ହାପି ବାର୍ଥ ଡେ’ ଶ୍ରଦ୍ଧା କପୁର: ୧୬ ବର୍ଷ ବୟସରେ ସଲମାନ ଖାନଙ୍କ ସହ କାମ କରିବାକୁ ମନା କରିଦେଇଥିଲେ, ଜାଣନ୍ତୁ ଏହାର କାରଣ

Published By : Prameya-News7 Bureau | March 03, 2021 IST

ନୂଆଦିଲ୍ଲୀ ୦୩/୦୩: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଶ୍ରଦ୍ଧା ଅଭିନୟ ସହିତ ଭଲ  ଗୀତ ମଧ୍ୟ ଗାଇଥାନ୍ତି । ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶ୍ରଦ୍ଧା ତାଙ୍କ ପିତା ଶକ୍ତି କପୁରଙ୍କ ଝିଅ ଭାବରେ ନୁହେଁ ବରଂ ଅଭିନେତ୍ରୀ ଶ୍ରଦ୍ଧା କପୁର ଭାବରେ ଜଣା ଜାଆନ୍ତି ।  ତେବେ ଆସନ୍ତୁ ଜାଣିବା ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ସହ ଜଡିତ କିଛି ବିଶେଷ ତଥ୍ୟ...

Three diets, fitness plans simultaneously for Shraddha Kapoor

ଫିଲ୍ମରେ ଆସିବାକୁ ଶ୍ରଦ୍ଧା ଏକ ଭିନ୍ନ ଉପାୟ ଗ୍ରହଣ କରିଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଶ୍ରଦ୍ଧାଙ୍କୁ ଫେସବୁକ୍ ମାଧ୍ୟମରେ ଏକ ବଡ଼ ଫିଲ୍ମର ଅଫର ମିଳିଥିଲା । ଏକ ଇଣ୍ଟରଭ୍ୟୁରେ ଶ୍ରଦ୍ଧା କହିଥିଲେ, ଦିନେ ଫିଲ୍ମ ନିର୍ମାତା ଅମ୍ବିକା ହିନ୍ଦୁଜା ଫେସବୁକରେ ତାଙ୍କର ଫଟୋ ଦେଖି ତାଙ୍କ ସହ ଯୋଗାଯୋଗ କରିଥିଲେ । ଏହିପରି ଭାବରେ ଶ୍ରଦ୍ଧାଙ୍କୁ ତାଙ୍କର ପ୍ରଥମ ଫିଲ୍ମ 'ତିନ୍ ପତି' (୨୦୧୦)ରେ ମିଲିଥିଲା । ଏହି ଫିଲ୍ମରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଥିଲେ, କିନ୍ତୁ ଫିଲ୍ମଟି ଫ୍ଲପ୍ କାରଣରୁ ଶ୍ରଦ୍ଧାଙ୍କୁ କୌଣସି ପରିଚୟ ମିଳିପାରି ନଥିଲା । ଏହି ଫିଲ୍ମରେ ଶ୍ରଦ୍ଧାଙ୍କ ଚରିତ୍ରର ନାମ ଅପର୍ନା ଖାନ୍ନା ଥିଲା ।

Teen Patti Film Shraddha Kapoor (#20398) - HD Wallpaper & Backgrounds  Download

୨୦୧୦ ରେ ଶ୍ରଦ୍ଧା ବଲିଉଡ୍ ରେ  ଡେବ୍ୟୁ କରିଥିଲେ । ଶ୍ରଦ୍ଧା ଯେବେ ୧୬ ବର୍ଷ ବୟସର ହୋଇଥିଲେ ତାଙ୍କୁ ସଲମାନ ଖାନଙ୍କ ସହ ଏକ ଫିଲ୍ମ ଅଫର କରାଯାଇଥିଲା । କିନ୍ତୁ ଶ୍ରଦ୍ଧା ଏହି ଫିଲ୍ମରେ କାମ କରିବାକୁ ମନା କରି ଦେଇଥିଲେ । ପରେ,୨୩ ବର୍ଷ ବୟସରେ ଶ୍ରଦ୍ଧା ଫିଲ୍ମ 'ତିନ୍ ପତି'ରେ ଅଭିନୟ କରିଥିଲେ ।  ଶ୍ରଦ୍ଧା କହିଛନ୍ତି ସେ ସବୁବେଳେ ଜଣେ ଭଲ ଆଭିନେତ୍ରୀ ହେବାକୁ ଚାହୁଁଥିଲେ କିନ୍ତୁ ତାଙ୍କର ପାଠ ପଢା ପାଇଁ ସେ ଏଥିରେ ତତ୍ପର ହୋଇନଥିଲେ ।

Scene: Luv Ka The End | Rhea Breaks Down | Shraddha Kapoor - YouTube

ଫିଲ୍ମ ‘ତିନ୍ ପତି’ ପରେ ତାଙ୍କର ପରବର୍ତ୍ତୀ ଫିଲ୍ମ ଥିଲା 'ଲଭ୍ କା ଦି ଏଣ୍ଡ୍' ଯେଉଁଥିରେ ଶ୍ରଦ୍ଧା ଜଣେ କଲେଜ୍ ଷ୍ଟୁଡେଣ୍ଟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମ ମଧ୍ୟ ବକ୍ସ ଅଫିସରେ ସଫଳ ହୋଇପାରି ନଥିଲା । ୨୦୧୩ରେ 'ଆଶିକୀ ୨'ରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିଥିବା ଶ୍ରଦ୍ଧାଙ୍କୁ ଏକ ବ୍ଲକବଷ୍ଟର ଫିଲ୍ମ ମିଳିଥିଲା । ଏହି ଫିଲ୍ମଟି ଶହେ କୋଟି ଟଙ୍କାରୁ ଅଧିକ ଆୟ କରିଥିଲା । 'ଆଶିକୀ ୨' ସଫଳତା ପରେ ଶ୍ରଦ୍ଧା ଆଉ ପଛକୁ ଚାହିଁ ନଥିଲେ । ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ କ୍ୟାରିଅର୍ ୧୦ ବର୍ଷ ହୋଇସାରିଛି ଏବଂ ସେ ବଲିଉଡର ଜଣେ ପ୍ରମୁଖ ହିରୋଇନ୍ ହୋଇପାରିଛନ୍ତି । ଏହା ପରେ ‘ଏକ ଭିଲେନ୍’, ‘ହୈଦର’, ‘ଏବିସିଡି ୨’, ‘ବାଘୀ’, ‘ବାଘୀ ୩’, ‘ହାଫ୍ ଗର୍ଲ ଫ୍ରେଣ୍ଡ ଔର ସ୍ତ୍ରୀ’, ‘ସାହୋ’ ଭଳି ହିଟ୍  ଫିଲ୍ମରେ ଅଭିନୟ କରି ସାରିଛନ୍ତି ।

When Lata Mangeshkar praised Shraddha Kapoor - The Statesman

ଶ୍ରଦ୍ଧା ‘ଏକ ଭିଲେନ୍’ ଫିଲ୍ମରେ ସୁପରହିଟ୍ ଗୀତ ‘ତେରୀ ଗାଲିଆନ୍’ ମଧ୍ୟ ଗାଇଥିଲେ । ବାସ୍ତବରେ ଶ୍ରଦ୍ଧାଙ୍କ ମା ଜଣେ ଭଲ ଗାୟୀକା ଯେଉଁଠାରୁ ସେ ଗାଇବାକୁ ପ୍ରେରଣା ପାଇଥିଲେ । ଖୁବ୍ କମ୍ ଲୋକ ଜାଣନ୍ତି ଯେ ତାଙ୍କର ଲତା ମଙ୍ଗେଶକରଙ୍କ ସହିତ ଏକ ବିଶେଷ ସଂଯୋଗ ରହିଛି । ଶ୍ରଦ୍ଧା କପୁର ସଂପର୍କରେ ଲତା ମଙ୍ଗେଶକରଙ୍କ ନାତୁଣୀ ହେବେ । ବାସ୍ତବରେ ଶ୍ରଦ୍ଧା କପୁରଙ୍କ ଜେଜେବାପା ଅର୍ଥାତ୍ ଶକ୍ତି କପୁରଙ୍କ ପିତା ଲତା ମଙ୍ଗେଶକରଙ୍କ ସମ୍ପର୍କୀୟ ଥିଲେ । ଏହି ସମ୍ପର୍କ ଅନୁଯାୟୀ ଲତା ମଙ୍ଗେଶକର ଶ୍ରଦ୍ଧା କପୁରଙ୍କ ଜେଜେମା ହେବେ । ଶ୍ରଦ୍ଧା କପୁର ତାଙ୍କ ଗୀତ ଗାଇବାର ଟିପ୍ସ ମଧେୟ ଜେଜେମା ଲତା ମଙ୍ଗେଶକରଙ୍କ ପାଖରୁ ନେଇଛନ୍ତି ।

She'll marry the man of her choice': Shakti Kapoor on daughter Shraddha  Kapoor's marriage speculations

ଶ୍ରଦ୍ଧାଙ୍କ ପିତା ଶକ୍ତି କପୁର ବଲିଉଡର ଟପ୍ ମୋଷ୍ଟ ଭିଲେନ୍ ମାନଙ୍କ ମଧ୍ୟରୁ ଜଣେ । ସେ ଅଭିନେତ୍ରୀ ପଦ୍ମିନୀ କୋଲହାପୁରେଙ୍କ ଭଉଣୀ ଶିବାଙ୍ଗୀ କୋଲହାପୁରେଙ୍କୁ ବିବାହ କରିଥିଲେ। ଶ୍ରଦ୍ଧା ତାଙ୍କ ମା  ଶିବାଙ୍ଗୀ କୋଲହାପୁରେଙ୍କ ପରି ଜଣେ ମରାଠୀ ବୋଲି ଭାବନ୍ତି । ଶ୍ରଦ୍ଧା କପୁରଙ୍କ ମଧ୍ୟ ଜଣେ ବଡ଼ ଭାଇ ସିଦ୍ଧାନ୍ତ କପୁର ଅଛନ୍ତି । ଶ୍ରଦ୍ଧାଙ୍କ ବାଠପଢା ବମ୍ବେର ଆମେରିକୀୟ ସ୍କୁଲରେ ହୋଇଥିଲା ।  ପରବର୍ତ୍ତୀ ପାଠ ପଢା ପାଇଁ ସେ ବୋଷ୍ଟନ ଯାଇଥିଲେ ।

 श्रद्धा कपूर के जन्मदिन पर जानते हैं उनसे जुड़ी खास बातें।

ଶ୍ରଦ୍ଧା ଖୁବ୍ ଶୀଘ୍ର ନାଗିନ୍ ଭୂମିକାରେ ନଜର ଆସିବେ । ନିଖିଲ ଦ୍ୱିବେଦୀଙ୍କ ଫିଲ୍ମରେ ସେ ଏକ ଇଚ୍ଛାଧାରୀ ନାଗିନ୍ ଭାବରେ ନଜର ଆସିବେ । ଏହି ଫିଲ୍ମକୁ ବିଶାଲ ଫୁରିଆ ନିର୍ଦ୍ଦେଶନା ଦେଉଥିବା ବେଳେ ନିଖିଲ ଦ୍ୱିବେଦୀ ପ୍ରଯୋଜନା କରୁଛନ୍ତି । ଏହା ଏକ ଲଭ୍ ଷ୍ଟୋରୀ ଫିଲ୍ମ ହେବ । ଏହା ବ୍ୟତୀତ ଶ୍ରଦ୍ଧାଙ୍କୁ ରଣବୀର କପୁର ଲଭ୍ ରଂଜନଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ ଦେଖିବାକୁ ମିଳିବ । ବହୁ ପ୍ରତୀକ୍ଷିତ ଫିଲ୍ମ ୧୮ ମାର୍ଚ୍ଚ ୨୦୨୨ ରେ ହୋଲି ଅବସରରେ ରିଲିଜ୍ ହେବ । ଏହି ଏହି ଫିଲ୍ମରେ ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଯୋଡି ପ୍ରଥମ ଥର ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.