ହାପି ବର୍ଥ ଡେ’ ଅଜୟ ଦେବଗନ: ଅଭିନେତାଙ୍କ ପ୍ରଥମ ପ୍ରେମ ନଥିଲେ କାଜଲ୍

Published By : Prameya-News7 Bureau | April 02, 2021 IST

ନୂଆଦିଲ୍ଲୀ ୦୨/୦୪:  ବଲିଉଡ ଅଭିନେତା ଅଜୟ ଦେବଗନ ଆଜି ତାଙ୍କର ୫୨ତମ ଜନ୍ମ ଦିନ ପାଳନ କରୁଛନ୍ତି । ପ୍ରସିଦ୍ଧ ଷ୍ଟଣ୍ଟ କୋରିଓଗ୍ରାଫର ତଥା ଆକ୍ସନ ନିର୍ଦ୍ଦେଶକ ଭିରୁ ଦେବଗନଙ୍କ ଘରେ ୧୯୬୯ ମସିହା ଏପ୍ରିଲ୍ ୨ରେ ଜନ୍ମଗ୍ରହଣ କରିଥିଲେ । ଅଜୟ କେବଳ ପରଦାରେ ନୁହେଁ ବରଂ ବାସ୍ତବ ଜୀବନରେ ମଧ୍ୟ ବହୁତ ଶାନ୍ତ ପ୍ରକୃତିର । ତାଙ୍କ ଫିଲ୍ମ କ୍ୟାରିୟରରେ ସେ ରୋମାଣ୍ଟିକ୍ ଠାରୁ ଆକ୍ସନ୍ ପର୍ଯ୍ୟନ୍ତ ଅନେକ ହିଟ୍ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଦେଇଛନ୍ତି । ତେବେ ଚାଲନ୍ତୁ ଜାଣିବା ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ସହ ଜଡିତ କିଛି ବିଶେଷ କଥା…

{"id":431864,"width":604,"height":499,"sizeSlug":"large","linkDestination":"none"}

ଅଜୟ ଦେବଗନ ଏବଂ କାଜଲଙ୍କ ପ୍ରଥମ ଦେଖା ଫିଲ୍ମ ‘ହଲଚଲ୍’ର ସେଟରେ ହୋଇଥିଲା । ଏକ ଇଣ୍ଟରଭ୍ୟୁରେ କାଜଲ ତାଙ୍କ ବିବାହ ଏବଂ ଲଭ୍ ଷ୍ଟୋରୀ ବିଷୟରେ ଅନେକ କଥା କହିଥିଲେ । ସେ କହିଥିଲେ, 'ମୁଁ ସୁଟିଂ ପାଇଁ ପ୍ରସ୍ତୁତ ଥିଲି ଏବଂ ପଚାରିଥିଲି ମୋର ହିରୋ କିଏ? କେହି ଜଣେ ଅଜୟଙ୍କୁ ଦେଖାଇଥିଲେ । ସେ ଏକ କୋଣରେ ବସିଥିଲେ । ମୁଁ ଅଜୟଙ୍କୁ ଭେଟିବାର ୧୦ ମିନିଟ୍ ପୂର୍ବରୁ ତାଙ୍କ ବିଷୟରେ ଖରାପ କଥା କହୁଥିଲି । ଏହା ପରେ ଆମେ ସେଟରେ ପରସ୍ପର ସହ କଥା ହେବା ଆରମ୍ଭ କଲୁ ଏବଂ ଭଲ ବନ୍ଧୁ ହୋଇଗଲୁ । '

{"width":613,"height":344}
Ajay Devgan and Kajol HD Photo | HD Wallpapers

କାଜଲ ଆହୁରି କହିଥିଲେ, ‘ଯେତେବେଳେ ମୁଁ ଅଜୟଙ୍କ ଜୀବନରେ ଆସିଥିଲି, ସେତେବେଳେ ମୁଁ କାହା ସହିତ ଡେଟ୍ କରୁଥିଲି । ଅଜୟ ମଧ୍ୟ କାହା ସହିତ ରିଲେସନ୍ ରେ ଥିଲେ । ସେହି ସମୟରେ, ମୁଁ ମୋ ବଏଫ୍ରେଣ୍ଡ୍ ବିଷୟରେ ଅଜୟଙ୍କ ନିକଟରେ ଅଭିଯୋଗ କରୁଥିଲି । କିଛି ଦିନ ପରେ ଆମ ଦୁଇଜଣଙ୍କର ନିଜ ନିଜ ପାର୍ଟସର ସହିତ ବ୍ରେକଅପ୍ ହୋଇଗଲା । ସେତେବେଳେ ଆମେ ଦୁହେଁ କେହି କାହାକୁ ପ୍ରପୋଜ୍ କରିନଥିଲୁ କିନ୍ତୁ ଏହା ବୁଝିପାରୁଥିଲୁ କି ଆମେ ଦୁହେଁ ଏକାଠି ଅଛୁ ।‘

{"width":618,"height":347}
Ajay Devgn shares Kajol's Whatsapp number on Twitter and the netizens are  having a field day!

ସେ ଆହୁରି ମଧ୍ୟ କହିଥିଲେ ‘ଆମେ ଦୀର୍ଘ ଦିନ ଧରି ପରସ୍ପରକୁ ବୁଝିଥିଲୁ ଏବଂ ଡେଟ କରିଥିଲୁ । ଆମେ ଏକାଠି ଡିନର୍ କରିବାକୁ ଯାଉଥିଲୁ । ଏକାଠି ସମୟ ବିତାଉଥିଲୁ । ୪ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ, ଆମେ ବିବାହ କରିବାକୁ ସ୍ଥିର କରିଥିଲୁ । ବିବାହ ପାଇଁ ଅଜୟଙ୍କ ପରିବାର ପ୍ରସ୍ତୁତ ଥିଲେ, କିନ୍ତୁ ମୋ ବାପା ମୋ ସହିତ ଚାରି ଦିନ କଥା ହୋଇନଥିଲେ । ସେ ଚାହୁଁଥିଲେ ମୁଁ ପ୍ରଥମେ ମୋ କ୍ୟାରିୟର ଉପରେ ଧ୍ୟାନ ଦେବି, କିନ୍ତୁ ମୁଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲି ।‘

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.