ହାପି ବାର୍ଥ ଡେ’ ରଶ୍ମିକା ମଣ୍ଡନା: ମାତ୍ର ୧୯ ବର୍ଷ ବୟସରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କରିଥିଲେ ଡେବ୍ୟୁ

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ ୦୫/୦୪: ସାଉଥ୍ ଅଭିନେତ୍ରୀ ରଶ୍ମିକା ମଣ୍ଡନା ଆଜି ତାଙ୍କର ୨୫ତମ ଜନ୍ମ ଦିନ ପାଳନ କରୁଛନ୍ତି । ଖୁବ୍ କମ୍ ବୟସରେ ରଶ୍ମିକା ସାଉଥ୍ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।  ତାଙ୍କ ଅଭିନୟ ବ୍ୟତୀତ ଫ୍ୟାନ୍ସମାନେ ତାଙ୍କ ସୁନ୍ଦରତାରେ ମଧ୍ୟ ଦିୱାନା, ସେଥିପାଇଁ ଅଭିନେତ୍ରୀଙ୍କୁ 'ନ୍ୟାସନାଲ କ୍ରସ୍' ମଧ୍ୟ କୁହାଯାଏ ।

{"width":648,"height":390}
Rashmika Mandanna on break-up with Rakshit Shetty: I'm not here to justify  anything or anyone

ରଶ୍ମିକାଙ୍କ ଜନ୍ମ କର୍ଣ୍ଣାଟକର ବିରାଜପେଟରେ ହୋଇଥିଲା । ସେ ଜଣେ ମଧ୍ୟବିତ୍ତ ପରିବାରର। ରଶ୍ମିକା ସାଇକୋଲୋଜି, ଜର୍ନାଲିଜିମ୍ ଏବଂ ଇଂଲିଶ୍ ଲିଟରେଚରରେ ଗ୍ରାଜୁଏସନ୍ କରିଛନ୍ତି ।  କଲେଜ ଦିନରୁ ସେ ମଡେଲିଂ ଆରମ୍ଭ କରିଥିଲେ । ୨୦୧୫ ରେ ରଶ୍ମିକା ମଧ୍ୟ ବେଙ୍ଗାଲୁରୁରେ ଏକ ଟ୍ୟାଲେଣ୍ଟ ହଣ୍ଟ ଜିତିଥିଲେ । ଏହି ସମୟରେ ନିର୍ଦ୍ଦେଶକ ରିଷଭ ଶେଟ୍ଟୀ ତାଙ୍କୁ ଦେଖିଥିଲେ । ମାତ୍ର ୧୯ ବର୍ଷ ବୟସରେ, ରଶ୍ମିକା ମଣ୍ଡନା ୨୦୧୬ ରେ କନ୍ନଡ ଫିଲ୍ମ 'କିରିକ୍ ପାର୍ଟି' ରେ ନିଜର ଆକ୍ଟିଙ୍ଗ୍ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ଅଭିନେତ୍ରୀଙ୍କ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା ​​ଏବଂ ଏହି ଫିଲ୍ମରୁ ଅଭିନେତ୍ରୀ ଇଣ୍ଡଷ୍ଟ୍ରିରେ ତାଙ୍କର ପରିଚୟ ସୁଷ୍ଟି କରିପାରିଥିଲେ ।

{"width":645,"height":362}
Rashmika on rejecting Jersey Hindi remake: I can't pull off that role, the  makers deserve more - Movies News

ଏହା ପରେ ରଶ୍ମିକାଙ୍କୁ କନ୍ନଡ ସିନେମା ସୁପରଷ୍ଟାର ପୁନିତ ରାଜକୁମାର ଙ୍କ ସହ ୨୦୧୭ରେ ଫିଲ୍ମ ‘ଅଞ୍ଜନୀ ପୁତ୍ର’ ରେ କାମ କରିବାକୁ ସୁଯୋଗ ମିଳିଥିଲା । ଏହି ଫିଲ୍ମଟି ବେଶ ଲୋକପ୍ରିୟତା ହାସଲ କରିଥିଲା ।  ସେହି ବର୍ଷ ୨୦୧୮ ରେ, ରଶ୍ମିକା ତେଲୁଗୁ ଫିଲ୍ମ ‘ଚଲୋ’ ରେ ତେଲୁଗୁ ସିନେମାରେ ଡେବ୍ୟୁ କରିଥିଲେ । ସେହି ବର୍ଷ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କ ଫିଲ୍ମ 'ଗୀତା ଗୋବିନ୍ଦମ୍' ମଧ୍ୟ ରିଲିଜ୍ ହୋଇଥିଲା । ଯାହା ସୁପରହିଟ୍ ହୋଇଥିଲା । ଏହି ଫିଲ୍ମ ପାଇଁ ଅଭିନେତ୍ରୀଙ୍କୁ ୨୦୧୯ ରେ ବେଷ୍ଟ ଆକ୍ଟ୍ରେସ୍  କ୍ରିଟିକର ଫିଲ୍ମଫେୟାର ଆୱାର୍ଡ ପ୍ରଦାନ କରାଯାଇଥିଲା ।

{"width":649,"height":365}
Income Tax raid at Rashmika Mandanna's residence after rumours of her being  highest-paid actress | Hindustan Times

ଏବେ ରଶ୍ମିକା ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ 'ମିଶନ୍ ମଜନୁ'ରେ ନଜର ଆସିବେ । ଏହି ଫିଲ୍ମରେ ରଶ୍ମିକା ଜଣେ ର ଏଜେଣ୍ଟ ଭୂମିକାରେ ଅଭିନୟ କରିବେ। ଏହା ବ୍ୟତୀତ ରଶ୍ମିକା ଅମିତାଭ ବଚ୍ଚନଙ୍କ ସହ 'ଗୁଡ୍ ବାଏ'ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ତାଙ୍କର ଚରିତ୍ର ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ । କୁହାଯାଉଛି ଏହି ଫିଲ୍ମଟି ୨୦୨୨ରେ ରିଲିଜ୍ ହେବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.