ଗଞ୍ଜାମ ପୋଲିସର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ବାଇଁ ଗୁରୁତର

Published By : Prameya-News7 Bureau | May 10, 2019 IST

ବ୍ରହ୍ମପୁର ୧୦|୫: ଗଞ୍ଜାମ ପୋଲିସର ପୁଣି ଏନକାଉଣ୍ଟର । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନାରାୟଣୀ ରାସ୍ତାରେ ପୋଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ବାଇଁ ଗୁରୁତର ହୋଇଛି । ମନୋଜର ବାମ ଗୋଡରେ ଗୁଳି ବାଜିଛି । ଘଟଣାସ୍ଥଳରୁ ଅନ୍ୟ ଜଣେ ସହଯୋଗୀ ଫେରାର ହୋଇଯାଇଛି । ସେମାନଙ୍କ ନିକଟରୁ ଗୋଟିଏ ପଲସର୍ ବାଇକ୍, ଗୋଟିଏ ପିସ୍ତଲ, ୨ଟି ବୋମା ଜବତ ହୋଇଛି । ଗୁଳି ବିନିମୟ ବେଳେ ଥାନା ଅଧିକାରୀ ଏବଂ ୨ ଜଣ କନଷ୍ଟେବଳ ମଧ୍ୟ ଆହତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.