Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ହାପି ବାର୍ଥ ଡେ’ ଜିତୁ ଦା’: ଶ୍ରୀଦେବୀଙ୍କ ପ୍ରେମରେ ପାଗଳ ଥିଲେ ଜିତେନ୍ଦ୍ର, ପରିବାର ପାଇଁ ନେଇଥିଲେ ଏହି ନିଷ୍ପତ୍ତି

7/04/2021 at 12:52 PM

ମୁମ୍ବାଇ ୦୭/୦୪: ଆଜି ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ୭୬ ତମ ଜନ୍ମଦିନ । ଜିତେନ୍ଦ୍ର ୭ ଏପ୍ରିଲ୍ ୧୯୪୨ ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ । ପ୍ରାୟ ଚାରି ଦଶନ୍ଧି ଧରି ବଲିଉଡରେ ସକ୍ରିୟ ଥିବା ଏହି ଅଭିନେତା ୧୯୬୦ ଦଶକରୁ ୧୯୯୦ ଦଶକ ମଧ୍ୟରେ ୨୦୦ ଟି ଫିଲ୍ମ କରିଥିଲେ ।

SRIDEVI #FirstFemaleSuperstar #Jeetendra | Bollywood celebrities, Bollywood  stars, Bollywood actress

କୁହାଯାଏ ଜିତେନ୍ଦ୍ର ଏବଂ ଶ୍ରୀଦେବୀଙ୍କ ପ୍ରେମ କାହାଣୀ ଖୁବ୍ ଚର୍ଚ୍ଚା ହୋଇଥିଲା । ୧୯୮୩ ରେ ରିଲିଜ୍ ହୋଇଥିବା ‘ହିମତୱାଲା’ ଫିଲ୍ମରୁ ଶ୍ରୀଦେବୀଙ୍କୁ ହିନ୍ଦୀ ଫିଲ୍ମରେ ପରିଚୟ ମିଳିଥିଲା । କୁହାଯାଉଛି ଯେ ଜିତେନ୍ଦ୍ର ନିର୍ଦ୍ଦେଶକ କେ ରାଘବେନ୍ଦ୍ର ରାଓଙ୍କୁ ଶ୍ରୀଦେବୀଙ୍କୁ ଏହି ଫିଲ୍ମରେ କାଷ୍ଟ କରିବାକୁ କହିଥିଲେ । ଅନ୍ୟପକ୍ଷରେ, ଯେତେବେଳେ ଶ୍ରୀଦେବୀଙ୍କୁ ଜିତେନ୍ଦ୍ରଙ୍କ ସହ ‘ହିମତୱାଲା’ ପାଇଁ ସାଇନ୍ କରାଯାଇଥିଲା, ସେତେବେଳେ ସେ ବହୁତ ଖୁସି ହୋଇଥିଲେ କାରଣ ବଲିଉଡକୁ ଆସିବା ପୂର୍ବରୁ ଶ୍ରୀଦେବୀ ଜିତେନ୍ଦ୍ରଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ କିନ୍ତୁ ଜିତେନ୍ଦ୍ର ମଧ୍ୟ ଶ୍ରୀଦେବୀଙ୍କୁ ଭଲ ପାଇବା ଠାରୁ ନିଜକୁ ଦୂରେଇ ରଖି ପାରିନଥିଲେ ।

ଫିଲ୍ମ ‘ହିମତୱାଲା’ ଜବରଦସ୍ତ ହିଟ୍ ହୋଇଥିଲା ଏବଂ ଏହି ଦୁଇଜଣ ବଲିଉଡର ହଟ୍ ଯୋଡି ହୋଇଗଲେ । ଖୁବ୍ ଶୀଘ୍ର ଉଭୟଙ୍କ ରୋମାନ୍ସ ମଧ୍ୟ ଚର୍ଚ୍ଚାକୁ ଆସିଯାଇଥିଲା । ଯେତେବେଳେ ଜିତେନ୍ଦ୍ର ନିଜର ଭଲପାଇବା ପ୍ରକାଶ କରିଥଲେ ତାହା ଜିତେନ୍ଦ୍ରଙ୍କ ପତ୍ନୀ ଶୋଭା କପୁରଙ୍କ ନିକଟରେ ପହଞ୍ଚିଥିଲା । ଶୋଭାଙ୍କୁ ମଧ୍ୟ ଜଣାଥିଲା ଯେ ଜିତେନ୍ଦ୍ରଙ୍କ କହିବା ଅନୂଯାଇ ଶ୍ରୀଦେବୀଙ୍କୁ ତାଙ୍କ ସହ କାଷ୍ଟ କରାଯାଇଥିଲା ।

Jeetendra Dance With Wife Shobha Birthday Party Ekta Kapoor Shares Video -  JJeetendra, Ekta kapoor, Birthday party, Amitabh bachchan, Tushar kapoor -  News

ପରବର୍ତ୍ତୀ ସମୟରେ, ଶୋଭା ଏବଂ ଜିତେନ୍ଦ୍ରଙ୍କ ମଧ୍ୟରେ ବହୁ ତିକ୍ତତା ଦେଖାଯାଇଥିଲା । ଯେତେବେଳେ ଏହି ସମସ୍ୟା ଦୂର କରିବା ପାଇଁ ଜିତେନ୍ଦ୍ର ଶ୍ରୀଦେବୀଙ୍କୁ ତାଙ୍କ ଘରକୁ ଡାକିଥିଲେ ଏବଂ ତାଙ୍କୁ ତାଙ୍କ ପତ୍ନୀଙ୍କ ସହ ପରିଚିତ କରାଇଥିଲେ, ସେତେବେଳେ ଶୋଭା କପୁର ଏବଂ ଝିଅ ଏକତା କପୁର ତାଙ୍କର ଏଭଳି ସମ୍ମାନ କରିଥିଲେ ଯାହା ଶ୍ରୀଦେବୀ କେବେ ମଧ୍ୟ ଭୁଲି ପାରିବେ ନାହିଁ ଏବଂ ସେହି ସାକ୍ଷାତ ଜିତେନ୍ଦ୍ର ଏବଂ ଶ୍ରୀଦେବୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା।

   Related Posts