ଦୁର୍ଦ୍ଧାନ୍ତ ଅପରାଧୀ ବିରଞ୍ଚି ନାୟକ ଗିରଫ, ୪ ରାଉଣ୍ଡ ଜୀବନ୍ତ ଗୁଳି ଜବତ
11/08/2020 at 4:41 PM

ପୁରୀ ୧୧।୮: ପୁରୀ ପୋଲିସ ଦ୍ବାରା ଦୁର୍ଦ୍ଧାନ୍ତ ଅପରାଧୀ ବିରଞ୍ଚି ନାୟକ ଗିରଫ । ତାଠାରୁ ପିସ୍ତଲ ସହ ୪ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। ବିରଞ୍ଚି ନାଁରେ ଡେଲାଙ୍ଗ ଥାନା ସମେତ ଜଟଣୀ ଥାନାରେ ୪ ଟି ମାମଲା ରହିଛି ।
ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଟଣୀ ଥାନା ଅନ୍ତର୍ଗତ ବାଛେରା ଗାଁର ଦୁର୍ଦ୍ଧାନ୍ତ ଅପରାଧୀ ବିରଞ୍ଚି ନାୟକ ଏକ ପିସ୍ତଲ ଧରି ଜଟଣୀରୁ ହରିରାଜପୁର ଅଭିମୁଖେ ଯାଉଥିଲା। ସୂଚନା ପାଇ ପୋଲିସ ତାକୁ କାବୁ କରି ନେଇଥିଲା । ଏହାସହ ତାଠାରୁ ୭ ଏମଏମ ପିସ୍ତଲ ସହ ୪ ରାଉଣ୍ଡ ଜୀବନ୍ତ ଗୁଳି, ଏକ ଚୋରା ମୋଟର ସାଇକେଲ ଜବତ କରିଛି ପୋଲିସ ।