Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ମଙ୍ଗଳବାରଠୁ ‘ହର୍ ଘର ଦସ୍ତକ’, ଡିସେମ୍ବର ସୁଦ୍ଧା ଶତ ପ୍ରତିଶତ ଟିକାକରଣ ଲକ୍ଷ୍ୟ

2/11/2021 at 8:43 AM

ଭୁବନେଶ୍ୱର,୦୨/୧୧: ମଙ୍ଗଳବାରଠୁ ଘରକୁ ଘର ଯିବେ ସ୍ୱାସ୍ଥ୍ୟକର୍ମୀ । ରାଜ୍ୟରେ ‘ହର ଘର ଦସ୍ତକ ଅଭିଯାନ’ଆରମ୍ଭ ହେବ । ପରିବାରରେ କେଉଁ କେଉଁ ସଦସ୍ୟ ଆଦୌ ଟିକା ନେଇନାହାନ୍ତି? ଯଦି ନେଇଛନ୍ତି ଉଭୟ ଡୋଜ୍‌ ନା କେବଳ ପ୍ରଥମ ଡୋଜ୍‌ ନେଇ ରହିଯାଇଛନ୍ତି । ଏ ସବୁର ତଥ୍ୟ ସଂଗ୍ରହ କରାଯିବା ପରେ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ଟିକାଦାନର ବ୍ୟବସ୍ଥା କରାଯିବ । ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏ ନେଇ ସୂଚନା ଦେଇଛନ୍ତି ।

ରାଜ୍ୟରେ ଏବେ ବି ୩୦ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍‌ ନେଇନାହାନ୍ତି । ସେମାନଙ୍କ ସମୟ ହୋଇଯାଇଥିଲେ ମଧ୍ୟ କୌଣସି କାରଣରୁ ସେମାନେ ଟିକା ନେବାକୁ ଆସୁନାହାନ୍ତି । ବର୍ତ୍ତମାନ ସୁଦ୍ଧା ୩ କୋଟି ୭୨ ହଜାର ଡୋଜ୍‌ ଟିକା ରାଜ୍ୟରେ ଦିଆସରିଲାଣି । ୨ କୋଟି ୫୭ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ୍‌ ଦିଆଯାଇଥିବା ବେଳେ ୧ କୋଟି ୧୫ ଲକ୍ଷ ଲୋକ ଉଭୟ ଡୋଜ୍‌ ନେଇ ସାରିଲେଣି ।

ରାଜ୍ୟରେ ପାଖାପାଖି ୭୯% ଲୋକ ଟିକା ଅତିକମ୍‌ରେ ପ୍ରଥମ ଡୋଜ୍‌ ଟିକା ନେଇ ସାରିଲେଣି । ‘ହର ଘର ଦସ୍ତକ ଅଭିଯାନ’ ଆରମ୍ଭ ହେଲେ ରାଜ୍ୟରେ ଟିକାକରଣ ବଢ଼ିବ । ଡିସେମ୍ବର ମାସ ସୁଦ୍ଧା ୧୦୦% ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ବଡ଼ ବଡ଼ ଗାଁ ରେ ଏଣିକି ଟିକାକରଣ କେନ୍ଦ୍ର ଖୋଲିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । ରାଜ୍ୟରେ ୧୬୦୦ ଟିକାକରଣ କେନ୍ଦ୍ରରେ ଦୈନିକ ୪ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରହିଛି ।

ସୋମବାର ରାଜ୍ୟରେ ୩୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନମୁନା ପରୀକ୍ଷଣ ୬୩ହଜାର୬୫୧କୁ କମିଛି । ଅର୍ଥାତ ୦.୫%କୁ ଖସିଛି ପଜିଟିଭ୍‌ ହାର । ବଲାଙ୍ଗୀରରେ ୧୦, କଟକରୁ ୩୨, ଖୋର୍ଦ୍ଧାରେ ୧୫୨, ମୟୂରଭଞ୍ଜରେ ୨୮କୁ ଛାଡ଼ିଦେଲେ ସବୁଠି ସଂଖ୍ୟା ୧୦ ତଳେ ରହିଛି ।

ଅନୁଗୁଳ, ବରଗଡ଼, ବୌଦ୍ଧ, ଦେବଗଡ଼, କେନ୍ଦୁଝର, କୋରାପୁଟ୍‌, ନବରଙ୍ଗପୁର ଓ ନୂଆପଡ଼ା । ଏହି ୮ ଜିଲ୍ଲାରୁ ସୋମବାର ନମୁନା ପରୀକ୍ଷା ହୋଇଥିଲେ ମଧ୍ୟ ଜଣେ ବି ରୋଗୀ ଚିହ୍ନଟ ହୋଇ ନାହାନ୍ତି । ଏହି ଜିଲ୍ଲାଗୁଡ଼ିକରେ କରୋନା ଶୂନ୍ୟ ରହିଛି । ଏପଟେ ୩ ଜଣ କରୋନାରେ ଆଖି ବୁଜିଛନ୍ତି । ମୃତକଙ୍କ ମଧ୍ୟରେ ଅନୁଗୁଳ,ବାଲେଶ୍ୱର ଓ ଗଞ୍ଜାମରୁ ଜଣେ ଲେଖାଁଏ ରହିଛନ୍ତି ।

   Related Posts