ଧରାପଡିଲା ହନୁ ମାଙ୍କଡ, ଟ୍ରାକ୍ଟର ଡ୍ରାଇଭରଙ୍କୁ କରୁଥିଲା ଆକ୍ରମଣ
1/06/2020 at 5:07 PM

ବାଲିପାଟଣା, ୦୧|୦୬: ବନ ବିଭାଗର ଯନ୍ତାରେ ପଡ଼ିଲା ଉତ୍ପାତ କରୁଥିବା ହନୁ ମାଙ୍କଡ । ବାଲିପାଟଣା ଛକଠାରୁ ବାଲିପାଟଣା ହାଟ ପର୍ଯ୍ୟନ୍ତ ରାସ୍ତାରେ ପ୍ରତ୍ୟେକ ଦିନ ହନୁ ମାଙ୍କଡଟି ଆତଙ୍କ ସୃଷ୍ଟି କରୁଥିଲା । ଏବେ ଏହା ବନ ବିଭାଗରେ ଜାଲରେ ପଡିଛି ।
ମାଙ୍କଡଟି ବିଶେଷ କରି ଟ୍ରାକ୍ଟର ଡ୍ରାଇଭରଙ୍କୁ ଆକ୍ରମଣ କରୁଥିଲା । ହନୁ ଆକ୍ରମଣରେ ଅନେକ ଲହୁଲୁହାଣ ହୋଇଛନ୍ତି । ପ୍ରାୟ ତିନି ମାସ ହେବ ହନୁଟି ଆତଙ୍କ ସୃଷ୍ଟି କରୁଥିଲା । ତାକୁ ଧରିବା ପାଇଁ ଆଜି ବାଲିପାଟଣା ବନାଞ୍ଚଳ ଉପଖଣ୍ଡ ପକ୍ଷରୁ ଏକ ଯନ୍ତା ବସାଯାଇଥିଲା । ଯେଉଁଥିରେ ମାଙ୍କଡଟି ଫସି ଯାଇଥିଲା ।
ଧରାଯିବା ପରେ ଟ୍ରାକ୍ଟର ଡ୍ରାଇଭର୍ ସହ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ଏହାକୁ ଅନ୍ୟ ଜଙ୍ଗଲରେ ଛଡାଯିବ ବୋଲି ବନ ବିଭାଗ କର୍ମଚାରୀ ପ୍ରକାଶ କରିଛନ୍ତି ।
Related Posts
ଆହତ ଅବସ୍ଥାରେ ଝିଙ୍କ ଉଦ୍ଧାର, ଓୟୁଏଟିରେ ଚାଲିଛି ଚିକିତ୍ସା
8 March 2021
ବିଭିନ୍ନ ମାମଲାରେ ୪ ଜଣ ଓ୍ଵାରେଣ୍ଟି ଗିରଫ
8 March 2021