ହାପି ବର୍ଥ ଡେ’ ଉର୍ବଶୀ ରୌତେଲା: ଚାହୁଁଥିଲେ ଇଞ୍ଜିନିୟର ହେବାକୁ କିନ୍ତୁ ହୋଇଗଲେ ଅଭିନେତ୍ରୀ
25/02/2021 at 7:05 PM

ମୁମ୍ବାଇ ୨୫/୦୨: ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜି ତାଙ୍କର ୨୭ ତମ ଜନ୍ଣ ଦିନ ପାଳନ କରୁଛନ୍ତି । ଉର୍ବଶୀ ତାଙ୍କର ଏହି ଖାସ୍ ଦିନର ଆରମ୍ଭ ଭଗବାନ ଶିବଙ୍କର ପୂଜାର୍ଚ୍ଚନାରୁ କରିବା ସହିତ ଗରିବ ଲୋକମାନଙ୍କୁ କମ୍ବଳ ମଧ୍ୟ ବାଣ୍ଟିଛନ୍ତି । ସେ ଖୁବ୍ କମ୍ ସମୟ ମଧ୍ୟରେ ବଲିଉଡ୍ ରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଉର୍ବଶୀ ଦେଶର ଏକ ମାତ୍ର ମହିଳା ଯିଏକି ଦୁଇ ଦୁଇ ଥର ‘ମିସ୍ ୟୁନିଭର୍ସ’ର ଆୱାର୍ଡ ଜିତିଛନ୍ତି । ୧୭ ବର୍ଷ ବୟସରେ ସେ ‘ମିସ୍ ୟୁନିଭର୍ସ ଇଣ୍ଡିଆ’ ଜିତିଥିଲେ । ୨୦୧୧ ରେ ‘ମିସ୍ ଟୁରିସଜିମ୍ କୁଇନ୍ ଅଫ୍ ଦ ଇଅର’ ଏବଂ ପରେ ଏସିୟାନ ସୁପର ମଡେଲ୍ ଟାଇଟେଲ୍ ଜିତିଥିଲେ ।

ଉର୍ବଶୀଙ୍କ ବାପା ଜଣେ ବିଜନେସମ୍ୟାନ୍ ଏବଂ ମା ବ୍ୟୁଟି ପାର୍ଲର ଚଳାନ୍ତି । ୧୭ ବର୍ଷ ବୟସରେ ଉର୍ବଶୀ ପାଠ ପଢୁଥିବା ସମୟରେ ଯେତେବେଳେ ‘ମିସ୍ ଇଣ୍ଡିଆ ଟାଇଟଲ୍’ ହାସଲ କରିଥିଲେ, ସେତେବେଳେ ତାଙ୍କ ବାପାଙ୍କୁ ଲାଗିଥିଲା ଉର୍ବଶୀ ନିଜର ସୁନ୍ଦରତାରେ ପୁରା ଦୁନିଆକୁ ଦିବାନା କରିବେ ଏବଂ ତାହା ହିଁ ହୋଇଥିଲା ।

ଉର୍ବଶୀ ଇଞ୍ଜିନିୟରିଂ କରିବାକୁ ଚାହୁଁଥିଲେ ଆଉ ଏଥି ପାଇଁ ପରିକ୍ଷା ମଧ୍ୟ ଦେଇଥିଲେ, କିନ୍ତୁ ତାଙ୍କ ଭାଗ୍ୟରେ ଆଉ କିଛି ଲେଖାଥିଲା, ଯାହା ଫଳରେ ସେ ଅଭିନେତ୍ରୀ ହୋଇଥିଲେ । ଉର୍ବଶୀଙ୍କ ସୁନ୍ଦରତାରେ ସିଙ୍ଗର ମିକା ସିଂ ଫିଦା ହୋଇଯାଇଥିଲେ । ସେ ଉର୍ବଶୀଙ୍କୁ ବିବାହ କରିବା ପାଇଁ ଏକ ଇଣ୍ଟରଭ୍ୟୁରେ ମଧ୍ୟ କହିଥିଲେ । ୨୦୧୩ ରେ ଫିଲ୍ମ ‘ସିଂ ସାବ ଦ ଗ୍ରେଟ୍’ରୁ ଉର୍ବଶୀ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପୂର୍ବରୁ ସେ ମଡେଲିଂ କରୁଥିଲେ ।
ବିବାହକୁ ନେଇ ତାଙ୍କୁ ପଚରା ଯିବାରୁ ସେ କହିଥିଲେ, ‘ମୁଁ ସେବେ ବିବାହ କରିବି ଯେବେ ମୋର ସମ୍ପର୍କୀୟ ଭାଇ ଭଉଣୀଙ୍କର ବିବାହ ହୋଇଯିବ, ବର୍ତ୍ତମାନ ମୋ କ୍ୟାରିୟର ଉପରେ ମୋତେ ଧ୍ୟାନ ଦେବାକୁ ପଡିବ, ଯେତେବେଳେ ସମୟ ଆସିବ ମୁଁ ନିଜେ ସମସ୍ତଙ୍କୁ କହିବି ।‘