ଗୀତାଙ୍କ ମ୍ୟୁଜିକ୍ ସିନରେ ବୋଲ୍ଡ ହରଭଜନ , ଏକ ଚର୍ଚ୍ଚିତ ପ୍ରେମ କାହାଣୀ

Published By : Prameya-News7 Bureau | March 13, 2020 IST

ମୁମ୍ବାଇ ୧୩/୩: ବଲିଉଡ ଷ୍ଟାର ଏବଂ କ୍ରିକେଟରଙ୍କ ମଧ୍ୟରେ ବନ୍ଧୁତା କୌଣସି ନୂଆ କଥା ନୁହେଁ। ସାଧାରଣତଃ ଲୋକେ ବଲିଉଡ ଏବଂ କ୍ରିକେଟ ଜଗତରେ ଅତ୍ୟନ୍ତ ରୁଚି ରଖିଥାଆନ୍ତି। ଆଜି ଏପରି ଏକ ଯୋଡ଼ି ବିଷୟରେ ଆଲୋଚନା କରିବା ଯିଏ ବଲିଉଡ ଏବଂ କ୍ରିକେଟ ସହ ଜଡ଼ିତ। ଆମେ କଥା ହେଉଛୁ ହରଭଜନ ସିଂହ ଏବଂ ଗୀତା ବସରାଙ୍କ ବିଷୟରେ।

{"id":237733,"sizeSlug":"large"}

ଗୀତା ବସରା ଆଜି ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ଗୀତା ଏବଂ ହରଭଜନଙ୍କ ଲଭଷ୍ଟୋରୀ ଖୁବ୍ ଇଣ୍ଟରଷ୍ଟିଙ୍ଗ୍। ହରଭଜନଙ୍କୁ ଗୀତାଙ୍କୁ ରାଜି କରାଇବାକୁ ୧୦ମାସ ସମୟ ଲାଗିଥିଲା।

{"id":237734,"sizeSlug":"large"}

ହରଭଜନ ସିଂହ ତାଙ୍କୁ ପ୍ରଥମେ ଏକ ମ୍ୟୁଜିକ୍ ଭିଡିଓରେ ଦେଖିଥିଲେ। ଏହି ଗୀତଟି ‘ଦ ଟ୍ରେନ୍’ ଫିଲ୍ମର ଓ୍ବୋ ଅଜନବି ଥିଲା। ଗୀତା ଏହି ଗୀତରେ ଇମରାନ ହାସମିଙ୍କ ସହ ନଜର ଆସିଥିଲେ। ଏହି ଗୀତରେ ଗୀତାଙ୍କୁ ଦେଖିବା ମାତ୍ରେ ହରଭଜନ ପସନ୍ଦ କରିନେଇଥିଲେ।

{"id":237735,"sizeSlug":"large"}

ହରଭଜନଙ୍କ ବଲିଉଡ ସହ କୌଣସି ଖାସ୍ କନେକ୍ସନ ନଥିଲା। ସେଥିପାଇଁ ସେ ତାଙ୍କର ଏକ ସାଥୀ କ୍ରିକେଟରଙ୍କୁ ଗୀତାଙ୍କ ନମ୍ବର ଆଣିବାର ଦାୟିତ୍ବ ଦେଇଥିଲେ। ଶେଷରେ ହରଭଜନଙ୍କୁ ଗୀତାଙ୍କ ନମ୍ବର ମିଳିଯାଇଥିଲା ଏବଂ ସେ ଗୀତାଙ୍କୁ କଫି ଡେଟ୍ ପାଇଁ ଅଫର କରିଥିଲେ।

{"id":237736,"sizeSlug":"large"}

ଗୀତା ବସରା ସେତେବେଳେ ହରଭଜନଙ୍କୁ କୌଣସି ଜବାବ ଦେଇନଥିଲେ। ପରେ ଗୀତା ବସରା ତାଙ୍କୁ ମ୍ୟାଚର ଟିକେଟ ଆଣିବାକୁ କହିଥିଲେ। ଗୀତା ତାଙ୍କ ଡ୍ରାଇଭରଙ୍କ ପାଇଁ ହରଭଜନଙ୍କୁ ଟିକେଟ ମାଗିଥିଲେ। ହରଭଜନ୍ ତାଙ୍କୁ ଟିକେଟ ଦେଇଥିଲେ ଏବଂ ଗୀତା ତାଙ୍କୁ ଦେଖା କରିବାକୁ ରାଜି ହୋଇଥିଲେ।

{"id":237737,"sizeSlug":"large"}

ଏହା ପରେ ଲଗାତାର ତାଙ୍କ ସାକ୍ଷାତ ହୋଇଥିଲା। ଇଂଲଣ୍ଡରେ ଜନ୍ମ ହୋଇଥିବା ଗୀତାଙ୍କ ପାଇଁ ବଲିଉଡ ପୂରା ନୂଆ ଥିଲା ସେଥିପାଇଁ ସେ ବନ୍ଧୁତାକୁ ରିଲେସନଶିପରେ ବଦଳିବାକୁ ଚାହୁଁନଥିଲେ।

{"id":237738,"sizeSlug":"large"}

ଗୀତା ତାଙ୍କୁ ତାଙ୍କ କ୍ୟାରିୟରରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ପରେ ହରଭଜନ ତାଙ୍କୁ ରିଲେସନଶିପ ପାଇଁ ରାଜି କରାଇଥିଲେ ଏବଂ ଏଥିପାଇଁ ହରଭଜନଙ୍କୁ ୧୦ମାସ ସମୟ ଲାଗିଥିଲା।

{"id":237739,"sizeSlug":"large"}

ଶେଷରେ ଉଭୟଙ୍କ ରିଲେସନଶିପ୍ ଆରମ୍ଭ ହୋଇଥିଲା ଏବଂ ୨୦୧୫ମସିହାରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ଉଭୟଙ୍କ ବିବାହକୁ ୫ବର୍ଷ ପୂରି ସାରିଲାଣି ଏବଂ ଉଭୟଙ୍କର ଏକ ଝିଅ ଅଛି।

{"id":237740,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.