Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||

ଚେନ୍ନାଇ ସୁପର କିଂଗ୍ସକୁ ଆଉ ଏକ ଝଟ୍‌କା : ରୈନାଙ୍କ ପରେ ହରଭଜନ ବି ଖେଳିବେନି ଆଇପିଏଲ୍

4/09/2020 at 3:17 PM

ନୂଆଦିଲ୍ଲୀ ୦୪/୦୯ : ଆଇପିଏଲ ୨୦୨୦ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି | ଇତି ମଧ୍ୟରେ ଚେନ୍ନାଇ ସୁପରକିଂଗ୍ସ ଅଡୁଆରେ ପଡିଯାଇଛି | ଟିମର ସମସ୍ୟା ବଢିଯାଇଛି | କରୋନା ପରେ ଜଣେ ପରେ ଜଣେ ଖେଳାଳି ଆଇପିଏଲର ଏହି ସିଜନ ନ ଖେଳିବାକୁ ନିଷ୍ପତ୍ତି କରୁଛନ୍ତି | ସୁରେଶ ରାଇନାଙ୍କ ପରେ ଚେନ୍ନାଇ ସୁପରକିଂଗ୍ସର ବୋଲର ହରଭଜନ ସିଂହ ମଧ୍ୟ ଟିମରୁ ବାହାରି ଯାଇଛନ୍ତି | କିଛି ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜକୁ ଆଇପିଏଲ ସିଜନରୁ ଦୁରେଇ ଦେଇଛନ୍ତି |

ସଂଯୁକ୍ତ ଆରବ ଇମିରେଟ୍ସ ଯିବା ପୂର୍ବରୁ ଚେନ୍ନାଇ ସୁପରକିଂଗ୍ସ ଟିମ ପାଇଁ ତାମିଲନାଡୁ ଚେପୁକରେ ୫ ଦିନିଆ ଟ୍ରେନିଂ କ୍ୟାମ୍ପ ଥିଲା | ହରଭଜନ ସିଂହ ଓ ଅଲରାଉଣ୍ଡର ରବୀନ୍ଦ୍ର ଜଡେଜା ସେଠାରେ ପହଞ୍ଚିନଥିଲେ | ଜଡେଜା ଟିମ ସହ ୟୁଏଇ ପହଞ୍ଚିଥିଲେ କିନ୍ତୁ ହରଭଜନ ସିଂହ ଭାରତରେ ହିଁ ଥିଲେ | ହରଭଜନ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି |

ରୈନା ଓ ହରଭଜନ ଟିମରେ ନଥିବାରୁ ଟିମର ସମସ୍ୟା ବଢିଯାଇଛି | ସୁରେଶ ରୈନା ଟିମର ୩ ନମ୍ବରର ନିୟମିତ ବ୍ୟାଟ୍ସମ୍ୟାନ | ତାଙ୍କୁ ମିସ୍ଟର ଆଇପିଏଲ ମଧ୍ୟ କୁହାଯାଏ | ହରଭଜନ ଟିମର ଷ୍ଟାର ଖେଳାଳିମାନଙ୍କ ମଧ୍ୟରୁ ଜଣେ | ଗତ ସିଜନରେ ହରଭଜନ ୧୬ଟି ୱିକେଟ୍ ହାସଲ କରିଥିଲେ | ଆଇପିଏଲ ସିଜନରେ ସବୁଠାରୁ ଅଧିକ ୱିକେଟ୍ ନେଇଥିବା ଖେଳାଳିମାନଙ୍କ ମଧ୍ୟରେ ହରଭଜନ ତୃତୀୟ ସ୍ଥାନରେ ଅଛନ୍ତି | ଚଳିତ ବର୍ଷ ଆଇପିଏଲ ୟୁଏଇରେ ୩ଟି ଭିନ୍ନ ଭିନ୍ନ ଜାଗାରେ ଖାଲି ଷ୍ଟାଡିୟମରେ ଖେଳାଯିବ | ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ଯାଏଁ ହେବାକୁଥିବା ଆଇପିଏଲ ପାଇଁ ସଂକ୍ରମଣରୁ ଦୁରେଇ ରହିବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି |

   Related Posts