ଶ୍ରାବଣ ମଙ୍ଗଳବାରରେ ରୁଦ୍ରାବତାର ହନୁମାନଙ୍କୁ ଏହିଭଳି କରନ୍ତୁ ପୂଜା, ରହିଛି ଅନେକ ମହତ୍ତ୍ୱ

Published By : Prameya-News7 Bureau | July 14, 2020 IST

ଭୁବନେଶ୍ୱର ୧୪/୦୭ : ଶ୍ରାବଣ ମାସରେ ସୋମବାରର ଯେତିକି ମହତ୍ତ୍ୱ ମଙ୍ଗଳବାରର ମଧ୍ୟ ସେତିକି ମହତ୍ତ୍ୱ କାରଣ ମଙ୍ଗଳବାର ଦିନ ଭଗବାନ ଶିବଙ୍କ ଅର୍ଦ୍ଧାଙ୍ଗିନୀ ମା ଗୌରୀଙ୍କ ପାଇଁ ମଙ୍ଗଳା ଗୌରୀ ବ୍ରତ ପାଳନ କରାଯାଇଥାଏ | ଶ୍ରାବଣ ମଙ୍ଗଳବାର ଦିନ ହନୁମାନଙ୍କୁ ମଧ୍ୟ ଆରାଧନା କରିବା ଉଚିତ | ହନୁମାନ ଭଗବାନ ଶିବଙ୍କ ଏକାଦଶ ରୁଦ୍ରବାତର | ହନୁମାନଙ୍କୁ ପୂଜା କଲେ ଭଗବାନ ଶିବଙ୍କ କୃପା ପ୍ରାପ୍ତ ହୋଇଥାଏ | ଶ୍ରାବଣ ମାସରେ ହନୁମାନଙ୍କୁ କିଭଳି ଆରାଧନା କରିବେ ଜାଣନ୍ତୁ

{"id":300195,"sizeSlug":"large"}

ଶ୍ରାବଣ ମାସରେ ହନୁମାନଙ୍କୁ ଆରାଧନ ଅକାଳେ ଭକ୍ତଙ୍କୁ ବଜରଙ୍ଗବାଲି, ଭଗବାନ ଶିବଙ୍କ ସହ ଭଗବାନ ଶ୍ରୀରାମଙ୍କ କୃପା ତଥା ମାତା ସୀତାଙ୍କ କୃପା ପ୍ରାପ୍ତ ହୋଇଥାଏ | ଯେବେ ବି ହନୁମାନଙ୍କୁ ପୂଜା କରିବା ପୂର୍ବରୁ ଶ୍ରୀରାମ ଓ ମାତା ସୀତାଙ୍କୁ ଆରାଧନା କରିବା ଭୁଲିବେ ନାହିଁ | କାରଣ ହନୁମାନ ଶ୍ରୀରାମ ଓ ମାତା ସୀତାଙ୍କ ପରମ ଭକ୍ତ | ସେଥିପାଇଁ ଶ୍ରୀରାମ ଓ ସୀତାଙ୍କୁ ଆରାଧନା କଲେ ହନୁମାନ ପ୍ରସନ୍ନ ହୋଇଥାନ୍ତି |

{"id":300192,"sizeSlug":"large"}

ମଙ୍ଗଳବାର ଦିନ ପ୍ରାତଃକାଳ ସ୍ନାନ ଆଦି ସାରି ସଫା ବସ୍ତ୍ର ପିନ୍ଧି ହନୁମାନଙ୍କ ସଂକଳ୍ପ ନିଅନ୍ତୁ | ଏହାପରେ ଶ୍ରୀରାମ, ମାତା ସୀତା, ଭଗବାନ ଶିବ ଓ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ସ୍ଥାପିତ କରନ୍ତୁ | ପ୍ରଥମେ ଶ୍ରୀରାମଙ୍କୁ ପୂଜା କରନ୍ତୁ | ଏହାପରେ ହନୁମାନଙ୍କୁ ଧୂପ, ପୁଷ୍ପ, ଚନ୍ଦନ, ସିନ୍ଦୁର, ଲଡୁ ଆଦି ଅର୍ପଣ କରନ୍ତୁ | ପରେ ଶିବଙ୍କୁ ଭାଙ୍ଗ, ମନ୍ଦାର ଫୁଲ, ବେଲପତ୍ର ଆଦି ଅର୍ପଣ କରନ୍ତୁ | ଭସ୍ମ ମଧ୍ୟ ଅର୍ପଣ କରିପାରିବେ | ଏହାପରେ ହନୁମାନ ଚାଳିଶା ପାଠ କରନ୍ତୁ | ହନୁମାନ ଚାଳିଶା ପରେ ବଜରଙ୍ଗ ବାଣ, ରାମ ରକ୍ଷା ସ୍ତୋତ୍ର ଏବଂ ସୁନ୍ଦରକାଣ୍ଡ ପାଠ କରନ୍ତୁ | ଶେଷରେ ହନୁମାନଙ୍କ ଆଳତି କରନ୍ତୁ | ପୂଜା ଶେଷ ହେବାପରେ ହନୁମାନଙ୍କୁ ଅର୍ପଣ କରିଥିବା ଫଳ, ମିଠା ଆଦି ଭୋଗ ପରିଜନଙ୍କୁ ବାଣ୍ଟି ଦିଅନ୍ତୁ | ଅନ୍ୟ ବସ୍ତୁ କୌଣସି ବ୍ରାହ୍ମଣଙ୍କୁ ଦାନ କରିଦିଅନ୍ତୁ |

{"id":300193,"sizeSlug":"large"}

ଧାର୍ମିକ ବିଶ୍ୱାସ ଅନୁଯାୟୀ ହନୁମାନଙ୍କ ଆରାଧନାରେ ବ୍ରହ୍ମଚର୍ଯ୍ୟ ନିୟମ ପାଳନ କରିବା ଉଚିତ | କାରଣ ହନୁମାନ ବ୍ରହ୍ମଚାରୀ | ହନୁମାନଙ୍କ ପୂଜା ମୁଖ୍ୟତଃ ମଙ୍ଗଳବାର ଓ ଶନିବାର ଦିନ କରାଯାଇଥାଏ | ଶନିଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ମଧ୍ୟ ହନୁମାନଙ୍କୁ ଆରାଧନା କରାଯାଇଥାଏ | ଶନିବାର ଦିନ ହନୁମାନଙ୍କୁ ପୂଜା କଲେ ଭଗବାନ ଶନି ପ୍ରସନ୍ନ ହୋଇଥାନ୍ତି | 

(ବି:ଦ୍ର: ଉପର ଲିଖିତ ତଥ୍ୟ ସାମାନ୍ୟ ସୂଚନା ଉପରେ ଆଧାରିତ | କୌଣସି କାର୍ଯ୍ୟ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ )

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.