ରିମାଣ୍ଡରେ ଗଲେ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ମୁଖ୍ୟ ଅଭିଯୁକ୍ତ ଫୈଜ ରେହମାନ

Published By : Prameya-News7 Bureau | December 04, 2018 IST

ଢେଙ୍କାନାଳ ୦୪|୧୨: ନାବାଳିକା ଅସଦାଚରଣ  ମାମଲାରେ ଗୁଡ୍ ନ୍ୟୁଜ୍  ଇଣ୍ଡିଆ ମୁଖ୍ୟ ଅଭିଯୁକ୍ତ  ଫୈଜ ରେହମାନ ରିମାଣ୍ଡରେ ଗଲେ । ତାଙ୍କର ୨ ଦିନିଆ ରିମାଣ୍ଡ ଅବଧି ଆଜିଠୁ ଆରମ୍ଭ ହୋଇଛି । ଢେଙ୍କାନାଳ ପୋଲିସ ତାଙ୍କୁ ରିମାଣ୍ଡରେ ନେଇ ଛାତ୍ରୀଙ୍କୁ ଅସାଦାଚରଣ ସଂପର୍କରେ ଗୁଡ଼େଇ ତୁଡ଼େଇ ପଚରା ଉଚରା କରିବ । ତେବେ ଫୈଜ ରେହମାନଙ୍କୁ ଆଜି ରିମାଣ୍ଡରେ ନିଆଯିବା ସମୟରେ ସେ ସାମ୍ବାଦିକଙ୍କର କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ ।  ଏହା ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ତଥା ବାହାର ରାଜ୍ୟରେ ତାଙ୍କ ସଂସ୍ଥା ପକ୍ଷରୁ ଚାଲିଥିବା ସେଲଟର୍ ହୋମ୍ ଗୁଡ଼ିକର ପରିଚାଳନା ତଥା ବିଦେଶୀ ଲିଙ୍କ୍ ସଂପର୍କରେ ଖୋଳତାଡ଼ କରିବ ପୋଲିସ । ଆବଶ୍ୟକ ପଡ଼ିଲେ  ଜେଲ୍ ରେ ଥିବା ସଂସ୍ଥାର ଅନ୍ୟ ଦୁଇ  ଅଭିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୀମାଞ୍ଚଳ ନାଏକ ଓ ସହକାରୀ ନିର୍ଦ୍ଦେଶକ ଉଦିତ କୁମାର ଲିମାଙ୍କୁ ମଧ୍ୟ ପୋଲିସ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି। ଆଦିବାସୀ ଅଧ୍ୟୁଷିତ ଇଲାକାରେ ସ୍ବେଚ୍ଛାସେବୀ ସଂଗଠନ ଚଳାଇ ଫୈଜ୍ ରେହମାନ୍  ନିଜ ଚଳାଇଥିବା ଅଭିଯୋଗ ଆସିଛି । ଗୁଡ ନ୍ୟୁଜ ଇଣ୍ଡିଆର ୱେବସାଇଟ ଦର୍ଶାଉଛି ଢେଙ୍କାନାଳ, ବାଲେଶ୍ବର, ଗଞ୍ଜାମ, ଗଜପତି ଏମିତି ୨୨ଟି ସ୍ଥାନରେ ଶାଖା ଚାଲିଛି । ଏହାଛଡ଼ା ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡରେ ମଧ୍ୟ ଚାଲିଛି କ୍ୟାମ୍ପ । ଏ ସବୁ ଏବେ ସ୍କାନରକୁ ଆସିଛି। ଏସବୁ ସେବାଶ୍ରମକୁ କିଏ ଫଣ୍ଡିଙ୍ଗ କରୁଥିଲା ?  ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇଥିଲା ନା ନାହିଁ ? ବେଆଇନ ଧର୍ମାନ୍ତରୀକରଣ ଯୌନ ଶୋଷଣ ଭଳି ସାଂଘାତିକ ଅଭିଯୋଗର ଚେର କେଉଁଯାଏଁ ଲମ୍ବିଛି ସେନେଇ ଗୁମର ଫିଟାଇବ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.