ଆସନ୍ତାକାଲି କୃଷ୍ଣପକ୍ଷ ଚତୁର୍ଥୀ ତିଥି: ଅଭିଜିତ ମୁହୂର୍ତ୍ତରେ ହନୁମାନ ଚାଳିଶା ପାଠ କଲେ ଦୂର ହୋଇଥାଏ ସଙ୍କଟ

Published By : Prameya-News7 Bureau | October 05, 2020 IST

ଭୁବନେଶ୍ୱର ୦୫/୧୦ : ମଙ୍ଗଳବାର ହନୁମାନଙ୍କ ବହୁତ ପ୍ରିୟ। ସେଥିପାଇଁ ମଙ୍ଗଳବାରକୁ ହନୁମାନଙ୍କ ଦିନ ବୋଲି କୁହାଯାଏ। ହନୁମାନଙ୍କୁ ସଙ୍କଟମୋଚକ ମଧ୍ୟ କୁହାଯାଏ। ଯେଉଁ ବ୍ୟକ୍ତିମାନେ ପ୍ରତିଦିନ ହନୁମାନଙ୍କୁ ଆରାଧନା କରନ୍ତି ଏବଂ ମଙ୍ଗଳବାର ଦିନ ବିଧି ପୂର୍ବକ ହନୁମାନ ଚାଳିଶା ପାଠ କରନ୍ତି ସେମାନଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନଙ୍କ ମହିମା ଅଦ୍ଭୁତ। ସଚ୍ଚୋଟ ମନରେ ଯିଏ ହନୁମାନଙ୍କୁ ପୂଜା କରେ ସେମାନଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। ହନୁମାନ ସର୍ବଦା ନିଜ ଭକ୍ତଙ୍କ ଉପରେ କୃପା ଦୃଷ୍ଟି ରଖିଥାନ୍ତି।

{"id":339163,"width":564,"height":338,"sizeSlug":"large"}

ପାଞ୍ଜି ଅନୁସାରେ ଅକ୍ଟୋବର ୬ ତାରିଖ ଅଶ୍ୱିନ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି। ଏହି ଦିନ କୃତ୍ତିକା ନକ୍ଷତ୍ର ଏବଂ ସିଦ୍ଧି ଯୋଗ ରହିଛି। ଏହି ଦିନ ଅଭିଜିତ ମୁହୂର୍ତ୍ତ ମଧ୍ୟ ରହିଛି। ଅଭିଜିତ ମୁହୂର୍ତ୍ତରେ କରାଯାଇଥିବା କାର୍ଯ୍ୟର ଫଳ ଅଭିଜିତ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହା ଏକ ଶୁଭ ମୁହୂର୍ତ୍ତ। ଏହି ଦିନ ପ୍ରାତଃ ୧୧ଟା ୪୫ ମିନିଟ ୨୪ ସକେଣ୍ଡରୁ ୧୨ଟା ୩୨ ମିନିଟ ୧୯ ସେକେଣ୍ଡ ଯାଏଁ ଅଭିଜିତ ମୁହୂର୍ତ୍ତ ରହିଛି।

{"id":339161,"sizeSlug":"large"}

ହନୁମାନ ନିଜେ ମଧ୍ୟ ନିୟମ ପାଳନ କରନ୍ତି। ସେଥିପାଇଁ ହନୁମାନଙ୍କ ପୂଜାରେ ନିୟମ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ। ମଙ୍ଗଳବାର ଦିନ ହନୁମାନ ଚାଳିଶା କରିବ ଉଚିତ। କିନ୍ତୁ ଏହା ପୂର୍ବରୁ ପ୍ରାତଃ କାଳରେ ଉଠି ସ୍ନାନ କରି ସଫା ବସ୍ତ୍ର ପିନ୍ଧି ପୂଜା ସ୍ଥାନରେ ଆସନ ପକାଇ ବସିବେ। ବିଧି ପୂର୍ବକ ହନୁମାନଙ୍କ ପ୍ରତିମା ସମ୍ମୁଖରେ ଧୂପ ଦୀପ ଜାଳି ପୂଜା କରିବେ। ଏହାପରେ ହନୁମାନ ଚାଳିଶା ପାଠ କରିବେ। ମଙ୍ଗଳବାର ଦିନ ଥରେରୁ ୩ଥର ହନୁମାନ ଚାଳିଶା ପାଠ କରିବା ଶୁଭ ବୋଲି କୁହାଯାଏ। ହନୁମାନ ଚାଳିଶା ପାଠ କରିବ ପୂର୍ବରୁ ଏକ ଛୋଟ ଢାଳ କିମ୍ବା ଅନ୍ୟ ଯେକୌଣସି ପାତ୍ରରେ ଜଳ ଭର୍ତ୍ତି କରି ରଖିବେ। ହନୁମାନ ଚାଳିଶା ପାଠ କରି ସାରିବା ପରେ ସେହି ଜଳକୁ ପ୍ରସାଦ ସ୍ୱରୂପ ଗ୍ରହଣ କରିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.