ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ କଣ କରିବେ ଜାଣନ୍ତୁ…
27/11/2018 at 1:23 PM

ଶ୍ରୀରାମ ଭକ୍ତ ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ମନ୍ତ୍ର, ସ୍ତୁତି, ଆଳତି ଆଦିର ରଚନା କରାଯାଇଛି | ସେଠି ମଧ୍ୟରୁ ଗୋଟିଏ ହେଲା ହନୁମାନ ବାହୁକ | ଜ୍ୟୋତିର୍ବିଦ ପଣ୍ଡିତ ମଣିଷ ଶର୍ମାଙ୍କ ଅନୁସାରେ ହନୁମାନ ବାହୁକ ପାଠ ପ୍ରତିଦିନ ବିଧି ବିଧାନ ଅନୁସାରେ କଲେ ଇଛା ପୂରଣ ହୋଇଥାଏ | ଏଥିସହ ହନୁମାନ କୃପା ମଧ୍ୟ ମିଳିଥାଏ |
କେମିତି କରିବେ ହନୁମାନ ବାହୁକ ପାଠ:
୧. ସକାଳେ ସ୍ନାନ ପରେ ସଫା ଲୁଗା ପିନ୍ଧି ଏକ ନାଲି କପଡା ଉପରେ ହନୁମାନଙ୍କ ମୂର୍ତ୍ତି ବା ହନୁମାନଙ୍କ ଫଟୋ ସ୍ଥାପନା କରିବେ |
୨. ହନୁମାନଙ୍କୁ ଅବିର, ସିନ୍ଦୁର ଏବଂ ନାଲି ଫୁଲ ଅର୍ପଣ କରିବେ | ଶୁଦ୍ଧ ଗୁଆ ଘିଅ ଦୀପ ଜଳେଇବେ | ଏହି ଦୀପ ପୂଜା ଶେଷ ପର୍ଯ୍ୟନ୍ତ ଜଳୁଥିବା କଥା |
୩. ଘରେ ତିଆରି ହୋଇଥିବା ଶୁଦ୍ଧ ଗୁଆ ଘିଅରେ ଚୂରମା ତିଆରି କରି ଭୋଗ ଲଗାଇବେ | ଯଦି ନ କରିପାରିବେ ତାହେଲେ ଗୁଡା ଏବଂ ଚଣା ଭୋଗ ମଧ୍ୟ ଦେଇପାରିବେ |
୪. ଏହାପରେ ହନୁମାନ ବାହୁକ ପାଠ ଆରମ୍ଭ କରିବେ | ପାଠ ସମାପ୍ତି ପରେ କଷ୍ଟ ନିବାରଣ ପାଇଁ ହନୁମାନଙ୍କୁ ପ୍ରାର୍ଥନା କରିବେ |
୫. ଯଦି ପ୍ରତିଦିନ ବାହୁକ ପାଠ ସମ୍ଭବ ନହୁଏ ତାହେଲେ ପ୍ରତି ମଙ୍ଗଳବାର ଏହି ପାଠ କରିପାରିବେ |
ହନୁମାନ ବାହୁକ ପାଠ ଦ୍ୱାରା କଣ ଲାଭ ପାଇବେ ଜାଣନ୍ତୁ…
୧. ହନୁମାନ ବାହୁକ ପାଠ ଦ୍ୱାରା ଇଛା ଶକ୍ତି ବୃଦ୍ଧି ପାଇଥାଏ | ଯାହା ଦ୍ୱାରା ଆପଣ ସବୁ କଷ୍ଟକର ସମସ୍ୟାକୁ ସାମ୍ନା କରିପାରିବେ |
୨. ଯେଉଁ ଘରେ ହନୁମାନ ବାହୁକ ପାଠ ପଢ଼ାଯାଇଥାଏ ସେଠାରେ ନକାରାତ୍ମକ ଶକ୍ତି କାମ କରିନଥାଏ |
୩. ହନୁମାନ ବାହୁକ ପାଠ ଦ୍ୱାରା ଧନ, ଚାକିରୀ, ସନ୍ତାନ, ରୋଗ ଭଳି ସବୁ ସମସ୍ୟାର ସମାଧାନ ହୋଇଥାଏ |
୪. ହନୁମାନ ବାହୁକ ପାଠ ଦ୍ୱାରା ଜୀବନରେ ସବୁ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ |