Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ନର୍ଗିସ ଦତ୍ତଙ୍କ ଜନ୍ମବାର୍ଷିକୀରେ ଭାବୁକ ହେଲେ ପୁଅ ସଞ୍ଜୟ: ଫଟୋ ସେୟାର କରି ଲେଖିଲେ-‘ତୁମ ପରି କେହି ନାହିଁ’

1/06/2021 at 6:10 PM

ନୂଆଦିଲ୍ଲୀ ୦୧/୦୬: ବଲିଉଡରେ ନିଜର ଅଭିନୟ ଏବଂ ସୌନ୍ଦର୍ଯ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଥିବା ଦିବଙ୍ଗତ ଅଭିନେତ୍ରୀ ନର୍ଗିସ୍ ଦତ୍ତ ଯଦି ଆଜି ଆମ ମଧ୍ୟରେ ଥାନ୍ତେ ତେବେ ସେ ତାଙ୍କର ୯୨ ତମ ଜନ୍ମଦିନ ପାଳନ କରିଥାନ୍ତେ । ଆଜି ତାଙ୍କର ଜନ୍ମବାର୍ଷିକୀ । ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ମା ନର୍ଗିସଙ୍କୁ ମନେ ପକାଇ ତାଙ୍କ ପିଲାବେଳର ଏକ ଫଟୋ ସେୟାର କରିଛନ୍ତି। ସଞ୍ଜୟ ଦତ୍ତ ଇନଷ୍ଟାଗ୍ରାମରେ ତାଙ୍କ ବାପା ସୁନୀଲ ଦତ୍ତ ଏବଂ ଭଉଣୀମାନଙ୍କ ସହ ମା’ଙ୍କର ଅନେକ ଫଟୋ ସେୟାର କରିଛନ୍ତି ।

ଫଟୋଗୁଡିକୁ  ସେୟାର କରି ସଞ୍ଜୟ ଦତ୍ତ କ୍ୟାପସନରେ ଲେଖିଛନ୍ତି, “ତୁମ ପରି କେହି ନାହିଁ … ଜନ୍ମଦିନର ଶୁଭେଚ୍ଛା ମା” । ଅଭିନେତାଙ୍କ ଦ୍ୱାରା ସେୟାର ହୋଇଥିବା ସମସ୍ତ ଫଟୋ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ । ଏହି ଫଟୋରେ ନର୍ଗିସ୍ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ସହିତ ହସୁଥିବାର ଦେଖାଯାଇଛି ।

୧୯୩୫ ମସିହାରେ ତଲାସ୍-ଏ-ହକ୍ ସହିତ ନର୍ଗିସ୍ ଦତ୍ତ ଶିଶୁ ଅଭିନେତ୍ରୀ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ୧୯୪୯ ମସିହାରେ, ସେ ମେହବୁବ ଖାନଙ୍କ ଅନ୍ଦାଜରେ ଜଣେ ମୁଖ୍ୟ ଅଭିନେତ୍ରୀ ଭାବରେ ଡେବ୍ୟୁ କରିଥିଲେ । ନର୍ଗିସ୍ ଦତ୍ତଙ୍କ ସେହି ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ, ଯିଏକି ଫିଲ୍ମ ଜଗତରେ ନିଜର ଅଲଗା ଏବଂ ଦୃଢ ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ନର୍ଗିସ୍ ଅଳ୍ପ ବୟସରେ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଶିକାର ହୋଇଥିଲେ । ଯାହା ପରେ ସେ ମେ ୩, ୧୯୮୧ ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

   Related Posts