ତୁମେ କଳା... ତୁମ ସହ ରହିବିନି... ସ୍ବାମୀଙ୍କୁ ଏଭଳି କହୁଥିଲେ ସ୍ତ୍ରୀ, କୋର୍ଟରେ ପହଞ୍ଚିଲା ମାମଲା

Published By : Prameya-News7 Bureau | March 12, 2021 IST

ନୂଆଦିଲ୍ଲୀ ୧୨।୦୩ : ସାଧାରଣତଃ ମହିଳାମାନେ ପୁରୁଷମାନଙ୍କ ବିରୋଧରେ ନିର୍ଯାତିତ ହେବାର ଅଭିଯୋଗ ଆଣିଥାନ୍ତି । କିନ୍ତୁ ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଶୁଣି ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ରାଜସ୍ଥାନ ସିକରର ଜଣେ ପୁରୁଷ ନିଜ ପତ୍ନୀଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଏନେଇ କୋର୍ଟରେ ମଧ୍ୟ ମାମଲା ରୁଜୁ କରାଯାଇଛି ।

ଖବର ଅନୁଯାୟୀ, ସୁମିତ ନାମକ ଜଣେ ବ୍ୟକ୍ତି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସୁମିତ ଅଭିଯୋଗ କରିଛନ୍ତି ଯେ, ବିବାହର ଦେଢ ବର୍ଷ ପୂର୍ବେ ସୁନିତାଙ୍କ ସହିତ ତାଙ୍କର ବିବାହ ହୋଇଥିଲା, ତାଙ୍କର ଏକ ଝିଅ ମଧ୍ୟ ରହିଛି । ଏହାପରେ ବି ପତ୍ନୀ ସୁନିତା ତାଙ୍କ ସହିତ ରହିବାକୁ ପ୍ରସ୍ତୁତ ନୁହନ୍ତି । ବିବାହ ପରେ ବି ସୁମିତଙ୍କୁ ସଦାସର୍ବଦା  ଆକ୍ଷେପ କରି କହିଥାନ୍ତି । ଏପରିକି ସୁମିତଙ୍କୁ କଳା ବୋଲି କୁହନ୍ତି ସୁନିତା, ଏବଂ ତାଙ୍କ ସହିତ ରହିବାକୁ ଆଉ ଇଚ୍ଛାନାହିଁ ବୋଲି କହୁଛନ୍ତି ।  ଏନେଇ କୋର୍ଟରେ ମାମଲା ଦାଏର ପରେ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।

ସେହିପରି ସୁମିତ୍‌  ଆହୁରି ମଧ୍ୟ କହିଛନ୍ତି ଯେ , ଯେତେବେଳେ ଉଭୟଙ୍କର ବିବାହ ହୋଇଥିଲା । ସେତେବେଳେ  କୌଣସି ଯୌତୁକ ଆଣିନଥିଲେ ପରିବାର ଲୋକେ । କିନ୍ତୁ ବାରମ୍ବାର ତୁମ ସହିତ ରହିବିନାହିଁ ବୋଲି ସୁନିତା କହୁଥିଲେ । ଝିଅର ପରିବାର ଲୋକେ ସୁମିତଙ୍କ ଠାରୁ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ନେଇଥିଲେ । ସେହି ଟଙ୍କାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାଇନାହାନ୍ତି ।

ପରିବାରରେ ବିବାଦକୁ ନେଇ ଗାଁରେ ବୈଠକ ବସିଥିଲା । କିନ୍ତୁ କୌଣସି ସମାଧାନ ହୋଇପାରିନଥିଲା ।  ଏହି ଘଟଣାର କିଛି ଦିନ ପରେ ସୁନିତାଙ୍କ ପରିବାର ଲୋକେ ସୁମିତଙ୍କ ଘରକୁ ଆସିଥିଲେ । ସୁମିତଙ୍କ ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ଖାଇବାକୁ ଦେଇଥିଲା , ଏବଂ ମାଡ଼ ମାରିଥିବାର ମଧ୍ୟ ଅଭିଯୋଗ ଆସିଛି ।

ତେବେ ଏବ କୋର୍ଟରେ ମାମଲା ରୁଜୁ ହୋଇଛି । ଯାହାପରେ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । ଘଟଣାରେ କିଏ ଅଭିଯୁକ୍ତ , ସେନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ । ନିର୍ଯାତିତଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ନିଜର ଉଦ୍ୟମ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.