Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଜନ୍ମ ଦିନରେ ପୁଅକୁ ଝୁରୁଛନ୍ତି ମାଆ : ଶୁଣାଣି ପରେ ମନ୍ନତ ଯିବେ ନା ଜେଲ୍‌ ଯିବେ ଉଠିଲା ପ୍ରଶ୍ନ…

8/10/2021 at 11:23 AM

ମୁମ୍ବାଇ ୦୮/୧୦: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ର ଆଜି  ପୁଣି କୋର୍ଟରେ ହାଜର ହେବେ। ଏହି ମାମଲାରେ ମୁମ୍ବାଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆର୍ଯ୍ୟନଙ୍କ ସମେତ ଆଠ ଜଣ ଅଭିଯୁକ୍ତ୧୪ ଦିନ ପାଇଁ ନ୍ୟାୟିକ ଜେଲରେ ଅଛନ୍ତି। ତେବେ ତାଙ୍କ ନିକଟରୁ କୌଣସି ଡ୍ରଗ୍ସ ଉଦ୍ଧାର କରାଯାଇ ନାହିଁ ବୋଲି ଆର୍ଯ୍ୟନ୍ ଖାନଙ୍କ ଓକିଲ ସତୀଶ କହିଛନ୍ତି। ଏଥି ସହିତ ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଏହି ମାମଲାର ଶୁଣାଣି କରିବେ।

ଶାହରୁଖ ଖାନଙ୍କ ପତ୍ନୀ ଏବଂ ଗୌରୀ ଖାନଙ୍କ ଆଜି ୫୧ ତମ ଜନ୍ମଦିନ। ଏଥି ସହିତ ଆଜି ଆର୍ଯ୍ୟନ ଖାନଙ୍କର ମଧ୍ୟ ଜାମିନ ଶୁଣାଣି । ଏଭଳି ପରିସ୍ଥିତିରେ କୋର୍ଟଙ୍କ ନିଷ୍ପତ୍ତି କ’ଣ ହେବ ତାହା ଦେଖିବାକୁ ବାକି ରହିଲା।ତେବେ  ଆର୍ଯ୍ୟନ ତାଙ୍କ ମାଆଙ୍କ ଜନ୍ମ ଦିନରେ ମନ୍ନତକୁ ଯିବେ ନା ତାଙ୍କୁ ଜେଲରେ ରଖାଯିବ, କୋର୍ଟଙ୍କ ଆଦେଶ ଅନୁଯାୟୀ ଏହିସବୁ ନିଷ୍ପତ୍ତି ନିଆଯିବ।

   Related Posts