ବାପା ଜେଲରେ ଥିଲେ, ଝିଅକୁ ବ୍ଲାକମେଲ କରି ଅସଦାଚରଣ ଅଭିଯୋଗ : ବର୍ଷ ପରେ ବାପାଙ୍କ ଅଭିଯୋଗ ଭିତ୍ତିରେ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 28, 2020 IST

ଭଦ୍ରକ ୨୮।୧୦:  ବାପା ଏକ ହତ୍ୟା ମାମଲାରେ ଜେଲରେ ଥିଲେ । ଘରେ ନାବାଳିକା ଝିଅ ସହ ସ୍ତ୍ରୀ ରହୁଥିଲେ । ତେବେ ବାପା ଜେଲରେ ଥିବା ବେଳେ ଅନୁପସ୍ଥିତିରେ ନାବାଳିକା ଝିଅ ଶୌଚ ହେବାପାଇଁ ଯାଇଥିଲେ । ଏହି ସମୟରେ କେତେକ ଫଟୋ ଉଠାଇ ବ୍ଲାକମେଲ କରିବା ସହ ବାରମ୍ବାର ଅସଦାଚରଣ କରିବା ସହ ଫଟୋକୁ ଭାଇରାଲ କରିଥିବାର ଅଭିଯୋଗ ଆସିଛି । ବାପା ଜେଲରୁ ମୁକୁଳିବା ପରେ ଅନ୍ୟ ଲୋକଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣି ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଘଟିଛି ଏମିତି ଘଟଣା ।

ଖବର ଅନୁଯାୟୀ, ଜନୈକ ନାବାଳିକାଙ୍କ ବାପା କୌଣସି ଏକ ମାମଲାରେ ଜେଲରେ ଥିଲେ । ପ୍ରାୟ ବର୍ଷକ ତଳର ଘଟଣା । ନାବାଳିକା ଶୌଚ ପାଇଁ ଯାଇଥିବା ବେଳେ ଗାଁର ଯୁବକ ତାଙ୍କର କେତେକ ଅଶ୍ଳୀଳ ଫୋଟୋ ଉଠାଇଥିଲେ । ପରେ ଫୋଟୋ ଦେଖାଇ ବ୍ଲାକ ମେଲ କରିବା ସହ ଅସଦାଚରଣ କରି ଆସୁଥିଲେ । ବାପା ସାରାଜୀବନ ଜେଲରେ ରହିବ ଓ କାହାକୁ କହିଲେ ତାଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ତେବେ ବାପା ଜେଲରୁ ମୁକିଳିବା ପରେ ଅନ୍ୟ ଲୋକଙ୍କ ଠାରୁ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହା ପରେ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତଙ୍କ ମୋବାଇଲ ଜବତ କରିବା ସହ ଅଭିଯୁକ୍ତ ରାଜେନ୍ଦ୍ର ଅରଖକୁ ଗିରଫ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.