Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହନୁ ମାଙ୍କଡ଼କୁ ଉଦ୍ଧାର କଲା ଧରାକୋଟ ଅଗ୍ନିଶମ ବିଭାଗ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

2/09/2020 at 9:56 PM

ଗଞ୍ଜାମ୨/୯: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡ ମରେଇ ଗ୍ରାମର ଏକ ବନ୍ଧରେ ଫସି ରହିଥିଲା ହନୁ। ସୋମବାର ସକାଳ ସମୟରେ କିଛି କୁକୁର ହନୁଟିକୁ ଆକ୍ରମଣ କରିଥିଲେ। କିଛି ଉପାୟ ନ ପାଇ ହନୁଟି ବନ୍ଧ ମଧ୍ୟକୁ ଡେଇଁ ପଡିଥିଲା।ପରେ ବନ୍ଧ ମଧ୍ୟରେ ଥିବା ଏକ ପଥର ଉପରେ ହନୁଟି ଦିନ ସାରା ପଡି ରହିବା ପରେ ଆହତ ହନୁକୁ ଉଦ୍ଧାର କରିବାକୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ମୁଣ୍ଡ ମରେଇ ଗ୍ରାମବାସୀ।

ଅଗ୍ନିଶମ ବିଭାଗ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟା ଅପରେସନ ପରେ ଆହତ ହନୁ ମାଙ୍କଡ଼ଟିକୁ ଉଦ୍ଧାର କରିଥିଲା। ଦୁଇ ହାତ ମାଡ଼ ହୋଇ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ପଶୁ ଚିକିତ୍ସକଙ୍କ ନିକଟରେ ଚିକିତ୍ସା କରାଯାଇଥିଲା। ଯାହାର ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି।

   Related Posts