Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ନୌସେନା ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ୪/୧୨: ଆଜି ନୌସେନା ପ୍ରତିଷ୍ଠା ଦିବସ । ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ଭାରତର ନୌସେନା ଦିବସ ପାଳିତ ହେଉଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅଭିନନ୍ଦନ ଜଣାଇଛନ୍ତି । ଟୁଇଟ୍ କରି ଗୋଟିଏ ସ୍ୱତନ୍ତ୍ର ଭିଡିଓ ଅପଲୋଡ୍ କରିବା ସହ ନୌସେନା କର୍ମଚାରୀମାନଙ୍କୁ ସେମାନଙ୍କ ସାହସିକତାକୁ ଅଭିବାଦନ ଜଣାଇଛନ୍ତି ମୋଦି ।

ଆମର ଦେଶକୁ ସୁରକ୍ଷା ଦେବା ପାଇଁ ଭାରତୀୟ ନୌସେନା କରୁଥିବା ପ୍ରଶଂସନୀୟ କାମକୁ ସ୍ବାଗତ କରିଛନ୍ତି ।ସେମାନଙ୍କର ମୂଲ୍ୟବାନ ସେବା ଏବଂ ଆତ୍ମବଳୀ ଆମ ଜାତିକୁ ଆହୁରି ଟାଣୁଆ ଓ ନିରାପଦ କରିଛି ବୋଲି ମୋଦି କହିଛନ୍ତି ।

ଭାରତ ପାକିସ୍ତାନ ଯୁଦ୍ଧ କାଳରେ ୧୯୭୧  ଡିସେମ୍ବର ୪ରେ ଭାରତୀୟ ନୌସେନା କରାଚୀ ବନ୍ଦର ଉପରେ ଆକ୍ରମଣ କରିଥିଲା । ଆକ୍ରମଣର ସାଙ୍କେତିକ ନାଁ ଥିଲା ଟ୍ରାଇଡେଣ୍ଟ । ଆକ୍ରମଣ ଯୋଗୁ ପାକିସ୍ତାନୀ ନୌସେନାର ଡେଷ୍ଟ୍ରୟର ପି.ଏନ୍.ଏସ୍ ଖାଇବର ଓ ମାଇନ୍ ସ୍ବିପର୍ ପି.ଏନ୍.ଏସ୍ ମୁହାଫିକ୍ ଧ୍ବଂସ ହୋଇଯାଇଥିଲା । ଏଥିରେ ୭୨୦ ପାକିସ୍ତାନୀ ନୌସୈନିକ ପ୍ରାଣ ହରାଇଥିଲେ । ତେଣୁ ୪ ଡିସେମ୍ବର ଭାରତ ପାଇଁ ଏକ ବିଜୟ ଦିବସ ।

124 Views

   ସମ୍ବନ୍ଧିତ ଖବର