Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ : ପାଠ ନପଢି ମୋବାଇଲ୍‌ରେ ଖେଳୁଥିଲେ ଫ୍ରି ଫାୟାର ଗେମ୍, ଦଶମ ଶ୍ରେଣୀ ଛାତ୍ର ଗୁରୁତର
  • ||
  • ଅନୁଗୋଳ : କିରୋସିନ ଢାଳି ବୋହୂକୁ ପୋଡିଦେବାକୁ ଶ୍ବଶୁରଙ୍କ ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଉଦଳା : ACFO ସୌମ୍ୟଙ୍କ ମୃତ୍ୟୁ ପରେ ବିଦ୍ୟାଭାରତୀଙ୍କ ମନରେ ନଥିଲା ଦୁଃଖ ! ଘଟଣା ରାତିର ଦୃଶ୍ୟ ବଖାଣିଲେ ଏସସିବିରୁ ଘରକୁ ନେଇ ଫେରିଥିବା ଡ୍ରାଇଭର
  • ||
  • ରାଇରଙ୍ଗପୁର : ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ
  • ||
  • ନବରଙ୍ଗପୁର : ମୁହଁ ଖୋଲିଲେ ବିଦ୍ୟାଭାରତୀଙ୍କ ସାଙ୍ଗ ଅକ୍ଷୟ : ‘ବନ୍ଧୁ ଭଳି ମିଶୁଥିଲୁ, ପାଠପଢା ସରିବା ପରେ ଆମ ଭିତରେ ନଥିଲା କୌଣସି ସମ୍ପର୍କ’
  • ||
  • କର୍ଣ୍ଣାଟକକୁ ମିଳିଲା ନୂଆ ମୁଖିଆ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମ୍ମାଇ
  • ||
  • ବଙ୍ଗୋପସାଗରରେ ଲଘୁଚାପ, ଆସନ୍ତା ୩୦ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା
  • ||
  • ସମ୍ବଲପୁର : ହୀରାକୁଦର ୧୦ଟି ଗେଟ୍ ଦେଇ ଜଳ ନିଷ୍କାସିତ, ବର୍ଷା ଲାଗି ରହିଲେ ଆହୁରି ଗେଟ୍ ଖୋଲିବା ସମ୍ଭାବନା
  • ||
  • ଆନନ୍ଦପୁର : ଟ୍ରାକ୍ଟରରେ ମାଟି ଲୋଡ୍ ବେଳେ ଅଘଟଣ, ମାଟି ଅତଡା ଧସି ନାବାଳକ ମୃତ
  • ||
  • ମାଓ ସହିଦ ସପ୍ତାହରେ ଜାରି ଲାଗିଲା ପୋଷ୍ଟର, ଜାରି ହେଲା ଅଡିଓ ଟେପ୍
  • ||

ଗବେଷକଙ୍କ ଦାବି, ଦିନେ ଋତୁକାଳୀନ ଭାଇରସରେ ପରିଣତ ହେବ କୋଭିଡ, ହେଲେ ଏବେ ସତର୍କ ରୁହନ୍ତୁ

16/09/2020 at 8:37 PM

ଦୁବାଇ : ସାରା ବିଶ୍ୱ ଏବେ କରୋନା ଭାଇରସ ମହାମାରୀକୁ ନେଇ ଚିନ୍ତିତ। ତେବେ ଏଥିରେ ଗବେଷକଙ୍କ ଅଧ୍ୟୟନ ନୂଆ ଆଶା ସଞ୍ଚାର କରିଛି। ଏମିତି ଦିନ ଆସିବ ଯେତେବେଳେ ଲୋକଙ୍କ ଦେହରେ  ହାର୍ଡ ଇମ୍ୟୁନିଟି ବିକଶିତ ହୋଇଯିବ ଆଉ କରୋନାଭାଇରସ ମହାମାରୀ ଥଣ୍ଡା, କାସ ଓ ଅନ୍ୟ ଋତୁକାଳୀନ ସଂକ୍ରମଣ ହୋଇ ରହିଯିବ। ହେଲେ ଏବେ ସମସ୍ତଙ୍କୁ ସତର୍କ ହୋଇ ଚଳିବାକୁ ଗବେଷକ ପରାମର୍ଶ ଦେଇଛନ୍ତି।

ଫ୍ରଣ୍ଟିୟର୍ସ ଇନ୍‌ ପବ୍ଲିକ୍ ହେଲଥ୍ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ ଯେତେବେଳେ ଇଭିନ ଟେମ୍ପରେଚର ( ସମ ସିତୋଷ୍ମ) ଜଳବାୟୁ ଅଞ୍ଚଳର ଲୋକଙ୍କଠାରେ  ହାର୍ଡ ଇମ୍ୟୁନିଟି ବିକଶିତ ହୋଇଯିବ ସେତେବେଳେ ବିଶ୍ୱରେ କରୋନା ଭାଇରସ ମହାମାରୀର ପ୍ରଭାବ ମଧ୍ୟ ହ୍ରାସ ହୋଇଯିବ। ଇଭିନ୍‌ ଟେମ୍ପରେଚର ଜୋନରେ ଭାରତ, ଆମେରିକା, କାନାଡା, ଜାପାନ, ନ୍ୟୁଜିଲ୍ୟାଣ୍ଡ , ଉତ୍ତର ଆଫ୍ରିକା ଓ ପଶ୍ଚିମୟ ଏସିୟ ଦେଶମାନେ ଅଛନ୍ତି।

କରୋନା ଭାଇରସ ମହାମାରୀ ଗବେଷଣାରେ ସାମିଲ ଆମେରିକାନ ଇନିଷ୍ଟିଚ୍ୟୁଟ୍ ଅଫ ବେରୁଟର ଡା. ହସନ ଜରାକୋଟଙ୍କ ଅନୁସାରେ କୋଭିଡ ଭୂତାଣୁର ପ୍ରାଦୁର୍ଭାବ ଏବେ ଆଉ କିଛି ସମୟ ମାନବ ସଭ୍ୟତାକୁ ଭୋଗ କରିବାକୁ ପଡିବ ଓ ବର୍ଷକୁ ବର୍ଷ କରୋନା ଲହର ଆସିବ। ତେବେ ହାର୍ଡ ଇମ୍ୟୁନିଟି ବିକଶିତ ହେଲେ ଭୂତାଣୁର ପ୍ରଭାବ ମନୁଷ୍ୟ ଉପରେ ହ୍ରାସ ହେବାରେ ଲାଗିବ। ହେଲେସେ ପର୍ଯ୍ୟନ୍ତ ଲୋକଙ୍କୁ ପରସ୍ପର ମଧ୍ୟରେ ଦୂରତା, ମାସ୍କ, ବ୍ୟକ୍ତିଗତ ପରିସ୍କାର ପରିଛନ୍ନତା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ।

ହାର୍ଡ ଇମ୍ୟୁନିଟି କଣ
ଭିଶେଷଜ୍ଞଙ୍କ ଅନୁସାରେ ଯେତେବେଳେ କୌଣସି କ୍ଷେତ୍ରର ଅଧା ଜନସଂଖ୍ୟା ଭୂତାଣୁ ବିରୋଧରେ ପ୍ରତିରୋଧକ କ୍ଷମତା ହାସଲ କରିନିଏ ତାକୁ ହାର୍ଡ ଇମ୍ୟୁନିଟି କୁହାଯାଏ। ଏଥିରୁ ନିକଟରେ ହୋଇଥିଲେ ସିରୋ ସର୍ଭେ ରିପୋର୍ଟରେ ଭାରତ ଏବେବି ହାର୍ଡ ଇମ୍ୟୁନିଟିଠାରୁ ଅନେକ ଦୂରରେ ଥିବା ଜଣାପଡିଛି। ହାର୍ଡ ଇମ୍ୟୁନିଟି ଲାଗି ଜନସଂଖ୍ୟାର ୬୦ରୁ ୭୦ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକାଶ ହେବା ଦରକାର। ତେବେ ଭାରତରେ ହୋଇଥିବା ସିରୋ ସର୍ଭେରେ ଦେଶର ୨୪ ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବଡି ବିକଶିତ ହୋଇଥିବା ଦେଖାଯାଇଛି। ତେବେ ଆଣ୍ଟିବଡି ହାସଲ କରିଥିବା ଲୋକଙ୍କ ସଂଖ୍ୟା ଯେତେ ବଢିବଢି ଯିବ ଲୋକଙ୍କ ସଂକ୍ରମଣ ଆଶଙ୍କା ସେତିକି ହ୍ରାସ ହୋଇ ଆସିବ ବୋଲି ବିଶେଷଜ୍ଞ କୁହନ୍ତି।

   Related Posts