କ୍ରିକେଟ୍‌କୁ ନେଇ ବଡ ଖୁଲାସା କରିବାକୁ ଯାଉଛନ୍ତି ହରଭଜନ ସିଂହ, ଟ୍ଵିଟ୍ କରି କହିଲେ- ବଦଳିଯିବ ଆପଣଙ୍କର କ୍ରିକେଟ୍ ଦେଖିବା ଦୃଷ୍ଟିକୋଣ

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଲୀ ୧୨।୦୯: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୩ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ରହିଛି। ଟୂର୍ଣ୍ଣାମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦଳଗୁଡିକର ରଣନୀତିକୁ ନେଇ କିଏ  ଟାଇଟଲ୍ ଜିତିବ ତାର କଳ୍ପନା ଜଳ୍ପନା ମଧ୍ୟ ଆରମ୍ଭ ହୋଇ ଯାଇଛି। ଏହି କ୍ରମରେ ଚେନ୍ନାଇ ସୁପରକିଙ୍ଗ୍ସର ତାରକା ଅଫ ସ୍ପିନର ହରଭଜନ ସିଂହ ଏକ ଟ୍ଵିଟ୍ କରି ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

ଏହି  ଭାରତୀୟ ସ୍ପିନର ହରଭଜନ ଟ୍ଵିଟ୍ କରି କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ଦେବାର ସଙ୍କେତ ଦେଇଛନ୍ତି। କୁହାଯାଉଛି ଏହି ଟ୍ଵିଟ୍‌ ଆଇପିଏଲର ଚଳିତ ସଂସ୍କରଣ ସମ୍ବନ୍ଧରେ ରହିଛି। ସେ ଲେଖିଛନ୍ତି କ୍ରିକେଟ୍ ଆଜିକାଲି ବହୁତ ଚର୍ଚ୍ଚାରେ ରହିଛି ଏବଂ ଏବେ ଏବେ ମୁଁ କିଛି ଜାଣିବାକୁ ପାଇଛି, ଯାହା ଆପଣଙ୍କ କ୍ରିକେଟ୍‌ ଦେଖିବା ଦୃଷ୍ଟିକୋଣକୁ ସୁବ ଦିନ ପାଇଁ ବଦଳାଇ ଦେବ। ଏହା ସହିତ ହ୍ୟାସ ଟ୍ୟାଗ୍ #CricketKaKhulasa ଦେଇଛନ୍ତି।

wp:html /wp:html

କେବଳ ଭଜି ହିଁ  ଜଣାଇ ପାରିବେ ସେ କଣ କହିବାକୁ ଚାହୁଁଛନ୍ତି। କିନ୍ତୁ ପ୍ରଶଂସକଙ୍କ ଅନୁଯାୟୀ ସେ ଆଇପିଏଲ-୨୦୨୦ ଆଡକୁ ଇଙ୍ଗିତ କରୁଛନ୍ତି। ଆଉ କିଛି ପ୍ରଶଂସକ ଅପିଲ୍‌ କରିଛନ୍ତି ଯେ କିଛି ଭଲ ଖୁଲାସା କରନ୍ତୁ। କିଛି ୟୁଜର ତ ପ୍ରଶ୍ନ ମଧ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଆଇପିଏଲର ୧୩ତମ ସଂସ୍କରଣ କୋଭିଡ୍-୧୯ କାରଣରୁ ଦେଶ ବାହାରେ ୟୁଏଇରେ ଖେଳା ଯାଉଛି। ଆଇପିଏଲ ୨୦୨୦ର ପ୍ରଥମ ମୁକାବିଲା ଦୁଇଟି ବଡ ଟିମ୍‌ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସେପ୍ଟେମ୍ବର ୧୯ରେ ଖେଳାଯିବ। ଏହି ମ୍ୟାଚ୍‌ରେ ହରଭଜନ ସିଂହଙ୍କୁ ଦେଖିବାକୁ ମିଳିବ ନାହିଁ। ଭଜି ନିଜ ଆଡୁ ଟୂର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ସେ ନିଜର ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବାକୁ ଚାହୁଁଥିଲେ। ତାଙ୍କ ବ୍ୟତୀତ ସୁରେଶ ରୈନା ମଧ୍ୟ ଚଳିତ ଆଇପିଏଲରୁ ଓହରି ଯାଇଛନ୍ତି। ସେ ୟୁଏଇ ଯିବା ପରେ ସ୍ଵଦେଶ ଫେରି ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.