Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ହାପି ବାର୍ଥ ଡେ ସଞ୍ଜୟ ଲୀଲା ଭଂସାଲୀ: ଗେମ୍ ଚେଞ୍ଜର ପ୍ରମାଣିତ ହୋଇଥିଲା ଭଂସାଲୀଙ୍କ ଏହି ଫିଲ୍ମ

24/02/2021 at 11:32 AM

 ନୂଆଦିଲ୍ଲୀ ୨୪/୦୨ : ଆଜି ବଲିଉଡର ଫେମସ୍ ଫିଲ୍ମ ମେକର ସଞ୍ଜୟ ଲୀଲା ଭଂସାଲୀଙ୍କ ଜନ୍ମଦିନ । ଭଂସାଲୀ ତାଙ୍କର ୫୮ତମ ଜନ୍ମ ଦିନ ପାଳନ କରୁଛନ୍ତି । ସଞ୍ଜୟ ଜଣେ ମଲ୍ଟିଟାସ୍କର । ଫିଲ୍ମ ନିର୍ଦ୍ଦେଶକ ହେବା ବ୍ୟତୀତ ସେ ଜଣେ ନିର୍ମାତା, ସଙ୍ଗୀତ ନିର୍ଦ୍ଦେଶକ ଏବଂ ସ୍କ୍ରିନ୍ ରାଇଟର୍ ମଧ୍ୟ । ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ଜୀବନ ସହ ଜଡିତ କିଛି କଥା ।

ଭଂସାଲୀ ତାଙ୍କ ମା’ଙ୍କ ନାମ ତାଙ୍କ ନାମରେ ଯୋଡିଛନ୍ତି । ପ୍ରକୃତରେ ତାଙ୍କ ମାଙ୍କ ନାମ ଲୀଲା । ଭଂସାଲୀ ତାଙ୍କ ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ମା ଲୀଲାଙ୍କ ନାମ ତାଙ୍କ ନାମରେ ଯୋଡିଥିଲେ ।  ପିଲାଟିଦିନରୁ ଫିଲ୍ନ ଜଗତରେ ନାମ ସୃଷ୍ଟି କରିବାକୁ ଚାହୁଁଥିବା ଭଂସାଲୀ ତାଙ୍କର ପାଠପଢା ପୁନେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ସମାପ୍ତ କରିଥିଲେ । ଏହା ପରେ ସେ ଏଡିଟିଂର କୋର୍ସ ମଧ୍ୟ କରିଥିଲେ ।  ଏଫଟିଆଇଆଇ ରୁ ଫିଲ୍ମ ମେକିଙ୍ଗର କୋର୍ସ କରିସାରିବା ପରେ ଭଂସାଲୀ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପଡାଙ୍କ ସହ କାମ କରିବା ଆରମ୍ଭ କରିଥିଲେ ।

ଭଂସାଲୀ ଏପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ  ହିଟ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଚାଲିଛନ୍ତି ।  କେତେକ ଫିଲ୍ମ ବିବାଦୀୟ ଥିଲା, କିନ୍ତୁ ରିଲିଜ୍ ପରେ ସେହି ବିବାଦୀୟ ଫିଲ୍ମ ପାଇଁ ମଧ୍ୟ ଭଂସାଲୀଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା । ଭଂସାଲୀଙ୍କ ଆଗାମୀ ଫିଲ୍ମରେ ଆଉ ଏକ ଚମତ୍କାର ଫିଲ୍ମ ସାମିଲ ହେବାକୁ ଯାଉଛି । ତାହା ହେଉଛି ଫିଲ୍ମ ‘ଗଙ୍ଗୁବାଇ କାଠିୟାୱାଡି’ । ଏହି ଫିଲ୍ମରେ ଆଲିଆ ଭଟ୍ଟ ନଜର ଆସିବେ ।  ଭଂସାଲୀ ଫିଲ୍ମ ‘ପରିନ୍ଦା’ (୧୯୮୯), ‘୧୯୪୨:ଏ ଲଭ୍ ଷ୍ଟୋରୀ’ (୧୯୪୪) ରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ପରେ ଫିଲ୍ମ ‘କରୀବ’ରେ ନିର୍ଦ୍ଦେଶନା ଦେବାକୁ ମନା କରିବାରୁ ସଞ୍ଜୟ ଏବଂ ବିଧୁ ଅଲଗା ହୋଇଯାଇଥିଲେ । ୧୯୯୬ ମସିହାରେ ଫିଲ୍ମ ‘ଖାମୋଶି’ରୁ ସଞ୍ଜୟ ବଲିଉଡରେ ନିର୍ଦ୍ଦେଶନା ଦେଇଥିଲେ ।

ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ ତାଙ୍କ ପାଇଁ ଗେମ୍ ଚେଞ୍ଜର ପ୍ରମାଣିତ ହୋଇଥିଲା । ସଞ୍ଜୟଙ୍କ ଦକ୍ଷତା ଏବଂ ଏକ ଫିଲ୍ମ ନିର୍ମାଣ କରିବାର ପ୍ରତିଭା ଏହି ଫିଲ୍ମରୁ ଜଣାପଡିଥିଲା । ଏହି ଫିଲ୍ମରେ ସେ ସଲମାନ ଖାନ, ଅଜୟ ଦେବଗନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସହ କାମ କରିଥିଲେ । ତାଙ୍କର ଡାଇରେକ୍ସନ୍ ଷ୍ଟାଇଲ୍ ପ୍ରଥମେ ‘ହମ୍ ଦିଲ୍ ଦେ ଚୁକେ ସନମ୍’ରେ ନଜର ଆସିଥିଲା । ଏହି ଫିଲ୍ମର ସଫଳତା ସଞ୍ଜୟଙ୍କୁ ବଲିଉଡର ବଡ ନିର୍ଦ୍ଦେଶକଙ୍କ ଲିଷ୍ଟରେ ସାମିଲ କରିଥିଲା ।

୨୦୦୨ରେ ଭଂସାଲୀ ଙ୍କ ଫିଲ୍ମ ‘ଦେବଦାସ’  ରିଲିଜ୍ ହୋଇଥିଲା । ଏହି ଫିଲ୍ମଟି ସେହି ସମୟର ସବୁଠାରୁ ଅଧିକ ବଜେଟ୍ ର ଫିଲ୍ମ ହୋଇଥିଲା । ଏହି ଫିଲ୍ମ ନିର୍ମାଣ ପାଇଁ ସେହି ସମୟରେ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥି ସହିତ ଏହି ଫିଲ୍ମରେ ୧୦୦ କୋଟି ରୋଜଗାର କରିଥିଲା । ସଞ୍ଜୟଙ୍କ ଏହି ଫିଲ୍ମ ୫ଟି ରାଷ୍ଟ୍ରିୟ ପୁରସ୍କାର ଏବଂ ୧୦ଟି ଫିଲ୍ମଫେୟାର ଆୱାର୍ଡ ପାଇଥିଲା । ଏହା ବ୍ୟତୀତ ୨୦୦୩ରେ ‘ଦେବଦାସ’ ବାଫ୍ଟା ଆୱାର୍ଡରେ ବେଷ୍ଟ ଫରେନ୍ ଲାଙ୍ଗୁଏଜ୍ ରେ ମଧ୍ୟ ନୋମିନେଟ୍ ହୋଇଥିଲା ।

୨୦୧୦ରେ ରିଲିଜ୍ ହୋଇଥିବା ହ୍ରିତିକ ରୋଶନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଅଭିନୀତ ଫିଲ୍ମ ‘ଗୁଜାରିଶ’ ଉପରେ ସଲମାନ ଖାନ ଏକ କମେଣ୍ଟ କରିଥିଲେ, ଯାହା ଅନେକ ବିବାଦ ସୃଷ୍ଟି କରିଥିଲା ​​। ଏହା ବ୍ୟତୀତ ନିର୍ମାତାଙ୍କ ଉପରେ କାହାଣୀ ଚୋରି କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା ।

୨୦୦୭ ରେ ସଞ୍ଜୟ ଲୀଲା ଭାଂସାଲୀଙ୍କ ଫିଲ୍ମ ‘ସାବରିଆ’ ରେ ସୋନମ କପୁର ଏବଂ ରଣବୀର କପୁର ବଲିଉଡରେ ଡେବ୍ୟୁ କରିଥିଲେ । ରଣବୀର ଏକ ଇଣ୍ଟରଭ୍ୟୁରେ କହିଥିଲେ, ପ୍ରଥମ ଫିଲ୍ମ ପାଇଁ ତାଙ୍କୁ କୌଣସି ଫିସ୍ ମିଳିନଥିଲା । ସୋନମ କପୁର ଏବଂ ରଣବୀର କପୁରଙ୍କ ଡେବ୍ୟୁ ଫିଲ୍ମ ‘ସାବରିଆ’ ପାଇଁ ସଞ୍ଜୟ ଲୀଲା ଭଂସାଲୀ ଫିଲ୍ମ ସେଟରେ ବହୁତ ବଡ ସେଟ୍ ଲଗାଇଥିଲେ ଏବଂ ଏଥିରେ ସଲମାନ ଖାନ ଏବଂ ରାନୀ ମୁଖାର୍ଜୀ ମଧ୍ୟ ଅଭିନୟ କରିଥିଲେ, ତଥାପି ଏହି  ଫିଲ୍ମ ଫ୍ଲପ୍  ହୋଇଯାଇଥିଲା ।

ଏହା ପରେ ‘ଗୋଲିୟୋଁ କି ରାସଲିଲା ରାମ-ଲୀଲା’ ଫିଲ୍ମନାମକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଭଂସାଲୀଙ୍କ ଫିଲ୍ମର ନାମ ପ୍ରଥମେ ରାମ-ଲୀଲା ରଖାଯାଇଥିଲା, ଯାହାକୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ‘ଗୋଲିୟୋଁ କି ରାସଲିଲା ରାମ-ଲୀଲା’ ରେ ପରିବର୍ତ୍ତନ କରାଯାଇଥିଲା । ଏହି ଫିଲ୍ମରୁ ସଞ୍ଜୟ, ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଯୋଡି ସହ କାମ କରିବା ଆରମ୍ଭ କରିଥିଲେ ।

ସଞ୍ଜୟ ଲୀଲା ଭଂସାଲୀଙ୍କ ଆଉ ଏକ ସଫଳ ତଥା ଅନନ୍ୟ ଫିଲ୍ମ ଯାହା ବିବାଦର ସମ୍ମୁଖୀନ ହୋଇଥିଲା ‘ବାଜିରାଓ ମସ୍ତାନୀ’ । ଏହାକୁ ଭଂସାଲୀଙ୍କ ଡ୍ରିମ୍ ପ୍ରୋଜେକ୍ଟ ମଧ୍ୟ କୁହାଯାଏ । ଏହି ଫିଲ୍ମଟି ୧୭ଶତାବ୍ଦୀର ଶାସକ ପେଶୱା ବାଜିରାଓ ଦ୍ୱିତୀୟ ଉପରେ ନିର୍ମିତ ହୋଇଥିଲା ।

ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ’କୁ ମଧ୍ୟ ଅନେକ ସମସ୍ୟାରସମ୍ମୁଖୀନ ହେବାକୁ ପଡିଥିଲା । ଫିଲ୍ମକୁ ନେଇ ବିବାଦ ଏତେ ବଢିଯାଇଥିଲା ଯେ ଫିଲ୍ମର ରିଲିଜ୍ ଡେଟ୍ କୁ ସ୍ଥଗିତ ରଖିବାକୁ ପଡିଥିଲା । କିନ୍ତୁ ସଞ୍ଜୟ ଲୀଲା ଭଂସାଲୀ ହାର ମାନିନଥିଲେ ଏବଂ ଶେଷରେ ଫିଲ୍ମଟି ରିଲିଜ ହେବା ସହିତ ବକ୍ସ ଅଫିସରେ ଏକ ଶକ୍ତିଶାଳୀ ବ୍ୟବସାୟ ମଧ୍ୟ କରିଥିଲ ।

   Related Posts