ହନୁମାନ ପଇସା ପରେ ଫିଲିପ୍ସ ରେଡ଼ିଓ ଓ ପିତଳ ପେଟ୍ରୋଲ ମାକ୍ସ ଲାଇଟ ମାୟାରେ ଯୁବଗୋଷ୍ଠୀ , ଘୁରୁବୁଲୁଛନ୍ତି ରାକେଟ୍

Published By : Prameya-News7 Bureau | November 11, 2020 IST

ନୀଳଗିରି ୧୦।୧୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ହନୁମାନ ପଇସା ପରେ ପୁରୁଣା ଫିଲିପ୍ସ ରେଡ଼ିଓ ସମେତ ପୁରୁଣା ସାମଗ୍ରୀ ରାକେଟ ସକ୍ରିୟ ହୋଇଉଠିଛନ୍ତି। ଅର୍ଥ ପ୍ରଲୋଭନ ଦେଖାଇ ଅନେକ ଯୁବକଙ୍କୁ ନିଯୁକ୍ତି କରିଥିବା ବେଳେ ସେମାନେ ପୁରୁଣା ରେଡ଼ିଓର ମାୟାରେ ବାୟା ହୋଇପଡିଥିବା ଜଣାପଡିଛି।

ଅର୍ଥ ରୋଜଗାରର ବାଟ ଅନେକ ପଡିଛି। ହେଲେ ଲୋକଙ୍କୁ ଠକି ଓ ଭଣ୍ଡାଇ ଏଭଳି ଅର୍ଥ ରୋଜଗାର କରି ଧନୀ ହେବାର ନିଶା ନୀଳଗିରି ଅଂଚଳର କିଛି ଯୁବକଙ୍କୁ ଘାରିଛି। ପୂର୍ବରୁ ହନୁମାନ ପଇସା ସଂଗ୍ରହ କରି ରାତାରାତି ଧନୀ ହେବା ଓ ଗୋଟିଏ ନକଲି ପଇସାକୁ ଧରି ବାହାର ବେପାରୀ ଙ୍କୁ ଡକାଇ ସେମାନଙ୍କୁ ମାରଧର କରି ଅର୍ଥ ଲୁଟିବାର ଅନେକ ନଜିର ରହିଛି।

ଏପରିକି ମଧ୍ୟ ଗୁଳିକାଣ୍ଡ ହେବାର ମଧ୍ୟ ନଜିର ରହିଛି। କିନ୍ତୁ ଏବେ ନୀଳଗିରି ଓ ଔପଦା ବ୍ଲକର ବିଭିନ୍ନ ଗାଁରେ ପୁରୁଣା ଫିଲିପ୍ସ ରେଡ଼ିଓ, ପିତଳ ପେଟ୍ରୋଲ ମାକ୍ସ ଲାଇଟ, ପୁରୁଣା ଏଭରେଡି ଟର୍ଚ୍ଚ ଲାଇଟ ସଂଗ୍ରହ ପାଇଁ ଯୁବ ଗୋଷ୍ଠିଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଏହା ବିକ୍ରି ହେବାର ପ୍ରଲୋଭନ ଦେଖାଇ କିଛି ବାହାର ଲୋକ ଘୁରିବୁଲୁଥିବାର ଶୁଣିବାକୁ ମିଳୁଛି। ଯୁବକ ମାନେ ଏହି ମାୟାରେ ବାୟା ହୋଇ ଦିନ ରାତି ଏକ କରିବା ମଧ୍ୟ ଦେଖାଦେଇଛି। ତେବେ ଏହି ଘଟଣା ପାଇଁ କିଛି ଅଘଟଣ ହେବା ପୁର୍ବରୁ ପୋଲିସ ପ୍ରଶାସନ ସତର୍କ ଦୃଷ୍ଟି ଦେବାକୁ ସାଧରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.