ହାପି ବର୍ଥ ଡେ’ ଜୟା ପ୍ରଦା: ୩ ସନ୍ତାନର ବାପାଙ୍କୁ କରିଥିଲେ ନିଜ ଜୀବନ ସାଥୀ

Published By : Prameya-News7 Bureau | April 03, 2021 IST

ମୁମ୍ବାଇ ୦୩/୦୪: ବଲିଉଡର ଦିଗଜ ଅଭିନେତ୍ରୀ ଜୟା ପ୍ରଦା ଆଜି ତାଙ୍କର ୬୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଆନ୍ଧ୍ରପ୍ରଦେଶର ରାଜହମୁଣ୍ଡ୍ରିରେ ଜନ୍ମିତ ଜୟା ହିନ୍ଦୀ ସିନେମାକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ତାଙ୍କ ବାପା କୃଷ୍ଣ ରାଓ ଜଣେ ଫିଲ୍ମ ଫାଇନ୍ସର ଏବଂ ମା ଜଣେ ଗୃହିଣୀ ଥିଲେ । ଜୟା ଯେତେବେଳେ ତାଙ୍କ ସ୍କୁଲ୍ ଫଙ୍କସନ୍ ରେ ପରଫର୍ମ କରୁଥିଲେ ଜଣେ ନିର୍ଦ୍ଦେଶକ ତାଙ୍କୁ ଦେଖି ତାଙ୍କ ଫିଲ୍ମରେ କାଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ ।

{"width":594,"height":383}
jaya prada networth age success early life marriage, school, education,  life journey - 13 साल की उम्र में मिला था पहला ब्रेक, 20 साल बाद फिल्म  इंडस्ट्री छोड़ चुना राजनीति का रास्ता ...

ସେତେବେଳେ ଜୟାଙ୍କୁ ମାତ୍ର ୧୨ ବର୍ଷର ହୋଇଥିଲେ ଏବଂ ତାଙ୍କୁ ଏକ ଫିଲ୍ମ ଗୀତରେ ଅଭିନୟ କରିବାର ସୁଯୋଗ ମିଳିଥିଲା ​​। ଫିଲ୍ମର ନାମ ଥିଲା 'ଭୂମି କୋସମ' ଏବଂ ଏହି ଫିଲ୍ମର ତିନି ମିନିଟ ଗୀତରେ ଜୟାଙ୍କୁ ଅଭିନୟ କରିବାର ଥିଲା । ଜୟା ଫିଲ୍ମରେ କାମ କରିବା ପାଇଁ ପ୍ରଥମେ ସଙ୍କୋଚ ମନେ କରୁଥିଲେ କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ଯାହାପରେ ଜୟା ଏହି କ୍ଷେତ୍ରରେ ଆଗକୁ ବଢିଥିଲେ । ପ୍ରଥମ ଫିଲ୍ମ ପାଇଁ ଜୟାଙ୍କୁ ୧୦ଟଙ୍କା ଫିସ୍ ମିଳିଥିଲା ।

{"width":592,"height":443}
Veteran actress Jaya Prada to make her Punjabi debut with THIS movie |  Punjabi Movie News - Times of India

ଜୟା ତାଙ୍କ କାର୍ଯ୍ୟ ବ୍ୟତୀତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ଚର୍ଚ୍ଚାରେ ରହିଛନ୍ତି । ୨୨ ଫେବୃଆରୀ ୧୯୮୯ ରେ, ଜୟା ଶ୍ରୀକାନ୍ତ ନହତାଙ୍କୁ ବିବାହ କରିଥିଲେ । କିନ୍ତୁ ଶ୍ରୀକାନ୍ତ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ତିନୋଟି ସନ୍ତାନ ମଧ୍ୟ ଥିଲେ । ଜାୟାଙ୍କୁ ବିବାହ କରିସାରିଲା ପରେ ମଧ୍ୟ ସେ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇନଥିଲେ । ଯାହାକାରଣରୁ ଜୟାଙ୍କ ବିବାହ ଚର୍ଚ୍ଚାରେ ରହିଥିଲା ।

{"width":603,"height":338}
Jaya Prada, The 80s Diva and Sridevi's Rival Joins the BJP. Will the Move  Prove Lucky For her Political Career? - Masala.com

 ଜୟା ପ୍ରଦା ଏବଂ ଶ୍ରୀକାନ୍ତଙ୍କର କୌଣସି ସନ୍ତାନ ନଥିଲେ । ପରେ ଜୟା ତାଙ୍କ ଭଉଣୀର ସନ୍ତାନକୁ କୋଳ କରିଥିଲେ, ଯାହାକୁ ସେମାନେ ଉଭୟ ବଢାଇଥିଲେ । ଜୟାଙ୍କ ପ୍ରକୃତ ନାମ ପ୍ରାୟତଃ କେହି ଜାମିନଥିବେ । ତାଙ୍କର ପ୍ରକୃତ ନାମ ଲଲିତା ରାଣୀ ଥିଲା କିନ୍ତୁ ପରେ ସେ ସିଲଭର୍ ସ୍କ୍ରିନ୍ ପାଇଁ ନିଜର ନାମ ବାଦଳାଇ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.