Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

‘ଦି ଓ୍ୱାଲ’ @୪୮ : ଟେଷ୍ଟ୍ କ୍ରିକେଟରେ ଖେଳିଛନ୍ତି ସବୁଠାରୁ ଅଧିକ ବଲ୍, ରହିଛି ଆହୁରି ଅନେକ ବିରଳ ରେକର୍ଡ

11/01/2021 at 9:20 AM

ନୂଆଦିଲ୍ଲୀ, ୧୧।୦୧: ଭାରତୀୟ ଦଳର ଦି ଓ୍ୱାଲ ଭାବେ ପରିଚିତ ପୂର୍ବତନ ଅଧିନାୟକ ତଥା ଖେଳାଳି ରାହୁଲ ଦ୍ରାବିଡଙ୍କ ଆଜି ଜନ୍ମଦିନ । ସେ ନିଜର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି । ନିଜର ୧୬ ବର୍ଷର କ୍ରିକେଟ କ୍ୟାରିଅରରେ ଦ୍ରାବିଡ ତିନୋଟି ଫର୍ମାଟରେ ୨୪ ହଜାରରୁ ଅଧିକ ରନ୍ କରିଛନ୍ତି । ସେ ଭାରତ ତରଫରୁ ୧୬୪ ଟି ଟେଷ୍ଟ ଖେଳି ୧୩୨୮୮ ରନ୍ କରିଛନ୍ତି । ଏଥିରେ ୩୬ଟି ଶତକ ଓ ୬୩ଟି ଅର୍ଦ୍ଧଶତକ ରହିଛି । ସେହିପରି ଦିନିକିଆରେ ସେ ୩୪୪ଟି ମ୍ୟାଚ୍ ଖେଳି ୧୨ଟି ଶତକ ଓ ୮୩ଟି ଅର୍ଦ୍ଧଶତକ ଲଗାଇଛନ୍ତି । ଏହାସହ ୧୦୮୮୯ ରନ୍ ମଧ୍ୟ ପୂରଣ କରିଛନ୍ତି।  ଏତତ୍ ବ୍ୟତୀତ ଟି୨୦ରେ ସେ ୩୧ଟି ଇନିଂସ ଖେଳିଛନ୍ତି ।

ଦ୍ରାବିଡଙ୍କ ନାମରେ ଟେଷ୍ଟ କ୍ରିକେଟରେ ଅନେକ ଖାସ୍ ରେକର୍ଡ ରହିଛି । ସେ ସବୁଠାରୁ ଅଧିକ ବଲ୍ ଖେଳିଛନ୍ତି । ସେ ନିଜର ଟେଷ୍ଟ କ୍ୟାରିଅରରେ ୩୧୨୫୮ ବଲ୍ ଖେଳିଥିବା ବେଳେ ୭୩୬ ଘଣ୍ଟା କ୍ରିଜରେ କାଟିଛନ୍ତି ।

ସେ ଏପରି ଜଣେ ଖେଳାଳି ଯିଏ କି ଟେଷ୍ଟ କ୍ରିକେଟରେ ସମସ୍ତ ୧୦ଟି ଟିମ୍ ବପକ୍ଷରେ ଶତକ ଅର୍ଜନ କରିଛନ୍ତି । ଏହାସହ ସେ ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏହାସହ ସେ ୧୬୪ଟି ଟେଷ୍ଟରେ ୨୧୦ କ୍ୟାଚ୍ ଧରିଛନ୍ତି । ଯାହା ବିଶ୍ୱ ରେକର୍ଡ ଅଟେ ।

ଦ୍ରାବିଡଙ୍କ କିଛି ରେକର୍ଡ

ଦି ଓ୍ୱାଲ ଭାବେ ପରିଚିତ ଦ୍ରାବିଡ ଲଗାତର ଭାବେ ୯୪ଟି ଟେଷ୍ଟ ଖେଳିଛନ୍ତି । ସେ ଭାରତ ତରଫରୁ ୯୩ ଓ ଆଇସିସି ଏକାଦଶ ପକ୍ଷରୁ ଗୋଟିଏ  ମ୍ୟାଚ୍ ଖେଳିଥିଲେ ।

ଭାରତୀୟ ଦଳର ଏହି ଖେଳାଳି ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସି ପ୍ରଥମେ ୧୦୦୦୦ ରନ୍ ପୂରଣ କରିଥିଲେ ।

ସେ ସଚିନ ତେନ୍ଦୁଲକରଙ୍କ ସହ ୨୦ଟି ଶତକୀୟ ପାର୍ଟନରସିପ୍ କରିଛନ୍ତି । ଏହି ୨ ଖେଳାଳି ପାର୍ଟନରସିପରେ ୭୦୦୦ ରନ୍ ସଂଗ୍ରହ କରିଥିଲେ ।

ଆଇସିସି ହଲ୍ ଅଫ୍ ଫେମରେ ସାମିଲ ହୋଇଥିବା ପଞ୍ଚମ ଭାରତୀୟ ହେଲେ ରାହୁଲ ଦ୍ରାବିଡ

୨୦୦୧ରେ କୋଲକାତା ଟେଷ୍ଟରେ ଦ୍ରାବିଦ ଓ ଲକ୍ଷ୍ମଣଙ୍କ ମଧ୍ୟରେ ୩୭୬ ରନର ପାର୍ଟନରସିପ୍ ହୋଇଥିଲା । ଅଷ୍ଟ୍ରେଲିଆ ବିପକ୍ଷରେ ଲକ୍ଷ୍ମଣ ୨୮୧ ଓ ଦ୍ରାବିଡ ୧୮୦ ରନ୍ କରିଥିଲେ ।

   Related Posts