ହାପି ବାର୍ଥ ଡେ ତବୁ : ସୁନ୍ଦର ହେବା ପାଇଁ ପିଉଥିଲେ କ୍ଷୀର, ପ୍ରେମ ପାଇଁ ଛାଡିଥିଲେ ଘର, ସସ୍‌ପେନ୍ସଭରା ତବୁଙ୍କ ପର୍ସନାଲ ଲାଇଫ୍

Published By : Prameya-News7 Bureau | November 04, 2021 IST

ନୂଆଦିଲ୍ଲୀ ୦୪।୧୧ : ଜଣେ ଲୋକପ୍ରିୟ ଅଭିନେତ୍ରୀ, ପ୍ରଖ୍ୟାତ ନୃତ୍ୟଶିଳ୍ପୀ, ମହିଳା ଉଦ୍ୟୋଗୀ ଏବଂ ଫିଟ୍‌ନେସ୍‌ ଗୁରୁ ଭାବେ ଜଣାଶୁଣା ତବୁ। ଏହି ବଲିଉଡ୍‌ ଅଭିନେତ୍ରୀଙ୍କ କ୍ରେଜ୍‌ ଆଜି ବି ପୂର୍ବଭଳି ରହିଛି। ସେ ଅନ୍ୟ ଅଭିନେତ୍ରୀଙ୍କୁ ଟକ୍କର ଦେଉଛନ୍ତି। ଆଜି ତାଙ୍କ ଜନ୍ମ ଦିନରେ ଅବସରରେ ସେ ୫୧ ବର୍ଷରେ ପାଦ ଥାପିଛନ୍ତି । ଅଭିନୟ ସାଙ୍ଗକୁ ରୋଜଗାର ମାମଲାରେ ମଧ୍ୟ ଅନ୍ୟଠାରୁ ବହୁତ ଆଗରେ । ଦାମୀ ବଙ୍ଗଳା ସାଙ୍ଗକୁ ତାଙ୍କର କାରର ସଉକ ମଧ୍ୟ ରହିଛି । ତେବେ ତାଙ୍କ ଜନ୍ମଦିନ ଉପଲକ୍ଷେ ଆସନ୍ତୁ ଜାଣିବା ସମ୍ପତ୍ତି, ରୋଜଗାର ଭଳି ଅନେକ କିଛି ବିଷୟରେ…

୧୯୭୦ ନଭେମ୍ବର ୪ରେ ହାଇଦ୍ରାବାଦରେ ତବୁଙ୍କ ଜନ୍ମ। ପିତାଙ୍କ ଚାକିରିରେ ଟ୍ରାନ୍ସଫର ଯୋଗୁ ତବୁଠିକ୍‌ ଭାବେ ପଢ଼ିପାରି ନ ଥିଲେ। ବିଶେଷକରି ଘରେ ରହି ସେ ପାଠ ପଢ଼ୁଥିଲେ। ଏବେ ଯାଏ ସେ ବିବାହ କରିନାହାନ୍ତି। ହେଲେ ବିଗତ ଦିନରେ ଅଜୟ ଦେବଗନଙ୍କ ସହ ତାଙ୍କ ସମ୍ପର୍କ ଚର୍ଚ୍ଚାରେ ଥିଲେ । ଫିଲ୍ମ ପିଛା ସେ ୨ରୁ ୪ କୋଟି ଟଙ୍କା ଚାର୍ଜ କରନ୍ତି ତବୁ। ବିଭିନ୍ନ ପ୍ରକାରର ଷ୍ଟେଜ୍‌ ଶୋ’ରୁ ମଧ୍ୟ ରୋଚଗାର କରିଥାନ୍ତି । ଏହାଛଡ଼ା ନିଜର ମେକ୍‌ଅପ୍‌ ବ୍ରାଣ୍ଡ ମଧ୍ୟ ତବୁଙ୍କ ରହିଛି। ସାମାଜିକ କାର୍ଯ୍ୟରେ ମଧ୍ୟ ତବୁ ଜଡ଼ିତ ଅଛନ୍ତି। କନ୍ୟା ଭ୍ରୁଣ ହତ୍ୟା ରୋକିବାଠାରୁ ଆରମ୍ଭ କରି ପୀଡ଼ିତ କନ୍ୟାଙ୍କୁ ରକ୍ଷା କରିବାକୁ ନେଇ ସେ କାମ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.