୨୯ ବର୍ଷ ବୟସରେ ପାଦ ଥାପିଲେ ଶେହନାଜ୍‌ ଗିଲ୍‌, ପୁଣି ଥରେ ବିଗ୍‌ବସ୍‌-୧୫ରେ ଆସିବେ ନଜର…

Published By : Prameya-News7 Bureau | January 27, 2022 IST

ମୁମ୍ବାଇ ୨୭।୦୧ : ଅଭିନେତ୍ରୀ ଶେହନାଜ୍‌ ଗିଲ୍‌ଙ୍କର କୌନସି ପ୍ରକାରର ପରିଚୟର ଆବଶ୍ୟକ ନାହିଁ । ସେ ତାଙ୍କ ଅଭିନୟ ପିଲାଳିଆମି ଓ କମେଡି ଢଙ୍ଗରେ ସମସ୍ତ ହୃଦୟରେ ଏକ ସ୍ଥାନ ସୃଷ୍ଟି କରି ସାରିଛନ୍ତି । ଖାସ୍‌କରି ସେ ବିଗ୍‌ବସ୍‌ରୁ ହିଁ ବେଶି ପରିଚିତ ହୋଇଥିଲେ । ସେହି ଶୋରେ ପ୍ରବେଶ କରିବା ପରେ ବଦଳି ଯାଇଥିଲା ଶେହନାଜ୍‌ଙ୍କ ଭାଗ୍ୟ । ହେଲେ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଶେହନାଜ ଗିଲଙ୍କୁ ମଧ୍ୟ  ସଂପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲା। ସିଦ୍ଧାର୍ଥ ମୃତ୍ୟୁ ପରେ ସେ ନିଜକୁ ସମ୍ଭାଳିବା ବହୁତ କଷ୍ଟକର ହୋଇପଡିଥିଲା। କିନ୍ତୁ ଏବେ ପୁଣି ଥରେ ଶେହନାଜ ଆଗକୁ ବଢିଛନ୍ତି । ଶେହନାଜ୍‌ ଆଜି ତାଙ୍କର ୨୯ତମ ଜନ୍ମ ଦିନ ପାଳୁଛନ୍ତି ।

wp:html
/wp:html

ବର୍ତ୍ତମାନ ଶେହନାଜ ଇଣ୍ଡଷ୍ଟ୍ରିରେ ତଥା ସେଠାରେ ପାଦ ରଖିବାକୁ ଯାଉଛନ୍ତି, ଯେଉଁଠାରେ ତାଙ୍କ ସଂପର୍କ ସିଦ୍ଧାର୍ଥଙ୍କ ସହିତ ଗଢି ଉଠିଥିଲା। ଅର୍ଥାତ୍‌ ଖୁବଶୀଘ୍ର ଶେହନାଜ ବିଗ୍‌ବସ୍‌ ହାଉସରେ ଦେଖିବାକୁ ମିଳିବେ। ଖବର ମୁତାବକ, ‘ବିଗ୍‌ ବସ୍‌ ୧୫’ର ଫାଇନାଲକୁ ଦମଦାର କରିବା ପାଇଁ ମେକର୍ସ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହାରି ମଧ୍ୟରେ ବିଗ୍‌ବସ୍ ଫାଇନାଲ ଏପିସୋଡରେ ଶେହନାଜ ଗିଲଙ୍କ ଏଣ୍ଟ୍ରି ହେବାକୁ ଯାଉଛି।ଶେହନାଜ ଏହି ଶୋ'ର ଫାଇନାଲରେ ଏକ କାମ କାମ ପାଇଁ ଦେଖିବାକୁ ମିଳିବେ । ଶେହନାଜ ଏଠାରେ ପ୍ରଥମ ଥର ପାଇଁ ସିଦ୍ଧାର୍ଥଙ୍କ ସହିତ ଦେଖା ହୋଇଥିଲେ। ଏହି ଶୋ ଜରିଆରେ ଶେହନାଜ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସୁଛନ୍ତି।

ସୂଚନାଯୋଗ୍ୟ, ସିଦ୍ଧାର୍ଥ ଏବଂ ଶେହନାଜ ବିଗ୍‌ବସ୍‌ ୧୩ରେ ଦେଖିବାକୁ ମିଳିଥିଲେ । ସେହି ସିଜିନରେ ଦୁହେଁ ପରସ୍ପରକୁ ଦେଖା ହେବା ପରେ ଦୁହିଁଙ୍କ ମଧ୍ୟ ପ୍ରେମ ମଧ୍ୟ ଗଢି ଉଠିଥିଲା। ଆଉ ଦୁହିଁଙ୍କ ଯୋଡି ବିଗବସ୍‌ ହାଉସରେ ସିଡ୍‌ନାଜ ନାମରେ ବେଶ ଲୋକପ୍ରିୟ ହୋଇଥିଲା। ଫ୍ୟାନ୍ସଙ୍କୁ ମଧ୍ୟ ଦୁହିଁଙ୍କର କେମେଷ୍ଟ୍ରି ଖୁବ୍‌ ପସନ୍ଦ ଆସିଥିଲା । ନିକଟରେ ଶେହନାଜଙ୍କର ମ୍ୟୁଜିକ୍‌ ଭିଡିଓ ଆସିଥିଲା । ଯାହାର ରିଭ୍ୟୁ ମଧ୍ୟ ଭଲ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.