ଆଫ୍ରିଦିଙ୍କୁ ହରଭଜନ ଓ ଗମ୍ଭୀରଙ୍କ ଜବାବ: 'ଔକାତରେ ରୁହ, ୭୦ ବର୍ଷ ହେଲା ଭିକ ମାଗୁଛ'

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ, ୧୭|୦୫: ନିକଟରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ପିଓକେ ଗସ୍ତ କରି କାଶ୍ମୀର ପ୍ରସଙ୍ଗ ଉଠାଇବା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରିଥିଲେ । ତେବେ ଭାରତୀୟ କ୍ରିକେଟରମାନେ ଏହାର ମୁହଁତୋଡ ଜବାବ ଦେଇଛନ୍ତି ।  ଗୌତମ ଗମ୍ଭୀରଙ୍କ ପରେ ହରଭଜନ ସିଂ ଆଫ୍ରିଦିଙ୍କୁ କଡା ସମାଲୋଚନା କରିଛନ୍ତି ।

{"id":271552,"width":744,"height":418,"sizeSlug":"large"}

ହରଭଜନ କହିଛନ୍ତି ଯେ, ଆଫ୍ରିଦି ସୀମା ଟପିଛନ୍ତି । ସେ ଭାରତର ପ୍ରଧାନମନ୍ତ୍ରୀ ଓ ଅପଶବ୍ଦ ପ୍ରୟୋଗ କରିଛନ୍ତି । ଯାହା ସମସ୍ତଙ୍କୁ ନିରାଶ କରିଛି । ଏହାକୁ ଗ୍ରହଣ କରାଯାଇ ପାରିବ ନାହିଁ । ଆଜି କିମ୍ବା କାଲି ଯଦି ଦେଶର ଆବଶ୍ୟକତା କରେ ତେବେ ସେ ବନ୍ଧୁକ ମଧ୍ୟ ଧରିବା ପାଇଁ ପ୍ରସ୍ତୁତ ।

ହରଭଜନ ଆହୁରି କହିଛନ୍ତି ଯେ, ସାରା ବିଶ୍ୱ କରୋନା ଭାଇରସର ମୁକାବିଲା କରୁଛି । ତେଣୁ ସେ ନିକଟରେ ଆଫ୍ରିଦିଙ୍କୁ ପାକିସ୍ତାନୀ ହିନ୍ଦୁଙ୍କୁ ସହାଯ୍ୟ ପାଇଁ ଅର୍ଥଦାନ କରିଥିଲେ । ସେ ଆମ ଦେଶ ବିରୋଧରେ କିଛି କହିପାରିବେ ନାହିଁ । ଏପରି କହିବା ପାଇଁ ତାଙ୍କୁ ଅଧିକାର ଦିଆଯାଇ ନାହିଁ । ଏବେ ସେ ଆଉ ଆଫ୍ରିଦିଙ୍କ ସହ ସମ୍ପର୍କ ରଖିବେ ନାହିଁ ବୋଲି କହିଛନ୍ତି ।

ଏହାପୂର୍ବରୁ ଗମ୍ଭୀର ମଧ୍ୟ ଆଫ୍ରିଦିଙ୍କୁ ଜବାବ ଦେଇ କହିଥିଲେ ଯେ, ଇମରାନ ଖାନ, ବାଜଓ୍ୱାଙ୍କ ଭଳି ଜୋକର ପାକିସ୍ତାନୀଙ୍କୁ ବୋକା ବନାଇ ରଖିଛନ୍ତି । ପାକିସ୍ତାନକୁ କେବେବି କାଶ୍ମୀର ମିଳିବ ନାହିଁ । ପାକିସ୍ତାନ ୭୦ ବର୍ଷ ହେଲା କାଶ୍ମୀର ପାଇଁ ଭିକ ମାଗୁଛି ବୋଲି ସେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.