Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତୀୟ କ୍ରିକେଟିୟର ହରଭଜନ ସିଂ ଏହି ସିନେମାରେ ଲିଡ୍‌ ରୋଲ୍‌ରେ ଆସିବେ ନଜର

2/02/2020 at 8:03 PM

HARBHAJAN SINGH

ମୁମ୍ବାଇ ୦୨।୦୨ – କ୍ରିକେଟିୟର ହରଭଜନ ସିଂ ଏବେ ଫ୍ରେଣ୍ଡସିପ୍‌ ନାମକ ସିନେମାରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସିନେମାର ପୋଷ୍ଟର ଜାରି କରାଯାଇଛି । ଏବେ ଏହା ସୋସିଆଲ୍‌ ମଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ୨୦୨୦ରେ ଏହା ରିଲିଜ୍‌ ହେବ ବୋଲି ସୂଚନା ମିଳିଛି ।

ଭାରତୀୟ କ୍ରିକେଟ ଟିମ୍‌ ଷ୍ଟାର ତଥା ପ୍ରସିଦ୍ଧ ସ୍ପିନ ବୋଲର ହର ଭଜନ ସିଂ ଏବେ କ୍ରିକେଟରୁ ଦୂରରେ ଅଛନ୍ତି । କିନ୍ତୃ ଖୁବ ଶୀଘ୍ର ସେ ବଡ ପରଦାରେ ନଜର ଆସିବେ । ହରଭଜନ ସିଂ ପ୍ରଥନ ଥର ପାଇଁ ଲିଡ୍‌ ରୋଲ୍‌ରେ ନଜର ଆସିବେ । ସେ ଏହାର ଫୋଟକୁ ନିଜର ଟ୍ୱିଟର ହାଣ୍ଡେଲରେ ପ୍ରକାଶ କରିଛନ୍ତି । ଏଥିରେ ପୁଲିସ ହାତକଡି ସହ ଅନ୍ୟଜଣଙ୍କ ହାତ ନଜର ଆସିଛି ।


ଏହି ସିନେମାକୁ ଜେପି ଓ ଶାମ ସୂର୍ଯ୍ୟା ନିର୍ଦେଶନା ଦେଇଛନ୍ତି । ଜେପିଆର୍‌ ଓ ଷ୍ଟାଲିନ୍‌ ମିଳିତ ଭାବେ ଏହି ସିନେମାରର ପ୍ରଯୋଜକ ଅଛନ୍ତି । ହରଭଜନ ସିଂ ଭାରତୀୟ କ୍ରିକେଟ ଟିମ୍‌ ପକ୍ଷରୁ ୧୦୩ଟି ମ୍ୟାଚ ଖେଳି ୪୧୭ଟି ଓ୍ୱିକେଟ୍‌ ନେଇଛନ୍ତି । ୧୬ ଥର ୪ଟି ଓ୍ୱିକେଟ ଓ ୨୫ ଥର ୫ଟି ଓ୍ୱିକେଟ ନେଇଛନ୍ତି । ୫ ଥର ୧୦ଟି ଓ୍ୱିକେଟ୍‌ ନେଇଛନ୍ତି । ୨୩୬ଟି ଏକ ଦିବସୀୟରେ ୨୬୯ଟି ଓ୍ୱିକେଟ ହାସଲ କରିଛନ୍ତି ।

   Related Posts