Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଭାରତ ବାୟୋଟେକ୍‌ର ଘୋଷଣା, କୋଭାକ୍ସିନ୍‌ ନେଇ ଅସୁସ୍ଥ ହେଲେ କ୍ଷତିପୂରଣ ଦେବ କମ୍ପାନୀ

16/01/2021 at 8:52 PM

ନୂଆଦିଲ୍ଲୀ ୧୬/୦୧: ଦେଶରେ କରୋନା ଟିକାକରଣ ଶୁଭାରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ୧୬୫୭୧୪ ଜଣ କରୋନା ଟିକା ନେଇଛନ୍ତି। କିନ୍ତୁ ଏବେ ବି ଲୋକଙ୍କ ମନରେ ଭ୍ୟାକ୍‌ସିନକୁ ନେଇ ଶଙ୍କା ରହିଛି। କରୋନା ଟିକା ନେବା ପରେ ଗୁରୁତର ପାର୍ଶ୍ବପ୍ରତିକ୍ରିୟା ହୋଇପାରେ ବୋଲି ଲୋକେ ଭାବୁଛନ୍ତି। ଏମିତି କିଛି ହେବ ନାହିଁ ବୋଲି ସରକାର ଓ ଟିକା କମ୍ପାନୀ କହିସାରିଛନ୍ତି। ତଥାପି ଲୋକଙ୍କ ମନରେ ଭୟ ଲାଗିରହିଛି।

ଏହାକୁ ନଜରରେ ରଖି ସ୍ବଦେଶୀ କରୋନା ଟିକା ବିକଶିତ କରିଥିବା ଭାରତ ବାୟୋଟେକ୍‌ ଲୋକଙ୍କୁ ଆଶ୍ବସନା ଦେଇଛି। ଯଦି କୋଭାକ୍ସିନ୍‌ ଟିକା ନେବା ପରେ କୌଣସି ବ୍ୟକ୍ତିଙ୍କ ଶରୀରରେ ଗଭୀର କୂପ୍ରଭାବ ପକାଇବ ତେବେ କମ୍ପାନୀ କ୍ଷତିର ଭରଣା କରିବ। ଭାରତ ବାୟୋଟେକ୍‌ ଟିକାର ୫୫ ଲକ୍ଷ ଡୋଜ୍‌ ପାଇଁ ଭାରତ ସରକାର ଅର୍ଡର ଦେଇଛନ୍ତି।

ଏହା ପୂର୍ବରୁ ଟିକା କମ୍ପାନୀ ସହ ସରକାରଙ୍କ ବୁଝାମଣାରେ କୁହାଯାଇଥିଲା, ଟିକାର ପାର୍ଶ୍ବପ୍ରତିକ୍ରିୟା ପାଇଁ ସରକାର ଦାୟୀ ରହିବେ ନାହିଁ। ଏଥିପାଇଁ ଟିକା ପ୍ରସ୍ତୁତକାରୀ କମ୍ପାନୀ ଦାୟୀ ରହିବେ। ଏହା ପରେ ପରେ ଭାରତ ବାୟୋଟେକ୍‌ ନିଜର ପକ୍ଷ ରଖିଛି। ଯଦି ଟିକା ନେବା ପରେ କୌଣସି ବ୍ୟକ୍ତି ଅତ୍ୟନ୍ତ ଅସୁସ୍ଥ ହେବେ ବା କୌଣସି ଗୁରୁତର ପାର୍ଶ୍ବପ୍ରତିକ୍ରିୟା ପରିଲକ୍ଷିତ ହେବ ତେବେ କମ୍ପାନୀ କ୍ଷତିର ଭରଣା କରିବ।

ଅନ୍ୟପଟେ କୋଭାକ୍ସିନ ଟିକା ଦୁଇଟି ଟ୍ରାଏଲରେ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି। କିନ୍ତୁ ଏହାର ଚିକିତ୍ସା କ୍ଷେତ୍ରରେ ପ୍ରଭାବ କଣ ରହିବ ସେନେଇ ଜଣାପଡ଼ିନଥିଲା। କେତେକ ସ୍ଥାନରେ ଡାକ୍ତରମାନେ କୋଭିସିଲ୍ଡ ଟିକା ନେବାକୁ ରାଜି ହୋଇଥିବା ବେଳେ କୋଭାକ୍ସିନ ଭ୍ୟାକ୍ସିନ୍‌ ନେବାକୁ ଅମଙ୍ଗ ହୋଇଛନ୍ତି । କୋଭାକ୍ସିନର ଟ୍ରାଏଲ ସରିନଥିବା ଡାକ୍ତରମାନେ ଅଭିଯୋଗ କରିଥିଲେ।

   Related Posts