ପ୍ରମୋଦ ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା : ଲୋକାଲ କମ୍ପ୍ଲେନ କମିଟିରେ ହାଜର ହେଲେ ପୀଡିତା

Published By : Prameya-News7 Bureau | November 02, 2019 IST

କେନ୍ଦ୍ରାପଡା ୨।୧୧: କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ଯୌନ ନିର୍ଯାତନା ମାମଲାରେ ପୀଡିତାଙ୍କୁ କେବେ ମିଳିବ ନ୍ୟାୟ । କେବେ ଅଭିଯୁକ୍ତଙ୍କ ବିରୋଧରେ ଆକ୍ସନ ନେବ ପୋଲିସ । ଏତଲା ହେବାର ୬ମାସ ପରେ ବି କାହିଁକି କେନ୍ଦ୍ରାପଡା ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିନି । ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଥିବା ବେଳେ ଏବେ ମାମଲାର ତଦନ୍ତ ଆରମ୍ଭ କରିବ ଲୋକାଲ କମ୍ପ୍ଲେନ କମିଟି । ଜିଲ୍ଲା ସୋସିଆଲ ୱେଲଫର କମିଟି ପକ୍ଷରୁ ଗଠିତ ଏହି କମିଟିରେ ତହସିଲଦାରଙ୍କ ସମେତ କିଛି ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ମଧ୍ୟ ସଦସ୍ୟ ଅଛନ୍ତି । ଆଜି ପୀଡିତା କମିଟି ଆଗରେ ହାଜର ହୋଇଛନ୍ତି । ଏଥିପାଇଁ ପୂର୍ବରୁ ପୀଡ଼ିତାଙ୍କ ସମେତ କମିଟିର ସମସ୍ତ ସଦସ୍ୟଙ୍କୁ ନୋଟିସ କରାଯାଇଥିଲା ।

{"id":178010}

ଗତ ଅକ୍ଟୋବର ୧୬ ତାରିଖରେ ପୀଡିତା କମିଟି ନିକଟରେ ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ଲିଖିତ ଭାବେ ଅଭିଯୋଗ କରିଥିଲେ । ଆଜି କମିଟି ପୀଡ଼ିତାଙ୍କ ଅଭିଯୋଗ ଶୁଣିବା ସହ ବୟାନ ରେକର୍ଡ଼ କରିପାରେ । ପୀଡ଼ିତlଙ୍କୁ କମିଟି ଘଟଣା ସମ୍ପର୍କରେ ମଧ୍ୟ ପଚରାଉଚରା କରିପାରନ୍ତି ।

{"id":178012}

ତେବେ ସବୁଠୁ ବଡ ପ୍ରଶ୍ନ ଅଭିଯୁକ୍ତ କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ବିରୋଧରେ ଏତେ ସବୁ ପ୍ରମାଣ ଥାଇ ମଧ୍ୟ କାହିଁକି ପୋଲିସ ଚୁପ ବସିଛି । ଅଭିଯୁକ୍ତକୁ ଗିରଫ କିରବାକୁ ଦାବି କରିଛି ବିଜେପି । ଅନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଦଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.