ତାଳଚେରରେ ଏନ୍‌କାଉଣ୍ଟର ; ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ରାଉତ ଆହତ

Published By : Prameya-News7 Bureau | November 22, 2018 IST

ଅନୁଗୁଳ ୨୨|୧୧:   ତାଳଚେରରେ ଏନକାଉଣ୍ଟର । ଲିଙ୍ଗରାଜ କୋଇଲା ଖଣି ଖମାର ଅଞ୍ଚଳରେ ଗୁଳି କରିଛି ତାଳଚେର ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ଦୁର୍ଦ୍ଦାନ୍ତ ଅପରାଧୀ ବାଦଲ ରାଉତ ଆହତ ହୋଇଛି । ବାଦଲର ଡାହାଣ ଜଙ୍ଘରେ ଗୁଳି ବାଜିଛି । ଆହତ ଅବସ୍ଥାରେ ପ୍ରଥମେ ତାଳଚେର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ପାଟ୍ରୋଲିଂ ସମୟରେ ବାଦଲ ଓ ତାର ୨ ସହଯୋଗୀ ପ୍ରଥମେ ପୋଲିସ ଉପରକୁ ଫାୟାରିଂ କରିଥିଲେ । ତେବେ ପୋଲିସ ବାଧ୍ୟ ହୋଇ ପାଲଟା ଗୁଳି କରିଥିଲା । ଏଥିରେ ବାଦଲ ଆହତ ହୋଇଛି । ତା ନାଁରେ ବିଭିନ୍ନ ଥାନରେ ବହୁ ଅପରାଧିକ ମାମମଲା ରହିଛି । ୨ ବର୍ଷ ତଳେ ଗଞ୍ଜାମ ଜିଲ୍ଲା ପୋଲସରାରେ ବାଦଲକୁ ଏନକାଉଣ୍ଟର କରାଯାଇଥିଲା । ଜେଲ ମଧ୍ୟ ଯାଇଥିଲା ।  ସେହିପରି ଭଦ୍ରକ ବାସୁଦେବପୁର ଆର୍ତ୍ତୁଙ୍ଗ ଗାଁରେ ପୋଲିସ ଉପରକୁ ଗୁଳିମାଡ ଘଟଣାରେ ମଧ୍ୟ ବାଦଲର ସଂପୃକ୍ତ ରହିଛି  । ସେ ଭଦ୍ରକ ପେ।ଲିସ ପାଇଁ ମେ।ଷ୍ଟ ୱାଣ୍ଟେଟ୍ ଥିଲା । ଗତ ୪ ଦିନ ଭିତରେ ଅନୁଗୁଳ ଜିଲ୍ଲାରେ ଦ୍ବିତୀୟ ଥର ଏନକାଉଣ୍ଟର ହୋଇଛି । ଗତ ୧୮ ତାରିଖ ରାତିରେ ବେଲୁ ଖାଁକୁ ଏନକାଉଣ୍ଟର କରିଥିଲା ଅନୁଗୁଳ ସ୍ପେସାଲ ସ୍କ୍ବାର୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.