Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସିଡନୀରେ ଲଢିଲେ ହନୁମା ବିହାରୀ, ଛୋଟେଇ ଛୋଟେଇ ଡ୍ର କରାଇଲେ ମ୍ୟାଚ୍, ସଲାମ କଲା ଆଇସିସି

11/01/2021 at 3:56 PM

ସିଡନୀ ୧୧।୦୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳା ଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ ଡ୍ର ସହିତ ସମାପ୍ତ ହୋଇଛି। ମ୍ୟାଚ୍‌କୁ ଡ୍ର କରାଇବାରେ ରବିଚନ୍ଦ୍ରନ ଅଶ୍ଵିନ ଓ ହନୁମା ବିହାରୀ ଗୁରୁତ୍ଵପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ବିହାରୀ ଓ ଅଶ୍ଵିନୀ ୨୫୬ ବଲରେ ଷଷ୍ଠ ଓ୍ଵିକେଟ୍‌ରେ ୬୨ ରନର ଅପରାଜିତ ଇନିଂସ ଖେଳିଛନ୍ତି। ହନୁମା ବିହାରୀ ଆହତ ଥିବା ସତ୍ତ୍ଵେ ୧୬୧ ବଲରୁ ୨୩ ରନ କରିଥିଲେ। ବିହାରୀ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସି କିଛି ସମୟ ପରେ ଆହତ ହୋଇଥିଲେ। ସେ ରନ ମଧ୍ୟ ଦୌଡି ପାରୁନଥିଲେ। ଏହା ପରେ ବି ଛୋଟେଇ ଛୋଟେଇ ଅଶ୍ଵିନଙ୍କ ସହିତ ମ୍ୟାଚ୍‌ ଡ୍ର କରାଇଥିଲେ। ହନୁମା ବିହାରୀଙ୍କ ଏହି ଇନିଂସକୁ ଆଇସିସି ମଧ୍ୟ ପ୍ରଶଂସା କରିଛି।

ଆଇସିସି ଟ୍ଵିଟ୍ କରି ସିଡନୀ ଟେଷ୍ଟର ପଞ୍ଚମ ଦିନରେ ହନୁମା ବିହାରୀଙ୍କ ସମର୍ପିତ ଭାବକୁ ସଲାମ କରିଛି। ତୃତୀୟ ଟେଷ୍ଟ ଡ୍ର ରହିବା ପରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ବର୍ତ୍ତମାନ ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି। ଜଙ୍ଘ ମାଂସପେଶୀ ଟାଣି ଧରିବା ପରେ ବି ବିହାରୀ ୧୬୧ ବଲ୍‌ର ସମ୍ମୁଖୀନ ହୋଇ ଅପରାଜିତ ୨୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଛନ୍ତି। ଅନ୍ୟପଟେ ପ୍ରଥମ ଇନିଂସରେ ପାଟ୍ କମିନ୍ସଙ୍କ ବଲରେ ଆହତ ହୋଇଥିବା ଋଷଭ ପନ୍ତ ୧୧୮ ବଲ୍‌ରୁ ଧୂଆଁଧାର ୯୭ ରନ କରିଥିଲେ। ଦୁଇ ବ୍ୟାଟସମ୍ୟାନଙ୍କ ଏହି ଇନିଂସ ଅଷ୍ଟ୍ରେଲିଆର ବିଜୟକୁ ଧୂଳିସାତ କରିଥିଲା।

ଏହା ବ୍ୟତୀତ ଅଶ୍ଵିନ ୧୨୮ ବଲ୍‌ରୁ ୩୯ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ଚାରି  ବର୍ଷ ପରେ ସେ ଗୋଟିଏ ଇନିଂସରେ ୧୦୦ରୁ ଅଧିକ ବଲ୍‌ ଖେଳିଛନ୍ତି। ଚତୁର୍ଥ ଇନିଂସରେ ଭାରତକୁ ବିଜୟ ପାଇଁ ୪୦୭ ରନ ଦରକାର ଥିଲା। ମାତ୍ର ଚତୁର୍ଥ ଦିନରେ ରୋହିତ ଶର୍ମା(୫୨ ରନ) ଓ ଶୁବମାନ ଗିଲ୍‌(୩୧ ରନ) ଆଉଟ୍ ହେବା ପରେ ଅଷ୍ଟ୍ରେଲିଆର ବିଜୟ ସୁନିଶ୍ଚିତ ଲାଗୁଥିଲା।

ଏହା ପରେ ପଞ୍ଚମ ଦିନର ଖେଳ ଆରମ୍ଭରୁ ଭାରତ ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଓ୍ଵିକେଟ୍ ହରାଇଥିଲା। ରାହାଣେ ଆଉଟ୍ ହେବା ପରେ ଲାଗୁଥିଲା ଦୁଇଟି ସେସନରେ ଅଷ୍ଟ୍ରେଲିଆ ମ୍ୟାଚ୍‌ ଜିତିଯିବ। ମାତ୍ର ପରେ ଚେତେଶ୍ଵର ପୂଜାରା ଓ ଋଷଭ ପନ୍ତ ଚତୁର୍ଥ ଓ୍ଵିକେଟ୍‌ରେ ୧୪୮ ରନ ଯୋଡିଥିଲେ। ଯାହା ଭାରତକୁ ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରାଇଥିଲା।  

   Related Posts