କେନ୍ଦ୍ରାପଡାରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଗଣେଶ ମଲ୍ଲିକ ଆହତ, ଗଣେଶ ନାଁରେ ରହିଛି ୪୦ରୁ ଅଧିକ ମାମଲା

Published By : Prameya-News7 Bureau | February 19, 2019 IST

କେନ୍ଦ୍ରାପଡା ୧୯/୨ : କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର ହୋଇଛି | ପୋଲିସ ଗୁଳିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଗଣେଶ ମଲ୍ଲିକ | ଆଜି ଭୋର ସମୟରେ ସଦର ଥାନା ଓ କେନ୍ଦ୍ରାପଡା ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଣେଶକୁ ଏନକାଉଣ୍ଟର କରିଥିଲା | ପୋଲିସ ଏନକାଉଣ୍ଟରରେ ଗଣେଶର ଡାହାଣ ଗୋଡରେ ଗୁଳି ବାଜିଛି | ଗୁରୁତର ଅବସ୍ଥାରେ ଗଣେଶକୁ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଅବସ୍ଥା ଗୁରୁତର ହେବାରୁ ଗଣେଶକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି | ଗଣେଶ ନାଁରେ କେନ୍ଦ୍ରାପଡା, ବାଲିଚନ୍ଦ୍ରପୁର, ଜଗତସିଂହପୁର, ରାଉରକେଲା, ଯାଜପୁର, କଟକ, ଖୋର୍ଦ୍ଧା ଆଦି ବିଭିନ୍ନ ଥାନାରେ ଚୋରି, ଡକାୟତି, ଦୁଷ୍କର୍ମ ମାମଲା ରହିଛି | ଏହାଛଡା ହତ୍ୟା ଧମକ, ହତ୍ୟା ଉଦ୍ୟମ, ଦାଦା ବଟି ଆଦାୟ ଭଳି ୪୦ ରୁ ଅଧିକ ମାମଲା ରହିଛି |

{"id":86576}


୨୦୧୫ ମସିହାରୁ ଗଣେଶ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲା | ସୋମବାର ରାତିରେ ଗାଁ ସଦର ଥାନା ଅନ୍ତର୍ଗତ ହାଲପୁରରେ ସରସ୍ବତୀ ମେଳଣରେ ଯୋଗ ଦେବା ପାଇଁ ଆସିଥିବା ଖବରପାଇ ପୋଲିସ ଗଣେଶ ଉପରେ ଅତର୍କିତ ଚଢ଼ାଉ କରିଥିଲା | ଗଣେଶ ଠାରୁ ଗୋଟିଏ ପିସ୍ତଲ ଏବଂ ୬ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ପୋଲିସ |

{"id":86577}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.