ବ୍ରହ୍ମଚାରୀ ନୁହନ୍ତି ହନୁମାନ ! ଏମିତି ଏକ ମନ୍ଦିର ଅଛି ଯେଉଁଠି ପତ୍ନୀଙ୍କ ସହ ପୂଜା ପାଆନ୍ତି ସଙ୍କଟ ମୋଚନ

Published By : Prameya-News7 Bureau | March 17, 2020 IST

ସଙ୍କଟ ମୋଚନ ଶ୍ରୀ ହନୁମାନ ବ୍ରହ୍ମଚାରୀ ଭାବେ ପରିଚିତ | ସାରା ଦୁନିଆ ତାଙ୍କୁ ବାଳ ବ୍ରହ୍ମଚାରୀ ବୋଲି ଜାଣିଚି | ଆପଣ ଜାଣିଛନ୍ତି କି ଶ୍ରୀ ହନୁମାନଙ୍କ ବିବାହ ମଧ୍ୟ ହୋଇଥିଲା ? ନିଜ ପତ୍ନୀଙ୍କ ସହ ତାଙ୍କର ଏକ ମନ୍ଦିର ମଧ୍ୟ ଅଛି | ଏହି ମନ୍ଦିରର ଦର୍ଶନ କରିବା ପାଇଁ ଲୋକେ ବହୁ ଦୂରରୁ ଆସିଥାନ୍ତି | ହନୁମାନଙ୍କ ଏହି ମନ୍ଦିର ଦର୍ଶନ କରିବା ପରେ ଘରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ଆସନ୍ତି ଦୂର ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି |

ଆନ୍ଧ୍ର ପ୍ରଦେଶ ଖମ୍ମମ ଜିଲ୍ଲାରେ ରହିଛି ହନୁମାନଙ୍କ ଏହି ମନ୍ଦିର | ଏଠାରେ ହନୁମାନଙ୍କୁ ବ୍ରହ୍ମଚାରୀ ରୂପରେ ନୁହଁ ଗୃହସ୍ଥ ରୂପରେ ନିଜ ପତ୍ନୀ ସୂବର୍ଚ୍ଚଲାଙ୍କ ସହ ବିରାଜମାନ |

{"id":239809,"width":744,"height":487,"sizeSlug":"large"}

ହନୁମାନଙ୍କ ସମସ୍ତ ଭକ୍ତ ତାଙ୍କୁ ବ୍ରହ୍ମଚାରୀ ବୋଲି ବିଶ୍ୱାସ କରନ୍ତି | ରାମାୟଣ, ରାମଚରିତ ମାନସରେ ମଧ୍ୟ ହନୁମାନଙ୍କ ଏହି ରୂପ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି | କିନ୍ତୁ ପରାଶର ସଂହିତାରେ ହନୁମାନଙ୍କ ବିବାହ ସମ୍ବନ୍ଧରେ ଉଲ୍ଲେଖ ରହିଛି |

ଖମ୍ମମ ଜିଲ୍ଲାରେ ପ୍ରତିଷ୍ଠିତ ଏହି ମନ୍ଦିରକୁ ଗଲେ ଜଣାପଡିବ କିଭଳି ତାଙ୍କୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ପଡିଥିଲା | ସେ ବିବାହ କରିଥିଲେ କିନ୍ତୁ ଏହାର ମାନେ ନୁହଁ ଯେ ସେ ବାଳ ବ୍ରହ୍ମଚାରୀ ନୁହନ୍ତି | ଶ୍ରୀ ହନୁମାନଙ୍କ ବିବାହ ମଧ୍ୟ ହୋଇଥିଲା ଏବଂ ସେ ଵାଲା ବ୍ରହ୍ମଚାରୀ ମଧ୍ୟ ଥିଲେ | କିଛି ବିଶେଷ ପରିସ୍ଥିତିରେ ପଡି ତାଙ୍କୁ ସୂବର୍ଚ୍ଚଲାଙ୍କୁ ବିବାହ କରିବାକୁ ପଡିଥିଲା |

ହନୁମାନ ସୂର୍ଯ୍ୟ ଭଗବାନଙ୍କୁ ନିଜ ଗୁରୁ ମାନୁଥିଲେ | ସେ ସୂର୍ଯ୍ୟଙ୍କ ଠାରୁ ଶିକ୍ଷା ଗ୍ରହଣ କରୁଥିଲେ | ତେବେ ଭଗବାନ ସୂର୍ଯ୍ୟ କେଉଁଠି ଅଟକି ପରିବେନାହିଁ ବୋଲି ହନୁମାନଙ୍କୁ ସବୁବେଳେ ସୂର୍ଯ୍ୟଙ୍କ ରଥ ସହ ଉଡିବାକୁ ପଡୁଥିଲା | ସୂର୍ଯ୍ୟ ଭଗବାନ ତାଙ୍କୁ ବିଭିନ୍ନ ବିଦ୍ୟା ସମ୍ପର୍କରେ ଜ୍ଞାନ ଦେଉଥିଲେ | ହନୁମାନଙ୍କୁ ଜ୍ଞାନ ଦେବା ସମୟରେ ସୂର୍ଯ୍ୟଙ୍କ ସାମ୍ନାରେ ଏକ ଧର୍ମ ସଙ୍କଟ ପରିସ୍ଥିତି ଛିଡା ହୋଇଥିଲା | ସମୁଦାୟ ୯ଟି ଶିକ୍ଷା ମଧ୍ୟରୁ ସୂର୍ଯ୍ୟ ହନୁମାନଙ୍କୁ ୫ଟି ଶିକ୍ଷା ଦେଇଥିଲେ | ଅନ୍ୟ ୪ଟି ବିଦ୍ୟା କେବଳ ବିବାହିତମାନଙ୍କ ପାଇଁ ଥିଲା |

{"id":239810,"width":744,"height":744,"sizeSlug":"large"}

ହନୁମାନ ସମ୍ପୂର୍ଣ ଶିକ୍ଷା ନେବା ପାଇଁ ପ୍ରତିଜ୍ଞାବଦ୍ଧ ଥିଲେ | ସେ ଅନ୍ୟ ୪ଟି ବିଦ୍ୟାକୁ ହାତଛଡା କରିବାକୁ ଚାହୁଁନଥିଲେ | ଏତିକିବେଳେ ସୂର୍ଯ୍ୟଙ୍କ ସାମ୍ନାରେ ଧର୍ମ ସଙ୍କଟ ପରିସ୍ଥିତି ଛିଡା ହୋଇଥିଲା | ଧର୍ମର ଅନୁଶାସନ କାରଣ ଯୋଗୁଁ ସେ କୌଣସି ଅବିବାହିତଙ୍କୁ ଏହି ୪ଟି ବିଶେଷ ବିଦ୍ୟା ସମ୍ପର୍କରେ ଜ୍ଞାନ ଦେଇପାରିବେ ନାହିଁ | ଏଭଳି ପରିସ୍ଥିତିରେ ସୂର୍ଯ୍ୟ ହନୁମାନଙ୍କୁ ବିବାହ କରିବା ପାଇଁ ଉପଦେଶ ଦେଇଥିଲେ | ନିଜ ପ୍ରତିଜ୍ଞା ଏବଂ ସମସ୍ତ ବିଦ୍ୟା ଗ୍ରହଣ କରିବା ପାଇଁ ହନୁମାନ ବିବାହ କରିବା ପାଇଁ ରାଜି ହୋଇଥିଲେ | ତେବେ ହନୁମାନଙ୍କ ପାଇଁ କନ୍ୟା କେଉଁଠାରୁ ଖୋଜାଯିବ, ସେ କାହାକୁ ବିବାହ କରିବେ ସେନେଇ ସମସ୍ତେ ଚିନ୍ତିତ ଥିଲେ | ଏଭଳି ପରିସ୍ଥିତିରେ ସୂର୍ଯ୍ୟ ତାଙ୍କୁ ରାସ୍ତା ଦେଖାଇଥିଲେ | ସେ ନିଜର ଜଣେ ତପସ୍ୱୀ ଏବଂ ତେଜସ୍ୱିଙ୍କ ପୁତ୍ରୀ ସୂବର୍ଚ୍ଚଲାଙ୍କ ସହ ହନୁମାନଙ୍କ ବିବାହ କରାଇ ଦେଇଥିଲେ | ଏହାପରେ ହନୁମାନ ନିଜ ଶିକ୍ଷା ସମ୍ପୂର୍ଣ କରିଥିଲେ ଏବଂ ତାଙ୍କ ପତ୍ନୀ ସୂବର୍ଚ୍ଚଲା ସର୍ବଦା ପାଇଁ ନିଜ ତପସ୍ୟାରେ ଲୀନ ହୋଇଗଲେ | ହନୁମାନ ବିବାହ ବନ୍ଧନରେ ବାନ୍ଧି ହୋଇ ମଧ୍ୟ ସବୁଦିନ ପାଇଁ ବ୍ରହ୍ମଚାରୀ ହୋଇ ରହିଲେ |

ପରାଶର ସଂହିତା ଅନୁଯାୟୀ, ସୂର୍ଯ୍ୟଦେବ ନିଜେ କହିଥିଲେ ଯେ, ଏହି ବିବାହ କେବଳ ବ୍ରହ୍ମାଣ୍ଡର କଲ୍ୟାଣ ପାଇଁ ହୋଇଥିଲା | ବିବାହ ହନୁମାନଙ୍କ ବ୍ରହ୍ମଚର୍ଯ୍ୟ ଉପରେ କୌଣସି ପ୍ରଭାବ ପକାଇନାହିଁ |  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.