ହାପି ବାର୍ଥ ଡେ ଭାଗ୍ୟଶ୍ରୀ : ରାଜା-ମହାରାଜାଙ୍କ ପରିବାରରେ ଜନ୍ମୀତ ସଲମାନଙ୍କ ହିରୋଇନ୍, ଏବେ ଦେଖାଯାଉଛନ୍ତି ଏମିତି

Published By : Prameya-News7 Bureau | February 23, 2021 IST

ମୁମ୍ବାଇ ୨୩/୦୨ : ସଲମାନ ଖାନଙ୍କ ସହିତ ଫିଲ୍ମ ‘ମେନେ ପ୍ୟାର କିୟା’ରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଭାଗ୍ୟଶ୍ରୀ ଆଜି ତାଙ୍କର ୫୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଫିଲ୍ମରେ ଭାଗାଶ୍ରୀଙ୍କ ଚରିତ୍ର ସୁମନ ଥିଲା ।  ଆଜି ବି ଲୋକମାନେ ପ୍ରେମ୍ (ସଲମାନ ଖାନ) ଏବଂ ସୁମନଙ୍କ ଯୋଡିକୁ ଭୁଲି ନାହାଁନ୍ତି । ତେଣୁ, ତାଙ୍କ ଜନ୍ମଦିନ ଅବସରରେ, ଆସନ୍ତୁ ଜାଣିବା ତାଙ୍କ ସହ ଜଡିତ କିଛି ବିଶେଷ କଥା ।

रीमा लागू, भाग्यश्री

ମହାରାଷ୍ଟ୍ର, ସାଙ୍ଗଲିର ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ ଭାଗ୍ୟଶ୍ରୀ । ତାଙ୍କ ପିତା ବିଜୟ ସିଂରାଓ ମାଧବରାଓ ପଟବର୍ଦ୍ଧନ ସାଙ୍ଗଲିର ରାଜା । ଭାଗାଶ୍ରୀ ତିନି ଭଉଣୀଙ୍କ ମଧ୍ୟରୁ ବଡ । ଆମୋଲ ପାଲେକରଙ୍କ ସିରିଏଲ ‘କଚି ଧୂପ’ରୁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୯ ରେ, ଯେତେବେଳେ ଭାଗ୍ୟଶ୍ରୀ ‘ମେନେ ପ୍ୟାର କିୟା’ରୁ ଫିଲ୍ମରେ ଏଣ୍ଟ୍ରି କରିଥିଲେ, ସମସ୍ତେ ତାଙ୍କର ଦିବାନା ହୋଇଯାଇଥିଲେ । ଭାଗ୍ୟଶ୍ରୀଙ୍କ ପ୍ରଥମ ଫିଲ୍ମ ତାଙ୍କୁ ରାତାରାତି​ ଷ୍ଟାର କରିଦେଇଥିଲା ।  ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ଫିମେଲ୍ ଡେବ୍ୟୁ ପାଇଁ ଫିଲ୍ମଫେୟାର ଆୱାର୍ଡ ମିଳିଥିଲା ।

भाग्यश्री

ପ୍ରଥମ ଫିଲ୍ମପରେ ୧୯୯୦ ମସିହାରେ ଭାଗ୍ୟଶ୍ରୀ ବିଜନେସମ୍ୟାନ୍ ହିମାଲୟ ଦାସାନୀଙ୍କୁ ବିବାହ କରିଥିଲେ । ବିବାହ ପରେ ଅଭିନେତ୍ରୀଙ୍କୁ ଇଣ୍ଡଷ୍ଟ୍ରିରେ ରହିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଥିଲା ।  ନିର୍ମାତା ଏବଂ ଦର୍ଶକ ବିବାହିତ ଅଭିନେତ୍ରୀଙ୍କୁ ପରଦାରେ ମୁଖ୍ୟ ଭୂମିକାରେ ଗ୍ରହଣ କରିବାକୁ ପସନ୍ଦ କରୁନଥିଲେ । ଭଗଶ୍ରୀଙ୍କ ସହ ସମାନ ଘଟଣା ଘଟିଥିଲା ​​ଏବଂ ତାଙ୍କୁ ଫିଲ୍ମ ଦେବା ପାଇଁ ନିର୍ମାତାମାନେ ରାଜି ହେଉନଥିଲେ । ବିବାହ ପରେ ସେ କିଛି ଫିଲ୍ମ କରିଥିଲେ ମଧ୍ୟ ତାହା ଫ୍ଲପ୍ ହୋଇଯାଇଥିଲା ।

भाग्यश्री

ଏକ ଅଣ୍ଟରଭ୍ୟୁରେ ଭାଗ୍ୟଶ୍ରୀ କହିଛନ୍ତି, ‘କାମ ନକରିବା ନିଷ୍ପତ୍ତି ମୋତେ ବେଶ କଷ୍ଟକର ହୋଇପଡିଥିଲା । ସେତେବେଳେ ମୋତେ କାମ କରିବାକୁ ଭଲ ଲାଗୁଥିଲା କିନ୍ତୁ ମୁଁ ଦୂର ହୋଇଯାଇଥିଲି ।  ଅଭିମନ୍ୟୁର ଜନ୍ମ ପରେ, ମୋର ସମ୍ପୂର୍ଣ୍ଣ ଧ୍ୟାନ ତାହା ଉପରେ ରହିଥିବାରୁ ସମୟ କୁଆଡେ ବିତି ଯାଇଥିଲା ତାହା ଜଣା ପଡି ନଥିଲା ।‘

भाग्यश्री

ଭାଗାଶ୍ରୀ ହିନ୍ଦୀ ବ୍ୟତୀତ ଭୋଜପୁରୀ, ମରାଠୀ ଏବଂ ତେଲୁଗୁ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ପୁଅ ଅଭିମନ୍ୟୁ ଦାସାନି ମଧ୍ୟ ଫିଲ୍ମରେ କାମ କରୁଛନ୍ତି । ଭାଗାଶ୍ରୀଙ୍କର ଏକ ଝିଅ ମଧ୍ୟ ଅଛନ୍ତି ଯିଏକି ଏବେ ପାଠ ପଢୁଛନ୍ତି । ଭାଗାଶ୍ରୀ ଫିଲ୍ମରେ କମ୍ ଦେଖା ଯାଉଥିଲେ ମଧ୍ୟ ସୋସିଆଲ୍ ମିଡିଆରେ ସେ ବେଶ ସକ୍ରିୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.