Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଦୁର୍ଦ୍ଦାନ୍ତ ଚେନ୍ ଲୁଟେରା ରାଜା ଓରଫ୍ ବିଶ୍ବଜିତ୍ ନନ୍ଦକୁ ଗିରଫ କଲା ବଲାଙ୍ଗିର ପୋଲିସ

1/06/2019 at 3:35 PM

ବଲାଙ୍ଗିର ୧|୬: ବଲାଙ୍ଗିର ପୋଲିସ ଜାଲରେ ପଡିଲା ଦୁର୍ଦ୍ଦାନ୍ତ ଚେନ୍ ଲୁଟେରା ରାଜା ଓରଫ୍ ବିଶ୍ବଜିତ୍ ନନ୍ଦ । ଗତ କିଛି ଦିନ ହେଲା ବଲାଙ୍ଗିର ପୁଇଁନ୍ତଳା ଥାନା, ସଦର ଥାନା, ଓ ଟାଉନ୍ ଥାନା ସହ ଲୋଇସିଂହା ଥାନା ଅନ୍ତର୍ଗତ  ବିଭିନ୍ନ ସ୍ଥାନରେ ଚେନ୍ ଲୁଟ୍ କରିବା ସହ ବାଇକ୍ ଲୁଟ୍ ଓ ଡକାୟତି କରିଆସୁଥିଲା ରାଜା। ରାଜା ସହ ଆହୁରି କିଛି ଦୁର୍ବୃତ୍ତ ମିଶି ସହରରେ ଆତଙ୍କ ଖେଳାଇଥିଲେ।

ତେବେ ଗତ ଗୁରୁବାର ଦିନ ବଲାଙ୍ଗିର ମାଲପଡା ମଦନଗୁଡିଆ ବଗିଚା ଭିତରେ ରାଜା ଓ କିଛି ତାର ସହଯୋଗୀ ପୁଣି କିଛି ନୂଆ ଅପରାଧ କରିବା ପାଇଁ ବଗିଚାଠାରେ ବସିଥିବା ସହ କଥାବାର୍ତ୍ତା ହେଉଥିବା ଖବର ପାଇଥିଲା ପୋଲିସ । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତମାନେ। ପରେ ରାଜା ପଡା ଭିତରକୁ ପ୍ରବେଶ କରିବା ସହ ଗୋଟିଏ ଛାତ ଉପରୁ ଯାଇ ସେଠାରୁ ଛାତରୁ ଡେଇଁ ଫେରାର ମାରିବାକୁ ଉଦ୍ୟମ କରିଥିଲା ହେଲେ ଘଟଣାସ୍ଥଳରେ ତାର ଗୋଡ ଭାଙ୍ଗିଯାଇଥିଲା ।

ପରେ ପୋଲିସ କାବୁ କରି ତାକୁ ଗିରଫ କରିଥିଲା। ରାଜା ନାଁରେ ୯ ରୁ ଅଧିକ ମାମଲା ରହିଛି । ରାଜା ଘର ସୋନପୁର ଜିଲ୍ଲା ଝୁପୁଡି ପଡାରେ ବୋଲି ଜଣାପଡିଛି । ତା ସହ ସୋନପୁରରେ ମଧ୍ୟ ବହୁ ଅପରାଧିକ ମାମଲା ରାଜା ନାଁରେ ଥିବା କହିଛି ଟାଉନ୍ ଥାନା ପୋଲିସ। ତେବେ ରାଜା ଲୁଟ୍ କରିଥିବା ସୁନା ଗୁଡିକୁ ଗାନ୍ଧି ନଗର ପଡା ଗୋଟିଏ ସୁନା ଦୋକାନରେ ବିକିଥିଲା । ରାଜା ସହ ସୁନା ଦୋକାନି ନରେନ୍ଦ୍ର ସାହୁକୁ ମଧ୍ୟ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

   Related Posts