Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଆମେରିକାରେ ପ୍ରତିଷ୍ଠା ହେଲା ହନୁମାନ ଜୀଙ୍କ ସବୁଠୁ ଉଚ୍ଚ ମୂର୍ତ୍ତି, ଓଜନ ୩୦ ହଜାର କିଲୋଗ୍ରାମ

16/06/2020 at 6:51 PM

ହଙ୍କେସିନ ୧୬।୦୬: ଆମେରିକାରେ ହଙ୍କେସିନ ସହରରେ ସବୁଠୁ ଉଚ୍ଚ ହନୁମାନ ଜୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ୨୫ ଫୁଟ୍ ଲମ୍ବର ଏହି ପ୍ରତିମୂର୍ତ୍ତିର ଓଜନ ୩୦ ହଜାର କିଲୋଗ୍ରାମ। ଏହି ପ୍ରତୀମାକୁ ଭାରତରେ ନିର୍ମାଣ କରାଯାଇ ଜାହାଜ ଜରିଆରେ ଆମେରିକା ଅଣାଯାଇଛି। ଏହି ମୂର୍ତ୍ତିର ଆନୁମାନିକ ମୂଲ୍ୟ ୧ ଲକ୍ଷ ଡଲାର ହୋଇଥିବା କୁହାଯାଉଛି।

ସୁନ୍ଦର କାରୁକାର୍ଯ୍ୟରେ ନିର୍ମିତ ହନୁମାନଙ୍କ ଏହି ପ୍ରତିମୂର୍ତ୍ତିକୁ ଦକ୍ଷିଣ ଭାରତର ଏକ ଛୋଟ ସହର ଭାରଙ୍ଗଲରେ କଳା ଗ୍ରାନାଇଟ୍‌ ପଥରର ଗୋଟିଏ ବିଶାଳ ଖଣ୍ଡରେ ନିର୍ମାଣ କରାଯାଇଛି। ଗୋଟିଏ ବର୍ଷର କଠୋର ପରିଶ୍ରମ ପରେ ୧୨ରୁ ଅଧିକ ମୂର୍ତ୍ତିକାର ହନୁମାନଙ୍କ ଏହି ମୂର୍ତ୍ତିକୁ ପ୍ରସ୍ତୁତ କରିଛନ୍ତି।

ଆମେରିକା ପହଞ୍ଚିବା ପରେ ଏହି ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯାଇଛି। ଏହି ସମାରୋହରେ ହଙ୍କେସିନର ୩୦୦ରୁ ଅଧିକ ହିନ୍ଦୁ ପରିବାର ସାମିଲ ହୋଇଛନ୍ତି। ଏହି ସମୟରେ ୧୦ ଦିନ ଧରି ପୂଜାପାଠ କରାଯାଇଛି। ଏହି ମୂର୍ତ୍ତିର ସ୍ଥାପନା ଦ ହନୁମାନ ପ୍ରଜେକ୍ଟ୍‌ସ ମାଧ୍ୟମରେ କରାଯାଇଛି। ଉଲ୍ଲେଖନୀୟ ଏହି ଅଞ୍ଚଳରେ ଅଧିକାଂଶ ହିନ୍ଦୁ ସମୁଦାୟର ଲୋକ ରହୁଛନ୍ତି।

ସୂଚନା ଅନୁଯାୟୀ, ୨୫ ଫୁଟ୍ ଉଚ୍ଚର ଏହି ପ୍ରତୀମାକୁ ଜାନୁଆରୀରେ ହାଇଦ୍ରାବାଦରୁ ଜାହାଜ ଜରିଆରେ ନ୍ୟୁୟର୍କ ଅଭିମୁଖେ ଯାତ୍ରା ଆରମ୍ଭ  ହୋଇଥିଲା। ଆମେରିକାର ପହଞ୍ଚିବା ପରେ ମୂର୍ତ୍ତିକୁ ଏକ ଟ୍ରକ୍‌ରେ ରଖି ଡେଲାଓ୍ଵେୟର ସବୁଠୁ ବଡ ହିନ୍ଦୁ ମନ୍ଦିର ଅଣାଯାଇଥିଲା। ବେଙ୍ଗାଲୁରୁରୁ ପହଞ୍ଚିଥିବା ପୂଜାରୀ ନାଗରାଜ ଭଟ୍ଟାର ମୂର୍ତ୍ତି ଶୁଦ୍ଧୀକରଣ ପାଇଁ ପୂଜା କରିଥିଲେ। ଏହି ପ୍ରତୀମାର ବିମୋଚନ ଆମେରିକୀ ସିନେଟର କ୍ରିସ୍ କନ୍ସ, ନ୍ୟୁ କ୍ୟାସଲ କାଉଣ୍ଟିର ସିଇଓ ମ୍ୟାଟ୍‌ ମାୟର ଓ ଡେଲାଓ୍ଵେୟର ବେଥାନୀ ହଲ ଲଙ୍ଗର ଉପରାଜ୍ୟପାଳ କରିଛନ୍ତି।

   Related Posts