Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ବଢିଲା ସଂକ୍ରମଣ, ୭ ଦିନ ପାଇଁ ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
  • ||

୭୩ ବର୍ଷରେ ପାଦ ଥାପିଲେ ଜୟା, ଏହି କାରଣରୁ ଅମିତାଭଙ୍କ ସାମ୍ନାରେ ରେଖାଙ୍କୁ ମାରିଥିଲେ ଚାପୁଡା

9/04/2021 at 9:56 AM

ନୂଆଦିଲ୍ଲୀ ୦୯/୦୪: ଅଭିନେତା ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ଆଜି ତାଙ୍କର ୭୩ ତମ ଜନ୍ମ ଦିନ ପାଳନ କରୁଛନ୍ତି । ଅମିତାଭ ଏବଂ ରେଖାଙ୍କ ସମ୍ପର୍କକୁ ନେଇ ଜୟା ଖୁବ୍ ଚିନ୍ତିତି ଥିଲେ । ଯେହେତୁ ଅମିତାଭ ଜୟାଙ୍କୁ ବିବାହ କରିସାରିଥିଲେ ତେଣୁ ଜୟା, ରେଖାଙ୍କୁ ଅମିତାଭ ବଚ୍ଚନଙ୍କଠାରୁ ଦୂରେଇ ରଖିବାକୁ ଚେଷ୍ଟା କରୁଥିଲେ ।

Amitabh Bachchan and wife Jaya Bachchan's love story through rare, unseen  pictures | Celebrities News – India TV

ଇଣ୍ଡଷ୍ଟ୍ରିର ଲୋକଙ୍କ କହିବାନୁସାରେ, ଜୟା ବଚ୍ଚନ ଥରେ ରେଖାଙ୍କୁ ଅମିତାଭ ବଚ୍ଚନଙ୍କଠାରୁ ଦୂରେଇ ରଖିବାରେ ବିଫଳ ହୋଇଥିଲେ । ଚାରି ଦଶନ୍ଧି ପୂର୍ବରୁ ଅମିତାଭ ବଚ୍ଚନ ଏବଂ ରେଖା ଫିଲ୍ମ ‘ରାମ-ବଳରାମ’ରେ ଅଭିନୟ କରିଥିଲେ । ବିଜୟ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ । ସେହି ସମୟରେ ଜୟା ବଚ୍ଚନ ରେଖାଙ୍କୁ ଫିଲ୍ମରେ ନେବାକୁ ରୋକିବା ପାଇଁ ସମସ୍ତ ଉଦ୍ୟମ କରିଥିଲେ । ସେ ଏହି ଫିଲ୍ମ ପାଇଁ ଜିନତ ଅମାନଙ୍କ ନାମ ମଧ୍ୟ ପରାମର୍ଶ ଦେଇଥିଲେ । ତଥାପି ରେଖା ସେତେବେଳେ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ ଏବଂ ସେ ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ସହ ମାଗଣାରେ କାମ କରିବା ପାଇଁ ହଁ କରିଦେଇଥିଲେ ।

Rekha's biography reveals shocking details about her relationship with  Amitabh Bachchan and Jaya Bachchan!

ଏହି କାରଣରୁ ଜୟା ବଚ୍ଚନ ଭାଙ୍ଗି ପଡିଥିଲେ । ସେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଫିଲ୍ମରେ କାମ କରିବାକୁ ଅଟକାଇ ପାରିନଥିଲେ । ଫିଲ୍ମର ସୁଟିଂ ଆରମ୍ଭ ହେବା ପରେ ଜୟା ଫିଲ୍ମର ସେଟରେ ପହଞ୍ଚି, ଅମିତାଭ ବଚ୍ଚନ ଏବଂ ରେଖା ହସୁଥିବା ଏବଂ ପରସ୍ପର ସହ କଥା ହେଉଥିବା ଦେଖିଥିଲେ । ଏହା ଦେଖି ସେ ଖୁବ୍ ରାଗିଯାଇଥିଲେ ଏବଂ ସେ ଯାଇ ଅମିତାଭ ବଚ୍ଚନଙ୍କ ସାମ୍ନାରେ ରେଖାଙ୍କୁ ଚାପୁଡା ମାରିଥିଲେ ।  ସେ ସମୟରେ ଫିଲ୍ମର କାଷ୍ଟ ଏବଂ କ୍ରୁ ମଧ୍ୟ ଉପସ୍ଥିତ ଥିଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଏବଂ ଅମିତାଭଙ୍କୁ ବହୁତ ଖରାପ ଲାଗିଥିଲା ।

38 Years of Ram Balram. (28/11/1980) | by Bollywoodirect | Medium

ଏକ ଇଣ୍ଟରଭ୍ୟୁରେ ଯେତେବେଳେ ଜୟା ବଚ୍ଚନଙ୍କୁ ରେଖା ଏବଂ ଅମିତାଭଙ୍କ ସମ୍ପର୍କ ବିଷୟରେ ପଚରାଯାଇଥିଲା ସେତେବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।  ରେଖା ମଧ୍ୟ ସିମି ଗ୍ରୁୱାଲଙ୍କ ସୋ’ରେ ଅମିତାଭଙ୍କ ପ୍ରତି ପ୍ରେମ ଥିବା ସ୍ୱୀକାର କରିଥିଲେ ।

   Related Posts