ଲକଡାଉନରେ ଆଗକୁ ଆସିଲେ ହରଭଜନ, ଜଳନ୍ଧରରେ ୫ ହଜାର ପରିବାରକୁ ବାଣ୍ଟିବେ ରାସନ

Published By : Prameya-News7 Bureau | April 05, 2020 IST

ନୂଆଦିଲ୍ଲୀ ୦୫।୦୪: ଭାରତୀୟ କ୍ରିକେଟ୍ ଦଳର ବରିଷ୍ଠ ଅଫ ସ୍ପିନର ହରଭଜନ ସିଂହ ଓ ତାଙ୍କ ପତ୍ନୀ ଗୀତା ବସରା ଲକଡାଉନ୍ ସମୟରେ ଗରିବଙ୍କ ସାହାଯ୍ୟ ପାଇଁ ଆଗକୁ ହାତ ବଢାଇଛନ୍ତି। ହରଭଜନ ସିଂହ ଟୁଇଟ୍ ହ୍ୟାଣ୍ଡେଲରେ କିଛି ଫଟୋ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ନିଜର ଟୁଇଟରେ ଭଜି କହିଛନ୍ତି ଯେ ସ ଓ ତାଙ୍କ ପତ୍ନୀ ଗୀତା ବସ୍ରା ଜଳନ୍ଧରର ୫୦୦୦ ପରିବାରକୁ ଏହି ମୁସ୍କିଲ ସମୟରେ ରାସନ ଯୋଗାଇବେ।

wp:core-embed/twitter {"url":"https://twitter.com/harbhajan_singh/status/1246770067171192833?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2F9-pm-9-minutes-it-seems-that-diwali-in-india-as-indians-show-solidarity-against-coronavirus-through-diya-candles%2Farticleshow%2F74997328.cms","type":"rich","providerNameSlug":"twitter","className":""}
https://twitter.com/harbhajan_singh/status/1246770067171192833?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2F9-pm-9-minutes-it-seems-that-diwali-in-india-as-indians-show-solidarity-against-coronavirus-through-diya-candles%2Farticleshow%2F74997328.cms
/wp:core-embed/twitter

ଭଜି ଏହି ଫଟୋ ସହ କ୍ୟାସପନରେ ଲେଖିଛନ୍ତି ଯେ, ସତନାମ ଓ୍ଵାହେଗୁରୁ..ବସ ହିମ୍ମତ ହୌସଲା ଦେନା.. ବୀତା ବସରା ଓ ମୁଁ ଆଜିଠୁ ଏହି ବ୍ରତ ନେଉଛୁ ଯେ, ୫୦୦୦ ପରିବାରକୁ ରାସନ ବାଣ୍ଟିବୁ। ଓ୍ଵାହେ ଗୁରୁ ଆମ ସମସ୍ତଙ୍କ ଉପେ କୃପା କରନ୍ତୁ।

ନିଜର ଟୁଇଟରରେ ହରଭଜନ କିଛି ଫଟୋ ସହିତ ଏକ ସନ୍ଦେଶ ମଧ୍ୟ ଲେଖିଛନ୍ତି, ଏଥିରେ କୁହାଯାଇଛି ଯେ, ଭଗବାନଙ୍କ ଆଶୀର୍ବାଦରୁ ମୁଁ ଓ ଗୀତା ବସରା ଜଳନ୍ଧରରେ ରହୁଥିବା ୫୦୦୦ ଏମିତି ପରିବାରକୁ ରାସନ ଯୋଗାଇ ଦେବୁ, ଯେଉଁମାନେ ଏହି ମୁସ୍କିଲ ସମୟରେ ନିଜ ପରିବାରର ପେଟ ଭରିବା ପାଇଁ ସଂଘର୍ଷ କରୁଛନ୍ତି।

wp:core-embed/twitter {"url":"https://twitter.com/Geeta_Basra/status/1246776575951081473?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2F9-pm-9-minutes-it-seems-that-diwali-in-india-as-indians-show-solidarity-against-coronavirus-through-diya-candles%2Farticleshow%2F74997328.cms","type":"rich","providerNameSlug":"twitter","className":""}
https://twitter.com/Geeta_Basra/status/1246776575951081473?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2F9-pm-9-minutes-it-seems-that-diwali-in-india-as-indians-show-solidarity-against-coronavirus-through-diya-candles%2Farticleshow%2F74997328.cms
/wp:core-embed/twitter

ଭଜି ଏହି ସନ୍ଦେଶରେ ଏହା ମଧ୍ୟ ଲେଖିଛନ୍ତି ଯେ, ଆମେ ନିଜର ସାଥୀ ନାଗରିକଙ୍କ ଚିନ୍ତା କମ କରିବାକକୁ ଚେଷ୍ଟା କରିବୁ। ସୁରକ୍ଷିତ ରୁହନ୍ତୁ, ଘର ଭିତରେ ରୁହନ୍ତୁ ଏବଂ ସକରାତ୍ମକ ରୁହନ୍ତୁ। ଭଗବାନ ଆମ ସମସ୍ତଙ୍କ ଉପରେ ଦୟା କରନ୍ତୁ। ଜୟ ହିନ୍ଦ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.