Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ବିଶିଷ୍ଠ ପାଲା ଗାୟକ ହାରାଚାନ୍ଦ ନାଥଙ୍କ ପରଲୋକ

5/04/2021 at 2:10 PM

ସମ୍ବଲପୁର ୦୫।୦୪: ବିଶିଷ୍ଠ ପାଲା ଗାୟକ ହାରାଚାନ୍ଦ ନାଥଙ୍କ ପରଲୋକ । ସମ୍ବଲପୁର ଜିଲ୍ଲା ପରମାଣପୁର ସ୍ଥିତ ନିଜ ବାସଭବନ ଆଖି ବୁଝିଛନ୍ତି ହାରାଚାନ୍ଦ ନାଥ । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ହାରାନାଥଙ୍କ ମୃତ୍ୟୁର ଖବର ଶୁଣି ଶୋକର ଛାୟା ଖେଳିଯାଇଛି ।

ସ୍ବର୍ଗତ ହାରାଚାନ୍ଦ ନାଥ ରାଜା ରାଜୁଡା ଅମଳରୁ ପାଲାକୁ ନିଶା ଭାବେ ଗ୍ରହଣ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ ବିଷୟରେ ପାଲା ପରିବେଷଣ କରି ସମ୍ମାନିତ ତଥା ପୁରସ୍କୃତ ହୋଇଥିଲେ l ଗତ ୨୦୨୦ ସମ୍ବଲପୁର ଲୋକ ମହୋତ୍ସବରେ ମଧ୍ୟ ସ୍ଵର୍ଗତ ହାରାଚାନ୍ଦ ନାଥଙ୍କୁ ଲୋକକଳାର ପ୍ରଚାର ପ୍ରସାର ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା l

ସ୍ଵର୍ଗତ ହାରାଚାନ୍ଦ ଆକାଶବାଣୀ ଏବଂ ଦୂରଦର୍ଶନରେ ମଧ୍ୟ ପାଲା ପରିବେଷଣ କରିଥିଲେ l ବିଭିନ୍ନ ସରକାରୀ ସ୍ତରୀୟ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଦୀର୍ଘ ବର୍ଷ ଧରି ପାଲା ଗାୟନ କରିଆସିଥିଲେ l ବିଶିଷ୍ଠ ପାଲା ଗାୟକ ସ୍ଵର୍ଗତ ହାରାଚାନ୍ଦ ନାଥଙ୍କ ବିୟୋଗରେ ସମ୍ବଲପୁର କଳାପ୍ରେମୀ ମହଲରେ ତଥା ପରମlଣପୁର ଅଞ୍ଚଳରେ ଶୋକ ଖେଳି ଯାଇଛି l ମୃତଦେହ ନିକଟରେ ତାଙ୍କର ଦୁଇ ପୁତ୍ର ସୁରେଶ ଓ ସୁରଜ ଏବଂ ଝିଅ ତପସ୍ଵନୀ ଉପସ୍ଥିତ ଥିଲେ l

   Related Posts