ଅଜୟ ଦେବଗନଙ୍କ ଏହି ଫିଲ୍ମରୁ ବଲିଉଡରେ କରିଥିଲେ ଡେବ୍ୟୁ, ‘ବାହୁବଲୀ’ କରିଦେଲା ସୁପରଷ୍ଟାର୍

Published By : Prameya-News7 Bureau | October 23, 2021 IST

ନୂଆଦିଲ୍ଲୀ ୨୩/୧୦: ଆଜି ସୁପରଷ୍ଟାର ପ୍ରଭାସ ତାଙ୍କର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ନାମ ହେଉଛି ଉପ୍ପଲାପତି ଭେଙ୍କଟା ସୂର୍ଯ୍ୟନାରାୟଣ ପ୍ରଭାସ ରାଜୁ। ତାଙ୍କ ବାପା ଫିଲ୍ମ ନିର୍ମାତା ଉପ୍ପଲାପତି ଭେଙ୍କଟା ସୂର୍ଯ୍ୟନାରାୟଣ ରାଜୁ ଏବଂ ମା’ ଶିବ କୁମାରୀ। ତାଙ୍କର ଗୋଟିଏ ଭାଇ ଏବଂ ଗୋଟିଏ ଭଉଣୀ ଅଛନ୍ତି। ସେ ହାଇଦ୍ରାବାଦର ନାଲଣ୍ଡା କଲେଜରୁ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଏହା ପରେ ସେ ବିଶାଖାପାଟନମରେ ସତ୍ୟାନନ୍ଦ ଫିଲ୍ମ ଇନଷ୍ଟିଟ୍ୟୁଟ୍‌ରୁ ଅଭିନୟ ଶିଖିଥିଲେ।

{"width":644,"height":430}
Prabhas Raju Biodata | Biography | Wikipedia | Gallery | Profiles |  Personal Details

ପ୍ରଭାସ ବିଶେଷ କରି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି। ସେ ୨୦୦୨ ମସିହାରେ ଫିଲ୍ମ 'ଇଶ୍ୱର' ସହିତ ଡେବ୍ୟୁ କରିଥିଲେ। ୨୦୦୩ ମସିହାରେ ସେ 'ରାଘବେନ୍ଦ୍ର' ଫିଲ୍ମରେ ମୁଖ୍ୟ ଅଭିନେତା ଭାବରେ କାମ କରିବା ଆରମ୍ଭ କରିଥିଲେ। ୨୦୦୫ ମସିହାରେ ସେ ଫିଲ୍ମ 'ଚକ୍ରମ୍' ଏବଂ ଏସ୍ ରାଜାମୌଲିଙ୍କ 'ଛତ୍ରପତି'ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଛତ୍ରପତି ଫିଲ୍ମରେ ସେ ଶରଣାର୍ଥୀ ଭୂମିକାରେ ଅଭିନୟ କରିଥିଲେ, ଯିଏ ଗୁଣ୍ଡା ଦ୍ୱାରା ଶୋଷିତ ହୋଇଥିଲେ। ଏହି ଫିଲ୍ମଟିକୁ ୩ ମାସରୁ ଅଧିକ ସମୟ ପାଇଁ ଅନେକ ପ୍ରେକ୍ଷାଳୟରେ ରଖାଯାଇଥିଲା।

{"width":645,"height":484}
Prabhas HQ Wallpapers | Prabhas Wallpapers - 55239 - Oneindia Wallpapers

ଏହା ପରେ ସେ ୨୦୧୦ ମସିହାରେ ରୋମାଣ୍ଟିକ୍ କମେଡି ଫିଲ୍ମ 'ଡାର୍ଲିଙ୍ଗ୍'ରେ କାମ କରିଥିଲେ। ୨୦୧୧ ମସିହାରେ ସେ ‘ମିଷ୍ଟର ପରଫେକ୍ଟ’ ଫିଲ୍ମ କରିଥିଲେ। ଏହି ଫିଲ୍ମରେ କାଜଲ ଅଗ୍ରୱାଲ ଏବଂ ତାପସୀ ପନ୍ନୁ ତାଙ୍କ ଅପୋଜିଟ୍‌ରେ ଥିଲେ। ୨୦୧୨ ମସିହାରେ, ପ୍ରଭାସଙ୍କୁ 'ରିବେଲ୍'ରୁ ସବୁଠାରୁ ବଡ ବ୍ରେକ୍ ମିଳିଥିଲା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଘଲ ଲରେନ୍ସ। ୨୦୧୩ ମସିହାରେ, ସେ 'ମିର୍ଚି'ରେ ଦୃଢ କାର୍ଯ୍ୟ ପ୍ରଦର୍ଶନ କରିଥିଲେ। ଏହି ଫିଲ୍ମ ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଥିଲେ।

{"width":644,"height":368}
In 'Adipurush', Which Actress Is Being Considered For Sita In The  Prabhas-Saif Starrer?

ପ୍ରଭାସ ୨୦୧୪ ରେ ଫିଲ୍ମ 'ଆକ୍ସନ୍ ଜ୍ୟାକସନ'ର ଆଇଟମ୍ ନମ୍ବର "ପଞ୍ଜାବୀ ମସ୍ତ" ରେ ଏକ କ୍ୟାମିଓ ରୋଲ୍ କରି ବଲିଉଡ ଡେବ୍ୟୁ କରିଥିଲେ। ଏହା ପରେ ସେ ଦେଶର ସବୁଠୁ ବଡ ହିଟ୍ ଫିଲ୍ମ 'ବାହୁବଳୀ: ଦି ବିଗନିଂ' ଦେଇଥିଲେ। ଏହି ଫିଲ୍ମଟି ଦେଶର ଅନେକ ଭାଷାରେ ମୁକ୍ତିଲାଭ କରିଥିଲା। ଏହା ପ୍ରଭାସଙ୍କୁ ସମଗ୍ର ଭାରତର ଷ୍ଟାର କରିଦେଲା। ୨୦୧୭ ମସିହାରେ, ପ୍ରଭାସ 'ବାହୁବଳୀ ୨: କନକ୍ଲୁଜନ୍' ରେ ସମାନ ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ରୋଜଗାରର ସମସ୍ତ ରେକର୍ଡ ମଧ୍ୟ ଭାଙ୍ଗିଦେଇଥିଲା। ଏହି ଫିଲ୍ମ ଏକ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବା ଭାରତର ପ୍ରଥମ ଫିଲ୍ମ ହୋଇଥିଲା।

{"width":645,"height":361}
Is Prabhas charging Rs 100 crore per film? - Movies News

ଏହା ପରେ, ୨୦୧୯ ମସିହାରେ, ସେ ଆକ୍ସନ୍-ଥ୍ରୀଲର 'ସାହୋ'ରେ କାମ କରିଥିଲେ। ଫିଲ୍ମରୁ ଲୋକମାନେ ବହୁତ ଆଶା ରଖିଥିଲେ, କିନ୍ତୁ ଫିଲ୍ମଟି ସେତେ ଭଲ ପ୍ରତିକ୍ରିୟା ପାଇ ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.