ଅଚାନକ ଫାଟିଗଲା ହନୁମାନଙ୍କ ମୂର୍ତ୍ତି : ଯାହା ବାହାରିଲେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

Published By : Prameya-News7 Bureau | April 17, 2019 IST

ବୁଲନ୍ଦସହର ୧୭/୪ : ବୁଲନ୍ଦସହରରେ ଦେଖିବାକୁ ମିଳିଛି ଏକ ଅଲୌକିକ ଘଟଣା | ବିଶ୍ୱାସ ନା ଅନ୍ଧବିଶ୍ୱାସ କହିହେବ ନାହିଁ | ବୁଲନ୍ଦସହର ଅନ୍ତର୍ଗତ ଅନୁପସହରରେ ହନୁମାନଙ୍କ ୭୦ ବର୍ଷ ପୁରୁଣା ମୂର୍ତ୍ତି ରହସ୍ୟମୟ ଭାବେ ଅଚାନକ ଫାଟି ଯାଇଥିଲା | ମୂର୍ତ୍ତି ଫାଟିଯାଇ ମୂର୍ତ୍ତି ଭିତରୁ ଆଉ ଏକ ହନୁମାନ ମୂର୍ତ୍ତି ବାହାରିଥିଲା | ଏହି ଚମତ୍କାର ଘଟଣାକୁ ଦେଖିବା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା | ଶ୍ରଦ୍ଧାଳୁ ହନୁମାନଙ୍କ ପୂଜାର୍ଚ୍ଚନା କରିଛନ୍ତି | ଘଟଣା ପ୍ରଘଟିତ ହେବାପରେ ସ୍ଥାନୀୟ ଅଂଚଳରେ ହଇଚଇ ସୃଷ୍ଟି ହୋଇଥିଲା | ଲୋକେ ଘଟଣା ସମ୍ପର୍କରେ ଜାଣିବା ପାଇଁ ଉତ୍ସୁକ ଥିଲେ |

{"id":104432}


ବୁଲନ୍ଦସହର ଜିଲ୍ଲାର ଅନୁପସହରରେ ଧର୍ମଶାଳାରେ ଥିବା ପ୍ରାଚୀନ ହନୁମାନ ମନ୍ଦିରରେ ମଙ୍ଗଳବାର ଦିନ ହନୁମାନଙ୍କ ପୂଜାର୍ଚ୍ଚନା ବେଳେ ହଠାତ ମୂର୍ତ୍ତି ଫାଟି ଯାଇଥିଲା ଏବଂ ଭିତରୁ ଆଉ ଏକ ହନୁମାନଙ୍କ ମୂର୍ତ୍ତି ପ୍ରକଟିତ ହୋଇଥିଲା | ଏହା ଦେଖି ସେଠାରେ ପୂଜାର୍ଚ୍ଚନା କରୁଥିବା ଶ୍ରଦ୍ଧାଳୁ ଆଚମ୍ବିତ ହୋଇଯାଇଥିଲେ | ଘଟଣା ପବନ ଭଳି ସଂଗେ ସଂଗେ ପୁରା ଅଂଚଳରେ ବ୍ୟାପି ଯାଇଥିଲା | ତେବେ କିଛି ଲୋକ ଘଟଣାକୁ ନେଇ ଉତ୍ସାହିତ ଥିବାବେଳେ କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ ବୋଲି କହୁଛନ୍ତି |

{"id":104433}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.