ହରଚଣ୍ଡୀ ମନ୍ଦିରରେ ତାଲା, ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

Published By : Prameya-News7 Bureau | May 15, 2019 IST

ନିଶ୍ଚିନ୍ତକୋଇଲି ୧୫|୫: କଟକ ଡିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଛପଚିକଣା ହରଚଣ୍ଡୀ ମନ୍ଦିରରେ ତାଲା ପଡିଛି । ଦେବୋତ୍ତର ବିଭାଗ ଅଧୀନରେ ଥିବା ମା ହରଚଣ୍ଡୀଙ୍କ ମନ୍ଦିରରେ ପବିତ୍ର ଅକ୍ଷୟ ତୃତୀୟା ଦିନଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା । ତେବେ ଚାପ ଖେଳ ପାଇଁ ଥିବା ଡଙ୍ଗା ଭାଙ୍ଗିଯିବା ଓ ଚନ୍ଦନ ପୋଖରୀ ଦଳ ଭର୍ତ୍ତି ହୋଇଥିବାରୁ ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ଏହାକୁ ବନ୍ଦ ରଖିଥିଲା । ଏନେଇ ମନ୍ଦିରର ସେବାୟତମାନେ ମନ୍ଦିରରେ ତାଲା ପକାଇବା ସହ ମା’ଙ୍କ ନିତିକାନ୍ତି ବନ୍ଦ ରଖିଛନ୍ତି । ଯାହାକୁ ନେଇ ଭକ୍ତ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.