଘର ପାଇଁ ସକୁମାଟି ଅଞ୍ଚଳକୁ ଅାସିବା ପୋଲିସକୁ ସୁରାକ ମିଳିଥିଲା । ନିର୍ଭରଯୋଗ୍ୟ ସୁତ୍ରରୁ ଖବର ପାଇ କମିଶରେଟ ପୋଲିସର ସ୍ପୋସାଲ ସ୍କ୍ବାଡ ଏବଂ କ୍ୟୁଏଟି ଟିମ ପହଞ୍ଚିଥିଲା କୁସୁମାଟିର । ସେପଟେ ଜଟଣୀ ଥାନା ପୋଲିସ ମଧ୍ୟ ସେଠି ସାଧା ପୋଷାକରେ ପହଞ୍ଚିଲା । ତେବେ ରାକେଶ ଖବର ପାଇ ଫେରାର ହେବାକୁ ଚେଷ୍ଟା କରିଥିଲା । ଏହା ଭିତରେ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ଦୌଡି ଚଳାଇଥିଲା । ସେପଟେ ପୋଲିସ ମଧ୍ୟ ତା ଉପରକୁ ଦୁଇ ରାଉଣ୍ଡ ଗୁଳି ଚାଳାଇଥିଲା । ଏମିତିକି ସୁକୁମାଟି ଜଙ୍ଗଲ ମଧ୍ୟରେ ଦୀର୍ଘ ୫ କିଲୋମିଟର ଦୌଡିବା ପରେ ପୋଲିସ ପଞ୍ଝାରେ ପଡିଥିଲା ରାକେଶ । ପୋଲିସ ସୁତ୍ରରୁ ମଳିଥିବା ରାକେଶ ଉପରେ ଏନଏସଏ ଲାଗୁ କରାଯିବ । ତେବେ ଏହି ଘଟଣାରେ ପୋଲିଟିକାଲା ଲିଙ୍କ ମଧ୍ୟ ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.