Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଲକ୍‌ଡାଉନ୍‌ ଲଜ୍ଜା : ନାବାଳିକା ଗଣଦୁଷ୍କର୍ମ ମାମଲାରେ ଟିଭି ଚ୍ୟାନେଲ୍‌ ଅଫିସରେ ପୋଲିସର ଛାନ୍‌ଭିନ୍‌

6/09/2020 at 12:22 PM

ଭୁବନେଶ୍ୱର ୦୬।୦୯: ଲକ୍‌ଡାଉନ୍‌ ସମୟରେ ରାଜଧାନୀରେ ଘଟିଛି ଏକ ସମ୍ବେଦନଶୀଳ ଘଟଣା । ୧୩ ବର୍ଷର ଜଣେ ନାବାଳିକାକୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ କରୁଥିଲେ ଏକ ପ୍ରମୁଖ ଟିଭି ଚ୍ୟାନେଲ୍‌ର ଏକାଧିକ କର୍ମଚାରୀ । ସେମାନଙ୍କ ସହ ପୁଲିସ ବି ସାମିଲ ଥିଲା । ପୁଲିସ ଭୟରେ ଚୁପ ଥିବା ପୀଡ଼ିତା ଓ ତାଙ୍କ ମା’ ଘଟଣାର ପ୍ରାୟ ୩ ମାସ ପରେ ସଂପୃକ୍ତ ଘରୋଇ ଟିଭି ଚ୍ୟାନେଲ ଓ ପୁଲିସ ବିରୋଧରେ ଏତଲା ଦେବାକୁ ସାହସ ଜୁଟାଇବାରେ ସମର୍ଥ ହୋଇଛନ୍ତି ।

ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ନାବାଳିକାଙ୍କ ମା’। ଘଟଣାକୁ କମିଶନରେଟ୍‌ ପୁଲିସ୍‌ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛି । ଏଥିପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇ ତଦନ୍ତ ଚାଲିଛି । ଶନିବାର ଏକ ଟିମ ସଂପୃକ୍ତ ଟିଭି ଚ୍ୟାନେଲ ଅଫିସକୁ ଯାଇ କର୍ତ୍ତୃପକ୍ଷଙ୍କୁ ୪ ଘଣ୍ଟା ଧରି ପଚରାଉଚରା କରି ଫେରିଛି। ତେବେ ଦେଖାଯାଉ ଏହି ମାମଲାର ତଦନ୍ତ କେଉଁଆଡେ ଯିବ ।

   Related Posts